Advertisment

ସବୁ କହିଦେଲେ ସୌମ୍ୟଙ୍କ ମା': ବିଦ୍ୟାଭାରତୀ ଓ ଅବିବାହିତ ଡିଏଫ୍‌ଓ ମଧ୍ୟରେ କଣ ଥିଲା ସମ୍ପର୍କ

ପୂଅ-ବୋହୂଙ୍କ ମଧ୍ୟରେ ପତି-ପତ୍ନୀଙ୍କ ଭଳି ସମ୍ପର୍କ ନଥିଲା। ଏପରିକି ବିବାହ ପରେ ବର୍ଷେ ଯାଏଁ କୌଣସି ଶାରିରୀକ ସମ୍ପର୍କ ନରଖିବାକୁ ବି କୁଆଡ଼େ ଚୁକ୍ତି ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
ସବୁ କହିଦେଲେ ସୌମ୍ୟଙ୍କ ମା': ବିଦ୍ୟାଭାରତୀ ଓ ଅବିବାହିତ ଡିଏଫ୍‌ଓ ମଧ୍ୟରେ କଣ ଥିଲା ସମ୍ପର୍କ

ACFO death

ଭୁବନେଶ୍ୱର: ଯୁବ ଓଏଫ୍ଏସ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ। ଯାହା ଆଶଙ୍କା କରାଯାଉଛି, ଗୋଟି ଗୋଟି କରି ତାହା ହିଁ ସାମ୍ନାକୁ ଆସୁଛି। ସ୍ୱାମୀ ସୌମ୍ୟରଂଜନ, ପତ୍ନୀ ବିଦ୍ୟାଭାରତୀ ଏବଂ ଅବିବାହିତ ଡିଏଫ୍ଓଙ୍କ ମଧ୍ୟରେ ତ୍ରିକୋଣୀୟ ସମ୍ପର୍କର ଖୁଲାସା କରିଛନ୍ତି ଖୋଦ୍ ସୌମ୍ୟଙ୍କ ମା। ନିରାଶାପୂର୍ଣ୍ଣ ଦାମ୍ପତ୍ୟ ଜୀବନ ଭିତରେ ବୋହୂ ବିଦ୍ୟାଭାରତୀ ଭାଙ୍ଗିଥିଲେ ଶଙ୍ଖା, ମୁଣ୍ଡରୁ ପୋଛି ଦେଇଥିଲେ ସିନ୍ଦୁର। ଆଉ ଖୋଜାଖୋଜି ଭିତରେ ବିଦ୍ୟାଭାରତୀ ଠାବ ହେଲେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଘରେ।

Advertisment

ଅର୍ଥାତ ପୂଅ-ବୋହୂଙ୍କ ମଧ୍ୟରେ ପତି-ପତ୍ନୀଙ୍କ ଭଳି ସମ୍ପର୍କ ନଥିଲା। ଏପରିକି ବିବାହ ପରେ ବର୍ଷେ ଯାଏଁ କୌଣସି ଶାରିରୀକ ସମ୍ପର୍କ ନରଖିବାକୁ ବି କୁଆଡ଼େ ଚୁକ୍ତି ହୋଇଥିଲା। ଏପରିକି ସୌମ୍ୟଙ୍କ ସହ ବିଦ୍ୟାଭାରତୀ ଏକ ବ୍ୟାଚଲର୍ ପାର୍ଟିରେ ଯୋଗଦେବାକୁ ବଲାଙ୍ଗିରକୁ ଯାଇଥିଲେ। ପରେ ସୌମ୍ୟଙ୍କୁ ଫେରାଇ ଦିଆଗଲା। ସେଠାରୁ ଟଙ୍କା ପଠାଇବାକୁ ଦାବି କରିବା ସହ ବିଦ୍ୟା ନିଜର ଏକ ଫଟୋ ପଠାଇଥିବା ସୌମ୍ୟଙ୍କ ସମ୍ପର୍କୀୟ କହିଛନ୍ତି। ସୌମ୍ୟଙ୍କ ମୃତ୍ୟୁର ମାତ୍ର ୩ ଦିନ ପୂର୍ବରୁ ସବୁ ସଂପତ୍ତି ବିଦ୍ୟାଙ୍କୁ ଦେବା ପାଇଁ ବି ଏକ ଏଗ୍ରିମେଣ୍ଟ ହୋଇଥିବା ସାମ୍ନାକୁ ଆସିଛି।

ତେବେ ମା ଏବଂ ସମ୍ପର୍କୀୟ ଆଣିଥିବା ଏହି ଚାଞ୍ଚଲ୍ୟକର ତଥ୍ୟ ଯଦି ସତ ହୋଇଥାଏ, ତାହେଲେ ସୌମ୍ୟଙ୍କ ମୃତ୍ୟୁ ପଛର ସତ କଣ? ବୈବାହିକ ସୁଖରୁ ବଞ୍ଚିତ ହୋଇ ସୌମ୍ୟ ନିଆଁରେ ପୋଡ଼ି ହୋଇ ଆତ୍ମହତ୍ୟା କଲେ ନା ହତ୍ୟା ପାଇଁ ବିଦ୍ୟାଭାରତୀ ଓ ଡିଏଫ୍ଓଙ୍କ ଏହା ଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର? ଆଜିକୁ ସପ୍ତାହେ ଥିଲା ମାମଲାର ଜଟିଳତା ଭିତରେ ଛନ୍ଦି ହୋଇଥିବା ପୋଲିସ ବି ଜାଣିପାରୁନି ମୃତ୍ୟୁ ପଛର ରହସ୍ୟ କଣ? 

Advertisment

ପାରଳାଖେମୁଣ୍ଡିରୁ ଭାୟା ବାଲେଶ୍ୱର ଜିଲ୍ଲା ଖଇରା ଦେଇ ମୟୁରଭଞ୍ଜ ଉଦଳାକୁ ଯାଇ ସତ ଖୋଜୁଛି ସ୍ୱତନ୍ତ୍ର ପୋଲିସ ଟିମ୍। ଖଇରାରେ ସୌମ୍ୟଙ୍କ ପରିବାରକୁ ପଚରାଉଚରା ପରେ ଉଦଳାକୁ ଯାଇ ପତ୍ନୀ ବିଦ୍ୟାଭାରତୀଙ୍କ ସହ ପରିବାର ସଦସ୍ୟଙ୍କ ଠାରୁ ବୟାନ ରେକର୍ଡ କରିଛି ୬ ଜଣିଆ ପୋଲିସ ଟିମ୍।

ଅଡୁଆ ଖିଅରେ ଛନ୍ଦି ହୋଇଥିବା ଏହି ମାମଲାରେ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ଏବଂ ରୋଷେୟା ମନ୍ମଥ କୁମ୍ଭ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫା ଲାଗିଥିଲେ ବି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି। ଘଟଣା ପରଦିନ ନିଜକୁ ନିର୍ଦ୍ଦୋଷ ବୋଲି ବୟାନ ଦେବା ପରଠୁ ଆଉ ଡିଏଫ୍ଓଙ୍କ ଦର୍ଶନ ମିଳୁନି। ଏସିଏଫ୍ ପ୍ରଶାସନ ଗୌରୀପ୍ରସାଦ ରଥ, ଡିଏଫ୍ଓ ଅଫିସ ଆସୁନଥିବା ସ୍ୱୀକାର କରିଛନ୍ତି।

ଅପରପକ୍ଷେ ପୁଅକୁ ଷଡଯନ୍ତ୍ର କରି ମାରିଦିଆଯାଇଥିବା ଦର୍ଶାଇ ଏକାଧିକ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ବାପା। ନିଆଁରେ ପୋଡ଼ିଯିବା ପରେ ସଙ୍କଟାପନ୍ନ ଅବସ୍ଥାରେ ସୌମ୍ୟଙ୍କୁ ମେଡ଼ିକାଲ୍ ନେଉଥିବା ଆମ୍ୱୁଲାନ୍ସକୁ କାହିଁକି ସେଦିନ ରାତିରେ ଦୀର୍ଘ ସମୟ ଧରି ଜଣେ ମହିଳା ଥାନା ଅଧିକାରୀ ଏବଂ ଡିଏଫ୍ଓ ଅଟକ ରଖିଥିଲେ? ହସ୍ପିଟାଲରୁ ଆରମ୍ଭ କରି ଘଟଣାସ୍ଥଳ ଯାଏଁ ସବୁଠି ସଂପୃକ୍ତ ମହିଳା ଥାନା ଅଧିକାରୀ ଉପସ୍ଥିତ ରହିବା ପଛର କାରଣ କଣ ?

ସୌମ୍ୟଙ୍କ ଡାଏରୀରେ ଜୁଲାଇ ୧୨ରୁ ୧୫ ତାରିଖକୁ କାଳରାତି ବୋଲି ଲେଖିବା ପଛର ରହସ୍ୟ କଣ ? ଏଭଳି ପ୍ରଶ୍ନ ଉଠାଇ ଆଜି ଡିଜିପି, ପିସିିସିଏଫ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହେବା ସହ ସମସ୍ତଙ୍କ ଲାଇଟିକ୍ସେନ କରାଯାଉ ବୋଲି ସୌମ୍ୟଙ୍କ ବୟସ୍କ ବାପା ଦାବି କରିଛନ୍ତି।

Odisha News Odisha Police Paralakhemundi Death Acfo
Advertisment
Advertisment