Advertisment

ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା, ୭ ଅଭିଯୁକ୍ତ କୋର୍ଟରେ ହାଜର

ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା CBI ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Paradip

Paradip

ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ୭ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କଲା ସିବିଆଇ । ଏହି ୭ ଅଭିଯୁକ୍ତଙ୍କ ରିମାଣ୍ଡ ଆଜି ଶେଷ ହୋଇଥିଲା । ଶିଳ୍ପପତି ମହିମା ମିଶ୍ରଙ୍କ କମ୍ପାନି OSLକୁ ଅହେତୁକ ଅନୁକମ୍ପା ପ୍ରଦାନ ପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରି ସିବିଆଇ ମହିମା ମିଶ୍ରଙ୍କ ପୁଅ ତଥା OSL ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର, ଚିଫ୍ ଇଂଜିନିୟର ସରୋଜ ଦାଶ, ତାଙ୍କ ସହଯୋଗୀ ବିଲ୍ଡର ଶିଶିର ଦାସ, କେସିଟିର ଦେବପ୍ରିୟ ମହାନ୍ତିଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା ।

Advertisment

ଆଜି ଚର୍ଚ୍ଚିତ ମିଶ୍ର, ଦେବପ୍ରିୟ ମହାନ୍ତି, ଶିଶିର ଦାସଙ୍କ ଜାମିନ ଆବେଦନ ଶୁଣାଣି ସରିଛି । ରାୟ ସଂରକ୍ଷିତ ରହିଛି । ସମସ୍ତ ୭ ଅଭିଯୁକ୍ତଙ୍କୁ ଆଉ ଥରେ ୯ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟଙ୍କ ନିକଟରେ ଆବେଦନ କରିଛି । ଏହି ଆବେଦନ ବିଚାରାଧୀନ ରହିଛି । ସମସ୍ତ ଅଭିଯୁକ୍ତଙ୍କ ଭଏଏସ୍ ସାମ୍ପୁଲ ଟେଷ୍ଟ ଓ ଅନ୍ୟାନ୍ୟ ତଦନ୍ତ ପାଇଁ ରିମାଣ୍ଡ ଦରକାର ବୋଲି ସିବିଆଇ ଯୁକ୍ତି ବାଢ଼ିଛି । ଏହି ମାମଲାରେ ମହିମା ମିଶ୍ରଙ୍କ କଟକ ଘର, ଅଫିସ ସହିତ ପାରାଦୀପ  ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ସିବିଆଇ । ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା ।

ସୂଚନାଯୋଗ୍ୟ, ପାରାଦୀପ ବନ୍ଦରକୁ କ୍ଷତି ଆଉ ବ୍ୟକ୍ତିଗତ ଲାଭ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ କାରବାର । ଏ ଅଭିଯୋଗରେ ପାରାଦୀପ ବନ୍ଦରର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ଗିରଫ ହୋଇଛନ୍ତି । ଏ ମାମଲାରେ ତନାଘନା କରି CBI ଦେଶର ପ୍ରାୟ ୧୫ଟି ସ୍ଥାନରେ ଚଢାଉ କରିଥିଲା । ପରେ ଜଣଙ୍କ ପରେ ଜଣଙ୍କୁ ଗିରଫ କରିଥିଲା ସିବିଆଇ ।

Advertisment

ଏମାନଙ୍କ ମଧ୍ୟରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ତଥା OSLର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର ମଧ୍ୟ ଅଛନ୍ତି । ୬୦ ଲକ୍ଷ ଟଙ୍କାର ବିପୁଳ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ଅଫିସ, ଘର ଓ ଅନ୍ୟ ସ୍ଥାନରେ ରେଡ୍ ସହ ତାଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ଜେରା କରିଥିଲା ସିବିଆଇ । ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ଡାକି ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା ।

ସିବିଆଇର ସୂଚନା ଅନୁସାରେ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ବିଭିନ୍ନ ସମୟରେ ପାରାଦୀପ ବନ୍ଦରରେ ନିୟୋଜିତ ଥିବା ବିଭିନ୍ନ ଘରୋଇ କମ୍ପାନୀଙ୍କୁ ଅହେତୁକ ଅନୁକଂପା ଦେଖାଇ ତାଙ୍କ ଘନିଷ୍ଠ ମଧ୍ୟସ୍ଥିଙ୍କ ଜରିଆରେ ଅଭ୍ୟାସଗତ ଭାବେ ଲାଞ୍ଚ ଗ୍ରହଣ କରି ଆସୁଥିଲେ । ଏହି ମଧ୍ୟସ୍ଥି ଜଣକ ପୋର୍ଟର ଅପରେସନ୍ ମ୍ୟାନେଜର ଓ ଘରୋଇ କମ୍ପାନୀ ସହ ଘନିଷ୍ଠତା ରହିଥିଲା ।

ନିକଟରେ କାର୍ଗୋ ଅପଲୋଡିଂ ବେଳେ କଟକର ଘରୋଇ କମ୍ପାନୀ OSL ବନ୍ଦରର କନଭେୟର ବେଲଟ ପ୍ରତି କ୍ଷତି ପହଞ୍ଚାଇଥିଲା । ତେବେ ଏହାର ମରାମତି କିମ୍ବା ନୂଆ ଲଗାଇବା ବ୍ୟୟବହୁଳ ହୋଇଥିବାରୁ ଏଠାରେ ଅପରାଧିକ ଷଡ଼ଯନ୍ତ୍ର କରିଥିଲେ । ଚିଫ୍ ମେକାନିକାଲ ଇଞ୍ଜିନିୟର ମଧ୍ୟସ୍ଥିଙ୍କ ଜରିଆରେ ସଂପୃକ୍ତ କମ୍ପାନୀଠୁ ୬୦ ଲକ୍ଷ ଟଙ୍କାର ଲାଞ୍ଚ ପାଇଁ ଡିଲ୍ ଫାଇନାଲ କରି ପାରାଦୀପ ବନ୍ଦର ଅର୍ଥରେ କନଭେୟର ବେଲଟ୍ ମରାମତି କରିଥିଲେ । ଫଳରେ ସଂପୃକ୍ତ ଘରୋଇ କମ୍ପାନୀକୁ ବିପୁଳ ଆର୍ଥିକ ଫାଇଦା ମିଳିଥିଲା । ୬୦ ଲକ୍ଷ ଲାଞ୍ଚ ଟଙ୍କାରୁ ମଧ୍ୟସ୍ଥି କଟକରୁ ୨୫ ଲକ୍ଷ ଟଙ୍କା ଗ୍ରହଣ କରିଥିଲା ।

CBI Mahima Mishra
Advertisment
Advertisment