Advertisment

SHG ଟଙ୍କା ଖାଇଗଲେ ବ୍ୟାଙ୍କ ମ୍ୟାନେଜର; ତାଲା ଠୁଙ୍କିଲେ, ଧାରଣାରେ ବସିଲେ ମହିଳା...

ପଞ୍ଜାବ ନେସନାଲ ବ୍ୟାଙ୍କର ଜନୈକ ବ୍ୟାଙ୍କ ମ୍ୟାନେଜର ସ୍ଥାନୀୟ ଅଂଚଳର ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରିବା ବାହାନାରେ ସେମାନଙ୍କର ଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
PNB Manager Accused of Embezzling SHG Loans

PNB Manager Accused of Embezzling SHG Loans

ଏସଏଚଜି ଟଙ୍କା ଖାଇଗଲେ ବ୍ୟାଙ୍କ ମ୍ୟାନେଜର। ଶେଷରେ ବ୍ୟାଙ୍କରେ ତାଲା ଠୁଙ୍କିଲେ, ଧାରଣାରେ ବସିଲେ । ମାଲକାନଗିରି ଜିଲ୍ଲା କୋରକୋଣ୍ଡାରୁ ଆସିଛି ଏଭଳି ଘଟଣା। ପଞ୍ଜାବ ନେସନାଲ ବ୍ୟାଙ୍କର ଜନୈକ ବ୍ୟାଙ୍କ ମ୍ୟାନେଜର ସ୍ଥାନୀୟ ଅଂଚଳର ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରିବା ବାହାନାରେ ସେମାନଙ୍କର ଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

Advertisment

ଏନେଇ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବ୍ୟାଙ୍କରେ ତାଲା ପକାଇ ସହ ବ୍ୟାଙ୍କ ସାମ୍ନାରେ ଧରଣାରେ ବସିଥିଲେ। ପରେ ବ୍ୟାଙ୍କ ମ୍ୟାନେଜର ଏହାର ତଦନ୍ତ କରାଯାଇ ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ହଟିଥିଲେ ଏସଏଚଜି ମହିଳା। ସ୍ଥାନୀୟ ଅଞ୍ଚଳର ମା‘ କାଳୀ ସ୍ବୟଂ ସହାୟକ ଗୋଷ୍ଠୀ, ଜୟ ଗୁରୁ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ରାଧାରାଣୀ ସ୍ବୟଂ ସହାୟକ ଗୋଷ୍ଠୀ ପିଏନବି ବ୍ୟାଙ୍କରୁ ୩ ଲକ୍ଷ ଲେଖାଏଁ ଋଣ ନେଇଥିଲେ । ହେଲେ ବ୍ୟାଙ୍କ ପକ୍ଷରୁ ଖାତା ପ୍ରଦାନ କରାଯାଇନଥିଲା। ପରବର୍ତ୍ତୀ ସମୟରେ ବ୍ୟାଙ୍କର ମ୍ୟାନେଜର ମୋହନ କୁମାର ଏହି ସ୍ବୟଂ ସହାୟକ ଗୋଷ୍ଠୀର ଋଣ ବାବଦକୁ ୬ ଲକ୍ଷ ଟଙ୍କା ଉଠାଇଥିଲେ। ୩ ଲକ୍ଷ ଟଙ୍କା ପ୍ରଦାନ କରି ବାକି ୩ ଲକ୍ଷ ଟଙ୍କା ହଡପ କରି ନେଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ୨୦ରୁ ୨୫ ଏସଏଚଜିଙ୍କ ଏଭଳି ଟଙ୍କା ଉଠାଇ ନେଇଥିବା ଜଣାପଡ଼ିବା ପରେ ବ୍ୟାଙ୍କ ତାଙ୍କୁ ନିଳମ୍ବିତ କରିଥିବା ଜଣାପଡିଛି। ନୂତନ ବ୍ୟାଙ୍କ ମ୍ୟାନେଜର ଘଟଣାର ତଦନ୍ତ କରାଯାଇ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି         ।

Malkangiri SHG
Advertisment
Advertisment