• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୃତ୍ୟୁ ପୂର୍ବରୁ ମହିଳାଙ୍କ ଶେଷ ପୋଷ୍ଟ । ସାମ୍ନାକୁ ଆସିଲା ମୃତ ମହିଳାଙ୍କ ଫେସବୁକର ଶେଷ ପୋଷ୍ଟ । କଟକ ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ହୋଇଥିବା ଅଘଟଣରେ ମୃତ ଶିଳ୍ପୀ ଦାସଙ୍କ ଶେଷ ପୋଷ୍ଟ ଆଣିଲା ମୃତ୍ୟୁରେ ଟୁଇଷ୍ଟ । ମହିଳା ଜଣକ ସ୍ୱାମୀଙ୍କ ନାଁ ଯୋଡ଼ି ଶିଳ୍ପୀ ସନ୍ତୋଷ ଖୁଣ୍ଟିଆ ନାଁରେ ଆଇଡି ଖୋଲିଥିଲେ । ୧୨ ଘଣ୍ଟା ତଳେ ଫେସବୁକରେ ଶେଷ ପୋଷ୍ଟ କରିଛନ୍ତି ଶିଳ୍ପୀ । ଆଇ କୁଇଟ୍, ବିକଜ୍ ଦ୍ୟାଟ୍ ୱାଜ୍ ପ୍ରୋବାବଲି ଦି ଓନଲି ଅପ୍ସନ ଅଣ୍ଟିଲ୍ ବୋଲି ସେ ଲେଖିଛନ୍ତି ।

ସେପଟେ ପତ୍ନୀ, ପୁଅର ମୃତ୍ୟୁ ନେଇ ଶ୍ୱଶୁର ଘରକୁ ଦାୟୀ କଲେ ସ୍ୱାମୀ । ଶ୍ୱଶୁର ଘର ଲୋକଙ୍କ ଯୋଗୁଁ ଘରେ ଅଶାନ୍ତି ଥିଲା କହିଲେ ସ୍ୱାମୀ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ । ହେଲେ ବାହାଘର ପରଠାରୁ ଝିଅର ମା ଓ ବଡ଼ ଭଉଣୀ ସବୁକଥାରେ ହସ୍ତକ୍ଷେପ କରୁଥିଲେ । ଫଳରେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ କହଳ ହେବା ସହ ମନୋମାଳିନ୍ୟ ସୃଷ୍ଟି ହେଉଥିଲା । ଆଉ ଝଗଡ଼ା କରି ସ୍ତ୍ରୀ ପ୍ରାୟ ସମୟରେ ବାପ ଘରକୁ ପଳାଉଥିଲେ । ସେ ସମାଧାନ କରିବାକୁ ଯାଇଥିବା ବେଳେ ଶ୍ୱଶୁର ଘର ଲୋକ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଦେଢ଼ଶାଶୁ ମାଡ଼ ମାରି ମୋ ମୁଣ୍ଡ ଫଟାଇ ଦେଇଥିବା ସେ କହିଛନ୍ତି । ସ୍ତ୍ରୀ ଆଦୌ ଘରକୁ ଯିବାକୁ ଚାହୁଁନଥିଲା । ଆଊ ଝଗଡ଼ା ବେଳେ ସେ ପୁଅକୁ ମାରିଦେବ ବୋଲି ଧମକ ଦେଉଥିଲା ।

ଅନ୍ୟପଟେ ଏହି ଘଟଣାକୁ ନେଇ ଜଣେ ପୋଲିସ ASIଙ୍କ ପ୍ରତି ଆଙ୍ଗୁଠି ଉଠିଛି । ଲାଲବାଗ ଥାନାର ଜଣେ ASIଙ୍କୁ ଦୋଷାରୋପ କରିଛନ୍ତି ଝିଅର ସଂପର୍କୀୟ । ନିଜ ଥାନା ଅଞ୍ଚଳର ହୋଇନଥିଲେ ବି ହସ୍ତକ୍ଷେପ କରିବା ଅଭିଯୋଗ ହୋଇଛି । ଏପରିକି ଝିଅର ପରିବାରକୁ ଧମକ ଦେଉଥିବା କହିଛନ୍ତି ସଂପର୍କୀୟ । ସେଥିପାଇଁ ଆଜି ଘଟଣା ସ୍ଥଳକୁ ଆସିଥିବା ବେଳେ ସଂପୃକ୍ତ ASIଙ୍କୁ ବିରୋଧ କରାଯାଇଛି । ସେପଟେ ସଂପୃକ୍ତ ASI କାହିଁକି ଆସିଥିଲେ ପଚରାଯିବ କହିଛନ୍ତ କଟକ ଡିସିପି ।

କ’ଣ ରହିଛି ପୂରା ଘଟଣା

କଟକ ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରୁ ଏକ ଘର ଭିତରୁ ମାଆର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଘର ଭିତରୁ ଦୁଇ ବର୍ଷର ଶିଶୁପୁତ୍ରର ମୃତଦେହ ମଧ୍ୟ ମିଳିଛି । ଶିଶୁପୁତ୍ରର ତଣ୍ଟିକୁ କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସ୍ୱାମୀ-ସ୍ତ୍ରୀ ଝଗଡ଼ାରୁ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ମୃତ ମହିଳାଙ୍କ ନାଁ ଶିଳ୍ପୀ ଦାସ । ମହିଳା ଜଣକ କଟକ ଶ୍ରୀରାମନଗର ବସ୍ତିରେ ସ୍ୱାମୀ ଓ ପୁଅ ସହ ଭଡ଼ାରେ ରହୁଥିଲେ ।

ସ୍ୱାମୀଙ୍କ ପୂର୍ବରୁ ଥିବା ପ୍ରଥମ ପତ୍ନୀଙ୍କ ଏକ ଦୁଇ ବର୍ଷର ପୁଅକୁ ନେଇ ଉଭୟ ରହୁଥିଲେ । ତେବେ ବିଭିନ୍ନ ପାରିବାରିକ କାରଣରୁ ଉଭୟ ପତି-ପତ୍ନୀ ସବୁବେଳେ ଝଗଡ଼ାଝାଟି କରୁଥିବା ପରସ୍ପରର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ରାତିରୁ ସ୍ୱାମୀ ଘରେ ନଥିବା ବେଳେ ମହିଳା ଜଣକ ପ୍ରଥମେ ପୁଅକୁ ହତ୍ୟା କରି ପରେ ନିଜେ ଆତ୍ମହତ୍ୟା କରିଥିବା କୁହାଯାଉଛି । ମଧୁପାଟଣା ପୋଲିସ ବନ୍ଦ ଘର ଭିତରୁ ଦୁଇଟିଯାକ ମୃତଦେହ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ କରୁଛି... ।