/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681357554.jpg)
Goat Seller
ଟଙ୍କା ପାଇଁ ଛେଳି ବେପାରୀଙ୍କୁ ଗୁଳି କରି ହତ୍ୟା । ଛେଳି ବେପାରୀଙ୍କୁ ଗୁଳି କରି ୯ ଲକ୍ଷ ଲୁଟି ନେଲେ ଲୁଟେରା । ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ସୁରୁଗୁଡ଼ା ତାରିଣୀ ମନ୍ଦିର ନିକଟରେ ଗୁଳିମାଡ଼ ହୋଇଛି । ବାଇକରେ ୩ ଜଣ ଛେଳି ବେପାରୀ ଯାଉଥିବା ବେଳେ ଆକ୍ରମଣ କରିଥିଲେ ଲୁଟେରା । ବାଇକ ଅଟକାଇ ଗୁଳିମାଡ଼ କରି ୯ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ । ଗୁଳିମାଡ଼ରେ ଜଣେ ଛେଳି ବେପାରୀ ମୃତ, ଅନ୍ୟ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି ।
ସୂଚନାନୁଯାୟୀ ଲୁଟେରା ପ୍ରଥମେ ବେପାରୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ । ବେପାରୀ ଲୁଟେରା ବୋଲି ଜାଣି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଜଣେ ଦୂର୍ବୃତ୍ତ ବନ୍ଧୁକ ବାହାର କରି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ବେପାରୀଙ୍କ ଛାତିରେ ବାଜି ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣ ଚାଲିଯାଇଥିଲା । ଏହା ପରେ ଦୁର୍ବୃତ୍ତମାନେ ମୃତକଙ୍କ ହାତରୁ ଟଙ୍କାମୁଣି ନେଇ ଫେରାର ହୋଇଯାଇଥିଲେ ।
ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଛେଳି ବେପାରୀଙ୍କ ପରିଚୟ ଜଣାପଡ଼ିଛି । ମୃତକ ହେଲେ ପ୍ରଭାତ ନାଏକ । ଘର ଝାରସୁଗୁଡା ଜିଲ୍ଲା ତାଲମୁଣ୍ଡା । ସେ ଶରଧାପାଲି ନିକଟ ଗୁଲଠାରେ ରହି ବେପାର କରୁଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)