• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଖରୀରେ ମାଛ ମଡ଼କ। ପୋଖରୀରେ ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମଲା ମାଛ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ଝାରକଟାରୁ । ୪ ଏକରର ପୋଖରୀରେ ମାଛ ଚାଷ କରାଯାଇଥିଲା । ହେଲେ ହଠାତ୍‌ ଆଜି ସକାଳୁ ସକାଳୁ ସବୁ ମାଛ ମରି ଭାସୁଥିବା ଦେଖାଯାଇଛି । ପ୍ରତ୍ୟେକ ମାଛର ଓଜନ ପ୍ରାୟ ୩-୪ କିଲୋ ହୋଇଥିବା ଅନୁମାନ କରାଯାଉଛି । ଏହି ମାଛ ଗୁଡ଼ିକ ଆଉ କିଛି ଦିନ ପରେ ବିକ୍ରି କରାଯାଇଥାନ୍ତା । କିନ୍ତୁ ତା ପୂର୍ବରୁ ଏଭଳି ଅଘଟଣ ଘଟିଲା ।

ଅନ୍ୟପଟେ ଗାଁ ଲୋକେ ସନ୍ଦେହ କରୁଛନ୍ତି, କେହି ଜଣେ ପୋଖରୀରେ ବିଷ ପକାଇ ଦେଇଛି । ସେଥିପାଇଁ ମାଛ ସବୁ ମରି ଯାଇଛନ୍ତି । ଏହି ପୋଖରୀର ପାଣି ପିଇ ୪ଟି କୁକୁର ମଧ୍ୟ ମରି ଯାଇଥିବା ଲୋକେ କହିଛନ୍ତି । ଯେହେତୁ ଲୋକେ ଏହି ପୋଖରୀ ପାଣିରେ ଆସବାବପତ୍ର ଧୁଆ ଧୋଇ କରନ୍ତି, ସେଥିପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।