/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691229372.jpg)
OSSC question paper leak case
ଲମ୍ବିଛି OSSC ପ୍ରଶ୍ନପତ୍ର ଲିକ୍ ଚେର । OSSC ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮ ଜଣଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଘଟଣାକୁ ନେଇ ଆହୁରି ତଦନ୍ତ କରୁଛି ପୋଲିସ ।
Advertisment
ପୂର୍ବରୁ ଏହି ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଥିଲା । ହେଲେ ବର୍ତ୍ତମାନ ଆଉ ୮ଜଣଙ୍କୁ ପୋଲିସ ଗିରଫ କରିବା ପରେ ଏହି ଘଟଣାରେ ମୋଟ ୨୫ ଜଣ ଗିରଫ ହୋଇଛନ୍ତି ।
ସୂଚନାଥାଉ କି, ନିକଟରେ OSSC ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଥିଲା । ବିହାରରୁ ମାଷ୍ଟରମାଇଣ୍ଡକୁ ବାଲେଶ୍ୱର ପୋଲିସ ଗିରଫ କରିଥିଲା । ଖାଲି ମାଷ୍ଟରମାଇଣ୍ଡ ନୁହେଁ ତା’ ସହିତ ଅନ୍ୟ ୭ ଅଭିଯୁକ୍ତଙ୍କୁ ମଧ୍ୟ ବିହାରରୁ ଗିରଫ କରାଯାଇଥିଲା । ଏହା ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ପୋଲିସ ଗିରଫ କରିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)