/odishatv-khabar/media/post_attachments/uploadimage/library/16_9/16_9_0/Crime_1710752130.jpg)
Crime
ଭାଉଜକୁ ଏକ ତରଫା ପ୍ରେମ । ବିରୋଧ କରିବାରୁ ଭାଇକୁ ନିର୍ମମ ହତ୍ୟା । ରାଜଧାନୀ ଉପକଣ୍ଠରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ପିଟିପିଟି ହତ୍ୟାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବାଲିପାଟଣା ଥାନା ମଝିହରା ମହଲା ସାହି ଗ୍ରାମର ଅକ୍ଷୟ ମାଝିକୁ ହତ୍ୟା କରିଛନ୍ତି କିଛି ଦୁବୃର୍ତ୍ତ ।
ଦୁବୃର୍ତ୍ତ ମାନେ ଅକ୍ଷୟଙ୍କୁ ମାଡ ମାରି ନୂଆ ସାହି ବଜାର ନିକଟରେ ଫିଙ୍ଗି ଦେଇଥିଲେ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଏକ ଛୁରୀ ଜବତ କରିଛି । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଛି ।
ଅକ୍ଷୟଙ୍କ ସ୍ତ୍ରୀଙ୍କୁ ସେହି ଗାଁର ସମ୍ପର୍କୀୟ ଭାଇ ଦିଲୁ ଏକ ତରଫା ପ୍ରେମ କରିବା ସହ ଏକ ଅଶ୍ଳୀଳ SMS ପଠାଇଥିଲା । ଏହାକୁ ନେଇ ଅକ୍ଷୟଙ୍କ ସ୍ତ୍ରୀ ପରିବାରରେ ଜଣାଇବା ପରେ ଦିଲୁକୁ ପଚାରିଥିଲେ ଅଷୟ । ଏହାକୁ ନେଇ ୨ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ୧୦ ଦିନ ପୂର୍ବେ ବାଳକାଟି ବଜାରରେ ଦିଲୁ ଅକ୍ଷୟଙ୍କୁ ଗୋଡ଼ାଇ ଗୋଡାଇ ମାଡ ମାରିଥିଲା ।
ପରେ ଘଟଣାର ସମାଧାନ ହୋଇଥିଲା । ମାତ୍ର ଗତ କାଲି ରାତିରେ ଅଷୟଙ୍କ ରକ୍ତ ଜୁଡୁ ବୁଡୁ ଶରୀର ନୂଆ ସାହି ଗ୍ରାମରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଜି ଭୋରରୁ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏନେଇ ବାଲିପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି ।
#ପରକୀୟାକୁ_ବିରୋଧ_କରିବାରୁ_ହତ୍ୟା !
ଭୁବନେଶ୍ବର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଯୁବକଙ୍କ ମୃତ୍ୟୁ । କାଲି ସଂଧ୍ୟାରୁ ଉଦ୍ଧାର ଯୁବକଙ୍କ ଆଜି ଘରୋଇ ହସ୍ପିଟାଲରେ ମୃତ୍ୟୁ । #Bhubaneswar#OTVpic.twitter.com/W1fDH3hCK1— ଓଟିଭି (@otvkhabar) March 18, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)