Advertisment

Deadly Love Story: ମାଲିକାଣୀଙ୍କ ସହ ଡ୍ରାଇଭରଙ୍କ ପ୍ରେମ, ରେଳଧାରଣାରୁ ମିଳିଲା ମୃତଦେହ

ପରିବାରର ଲୋକଙ୍କୁ ଫୋନ କରି ମାଲିକାଣୀ ସହିତ ନିଜ ପ୍ରେମ ସଂପର୍କରେ ଜଣାଇଥିଲେ ଡ୍ରାଇଭର। ଆଉ କିଛି ଅନ୍ତରଂଗ ମୁହୁର୍ତ୍ତର ଫଟୋ ପଠାଇଥିଲେ। ଆଉ ସକାଳୁ ରେଳ ଧାରଣାରୁ ମିଲିଲା ତାଙ୍କ ମୃତ ଦେହ। ହେଲେ ପରିବାର ଲୋକଙ୍କ ଅଭିଯୋଗ ଥଇଲା କିଛି ଅଲଗା....

author-image
Prasan Subudhi
ଭୟଙ୍କର ଲଭ୍ ଷ୍ଟୋରୀ

ଭୟଙ୍କର ଲଭ୍ ଷ୍ଟୋରୀ

୨୦ ବର୍ଷର ଭେଣ୍ଡିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ମା। ତାର ଗୋଟିଏ ବୋଲି ରୋଜଗାରିଆ ପୁଅ ତାକୁ ଛାଡ଼ି ଚାଲିଗଲା। ମାଆ ହୃଦରୋଗୀ ହୋଇଥିବା ଆଉ କିଏ ତାଙ୍କ କଥା ବୁଝିବ ବୋଲି କହି ଛାତି ଫଟାଇ କାନ୍ଦୁଛନ୍ତି ସେ। ଆମେ କହୁଚୁ ବଲାଙ୍ଗିର ସଇଁନ୍ତଲାର ଭବାନୀ ସେଠଙ୍କ ପରିବାର କଥା। ୨୦ ବର୍ଷୀୟ ଭବାନୀ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ହେଲେ ହଠାତ ତାଙ୍କ ମୃତଦେହ ଗତ ୨୨ ତାରିଖ, ସଇଁନ୍ତଲା ରେଲଓ୍ବେ ଷ୍ଟେସନ ରେଳଧାରଣା ନିକଟରୁ ମିଳିଥିଲା।

Advertisment

ତେବେ ମାଲିକାଣୀଙ୍କ ସହ ପ୍ରେମ ଘଟଣା ପ୍ରଘଟ ହେବାରୁ, ମୋ ପୁଅକୁ ତାଙ୍କ ପରିବାର ଲୋକେ ମାରିଦେଇଛନ୍ତି ବୋଲି କହିଛନ୍ତି ଭବାନୀଙ୍କ ପରିବାର। ୨୧ ତାରିଖ ରାତିରେ ଭବାନୀ, ପରିବାରର ଲୋକଙ୍କୁ ଫୋନ କରି, ମାଲିକାଣୀ ସହିତ ନିଜ ପ୍ରେମ ସଂପର୍କରେ ଜଣାଇଥିଲେ। ଆଉ କିଛି ଅନ୍ତରଂଗ ମୁହୁର୍ତ୍ତର ଫଟୋ ପଠାଇଥିଲେ। ଆଉ ସକାଳୁ ରେଳ ଧାରଣାରୁ ମିଲିଲା ତାଙ୍କ ମୃତ ଦେହ। ତେଣୁ ପୁଅକୁ ପ୍ରେମ ପାଇଁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଭବାନୀଙ୍କ ପରିବାର ।

ଭବାନୀଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ। କିନ୍ତୁ ମୃତ୍ୟ ପୂର୍ବର, କଥାବାର୍ତ୍ତର ଅଡିଓ ଲାଗିଛି ଓଟିଭି ହାତରେ। 

Advertisment

ରାତିରେ ସଇଁନ୍ତଲା ରେଲୱେ ଷ୍ଟେସନରେ ଥାଇ ମାଲିକାଣୀଙ୍କ ସହ ଫୋନରେ କଥା ହୋଇଥିଲେ ଭବାନୀ। ଆଉ ଜୀବନ ହାରିଦେବାକୁ ଧମକ ଦେଉଥିଲେ। ମାଲିକାଣୀ ଯେତେ ବୁଝାଇ ଘରକୁ ଫେରିଯିବା ପାଇଁ ନେହୁରା ହେଲେ ମଧ୍ୟ ମାନିନଥିଲେ।

ଆଉ ସକାଳୁ ରେଳ ଧାରଣାରେ ଭବାନୀଙ୍କ ଖଣ୍ଡବିଖଣ୍ଡିତ ଶବ ଦେଖିବାକୁ ମିଳିଥିଲା। ତେବେ ମୃତ୍ୟୁ ପୂର୍ବରୁ ବିଭିନ୍ନ ମୋବାଇଲକୁ ଭବାନୀ ପଠାଇଥିଲେ, ମାଲିକାଣୀଙ୍କ ସହିତ ନିଜର ଅନ୍ତରଂଗ ମୁହୁର୍ତ୍ତର ଫଟୋ। ଏହି ଘଟଣା ସଂପର୍କରେ ବଲାଙ୍ଗିର ଜି.ଆର.ପି ତଦନ୍ତ କରୁଥିବା ବେଳେ, ସଇଁନ୍ତଲା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣାର ତଦନ୍ତ ଚାଲିଥିବାରୁ କୌଣସି ପ୍ରତିକ୍ରୀୟା ଦେବାକୁ ମନା କରିଛି ପୋଲିସ ।

Murder Lover’s Suicide Love Affair Love And Cheat
Advertisment
Advertisment