• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମହାନଦୀକୁ ଡେଇଁ ଯୁବକ ନିଖୋଜ । ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ରହିଛନ୍ତି । ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ସେହି ଯୁବକଙ୍କ ପରିଚୟ ମିଳି ପାରିନାହିଁ । ପୋଲ ଉପରେ ବାଇକ ରଖି ସେ ନଈକୁ ଡେଇଁ ପଡ଼ିଥିଲେ । କେଉଁ କାରଣରୁ ଯୁବକ ଜଣକ ନଦୀକୁ ଡେଇଁଛନ୍ତି ତାହା ଜଣାପଡ଼ିନାହିଁ । ପାରିବାରିକ କଳହ ନା ଅନ୍ୟ କିଛି ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ ।

ବ୍ରିଜ୍ ତଳକୁ ଡେଇଁବା ପୂର୍ବରୁ ସେ କାହା ସହ ଫୋନରେ କଥା ହେଉଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଁ ବ୍ରିଜ୍ ଉପରେ ପହଞ୍ଚିଥିଲା ଅଗ୍ନିଶମବାହିନୀର ଟିମ୍ । ସେଠାରେ ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛି ଅଗ୍ନିଶମବାହିନୀ ।

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି । ଯୁବକ ଜଣକ କିଏ ? କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ? ତାଙ୍କ ପରିଚୟ କେଉଁଠି ? ତଯୁବକଙ୍କ ନାଁ କ’ଣ ସେନେଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପୋଲ ଉପରେ ଯୁବକଙ୍କ ସ୍କୁଟି ରହିଛି । ପୋଲ ଉପରେ ସ୍କୁଟି ରଖି ସେ ନଈକୁ ଡେଇଁ ପଡ଼ିଛନ୍ତି ।

  • Reported by:
  • SANJAY JENA