Advertisment

Phone Call Exposes Bribe Scandal: CBI ଖୋଲିଲା ‘ବିଷ୍ଣୁପଦ’ଙ୍କ ପୋଲ୍; ଲାଞ୍ଚ ଟଙ୍କା ଗ୍ରହଣ କରିବାକୁ କହିଥିଲେ...

ଗତକାଲି ହାଇକୋର୍ଟ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଆଉ ପୂରା ମାମଲାରେ ସିବିଆଇ, କୋର୍ଟରେ ଦାଖଲ କରିଥିବା ଆଫିଡାଭିଟରୁ ବିଷ୍ଣୁପଦ କିଭଳି ଲାଞ୍ଚ କାରବାରରେ ସମ୍ପୃକ୍ତି ଥିଲେ ତାହାର ଖୁଲାସା ହୋଇଛି ।

author-image
Sujit kumar Swain
Phone Call Exposes Bribe Scandal

Phone Call Exposes Bribe Scandal

ହାଇକୋର୍ଟରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ପୋଲ୍ ଖୋଲିଲା ସିବିଆଇ । ଗତକାଲି ହାଇକୋର୍ଟ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଆଉ ପୂରା ମାମଲାରେ ସିବିଆଇ, କୋର୍ଟରେ ଦାଖଲ କରିଥିବା ଆଫିଡାଭିଟରୁ ବିଷ୍ଣୁପଦ କିଭଳି ଲାଞ୍ଚ କାରବାରରେ ସମ୍ପୃକ୍ତି ଥିଲେ ତାହାର ଖୁଲାସା ହୋଇଛି ।

Advertisment

ହାଇକୋର୍ଟ ବିଚାରପତି ଜଷ୍ଟିସ ଭି. ନରସିଂହଙ୍କ କୋର୍ଟରେ ଦାଖଲ କରିଥିବା ତଥ୍ୟ ଅନୁସାରେ, ବିଷ୍ଣୁପଦ ଅଭିଯୁକ୍ତ ବ୍ରିଜ୍ ଆଣ୍ଡ ରୁଫ୍ କୋ ଲିମିଟେଡର ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କୁ ଜାଣିଥିଲେ । ବିଷ୍ଣୁପଦ ଏସସିଏସଟି ବିଭାଗର ସଚିବ ଥିବା ବେଳେ ବ୍ରିଜ୍ ଆଣ୍ଡ ରୁଫ୍ କୋ ଲିମିଟେଡ୍ ୩୭ କୋଟି ଟଙ୍କାର ପ୍ରୋଜେକ୍ଟ କାମ କରୁଥିଲା ।

ତେବେ ଅନ୍ୟତମ ଅଭିଯୁକ୍ତ ଦେବଦତ୍ତ ମହାପାତ୍ରଙ୍କଠାରୁ ବିଷ୍ଣୁପଦଙ୍କ ଝିଅ ମ୍ୟାକବୁକ୍ ଏବଂ ଲକଜରି ଘଣ୍ଟା ଭଳି ଦାମୀ ଉପହାର ନେଇଥିଲେ । ସିବିଆଇ ଲାଞ୍ଚ ଆକାରରେ ଦିଆଯାଉଥିବା ୧୦ ଲକ୍ଷ ଟଙ୍କା ଦେବଦତ୍ତ ମହାପାତ୍ରଙ୍କ ଠାରୁ ଜବତ କରିଥିଲା । ବିଷ୍ଣୁପଦ, ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀଙ୍କ ଫୋନରୁ, ଦେବଦତ୍ତଙ୍କ ସହ କଥା ହୋଇ ଲାଞ୍ଚ ଟଙ୍କା ଗ୍ରହଣ କରିବାକୁ କହିଥିଲେ । ପରେ CFSL ରିପୋର୍ଟରେ ବିଷ୍ଣୁପଦଙ୍କ ସ୍ବର ସହ ଦେବଦତ୍ତଙ୍କ ସହ କଥା ହୋଇଥିବା ବ୍ୟକ୍ତିଙ୍କ ସର ମେଳ ଖାଇଥିବା ଜଣାପଡ଼ିଥିଲା । ସିବିଆଇ ଟ୍ରାପ କରିବା ଠିକ୍ ପୂର୍ବରୁ ଚଞ୍ଚଲ ମୁଖାର୍ଜୀ ବିଷ୍ଣୁପଦଙ୍କୁ ଭେଟିଥିଲେ । ଯେହେତୁ ବିଷ୍ଣୁପଦ ବରିଷ୍ଠ ଆଇଏଏସ ଅଧିକାରୀ ହୋଇଥିବାରୁ ତାଙ୍କ ଆଗୁଆ ଜାମିନ୍ ପ୍ରଦାନ କଲେ ପଚରାଉଚୁରା କରିବା ସେତେ ସହଜ ହେବ ନାହିଁ । ତେଣୁ ତାଙ୍କ ଜାମିନକୁ ଖାରଜ କରାଗଲା ।

Advertisment

ଅନ୍ୟପଟେ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ। CBI ଗିରଫଦାରି ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ। ଗତ ଫେବ୍ରୁଆରୀରେ ସିବିଆଇର ୮ ଜଣିଆ ଟିମ୍ ବିଷ୍ଣୁପଦଙ୍କ ସରକାରୀ କ୍ବାର୍ଟର୍ସରେ ରେଡ୍ କରିଥିଲା। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍ କୁ ନେଇ ତାଙ୍କ ସରକାରୀ ବାସଭବନରେ କେନ୍ଦ୍ରୀୟ ଟିମ୍ ଚଢାଉ କରିଥିଲା। ଏକ ଟିମ୍ ତାଙ୍କର ପୈତୃକ ଘରେ ବି ରେଡ୍ କରିଥିଲା। ଭୁବନେଶ୍ବରର ଏକ ହୋଟେଲ ନିକଟରେ ଲାଞ୍ଚ କାରବାର ଡିଲ ଚାଲିଥିବା ବେଳେ ସିବିଆଇ ଚଢାଉ କରିଥିଲା। କାରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ଅଭିଯୋଗରେ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସହ ‘ଆଦିତ୍ୟଦେବ ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ’ ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ କନଷ୍ଟ୍ରକ୍ସନ ସଂସ୍ଥା ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା।

IAS Officer Bribe Case
Advertisment
Advertisment