Advertisment

ଅଭାବନୀୟ କାଣ୍ଡ; ଓଡ଼ିଶାର ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ, ପୀଡ଼ିତାଙ୍କୁ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କଲା ପୋଲିସ୍ !

ଚାଞ୍ଚଲ୍ୟକର ଘଟଣା । ଓଡ଼ିଶାର ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ! ସରାଇ କାଲେ ଖାନ୍ ଅଞ୍ଚଳର ଘଟଣା ଏଭଳି ଜଘନ୍ୟ ଘଟଣା ଘଟିଛି ବୋଲି କୁହାଯାଉଛି । ଦୁଷ୍କର୍ମ ପରେ ପରିତ୍ୟକ୍ତ ଅଞ୍ଚଳରେ ଫୋପାଡ଼ି ମହିଳାଙ୍କୁ ଦେଇଥିଲେ ।

author-image
Sonali Ojha
ଅଦ୍ୟତନ ହୋଇଛି
Odisha woman raped

Odisha woman raped

ଅଭାବନୀୟ କାଣ୍ଡ । ଚାଞ୍ଚଲ୍ୟକର ଘଟଣା । ଓଡ଼ିଶାର ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ! ସରାଇ କାଲେ ଖାନ୍ ଅଞ୍ଚଳର ଘଟଣା ଏଭଳି ଜଘନ୍ୟ ଘଟଣା ଘଟିଛି ବୋଲି କୁହାଯାଉଛି । ଦୁଷ୍କର୍ମ ପରେ ପରିତ୍ୟକ୍ତ ଅଞ୍ଚଳରେ ଫୋପାଡ଼ି ମହିଳାଙ୍କୁ ଦେଇଥିଲେ ।  ପୀଡ଼ିତାଙ୍କୁ ଉଦ୍ଧାର କରି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରିଛି ପୋଲିସ୍ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ କରାଯାଉଛି । 

Advertisment

ପୋଲିସ୍‌ର କହିବା କଥା ଯେ ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗିବା ପୂର୍ବରୁ ଅନ୍ୟତ୍ର କେଉଁଠି ଦୁଷ୍କର୍ମ କରାଯାଇଥିଲା। ଭୋର ପ୍ରାୟ ୩.୩୦ରେ ପୋଲିସ୍ ମହିଳାଙ୍କ ସମ୍ପର୍କରେ ସୂଚନା ପାଇଥିଲା। ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ପ୍ରଥମେ ମହିଳା ଜଣଙ୍କ ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥିବା ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମହିଳା ଜଣଙ୍କୁ ଏମ୍ସକୁ ନେଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଦିଲ୍ଲୀ ପୋଲିସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମହିଳା ଜଣଙ୍କ ଓଡ଼ିଶାର। ପ୍ରାୟ ବର୍ଷେ ହେବ ସେ ଓଡ଼ିଶା ଛାଡ଼ି ଏଠାରେ ରହୁଛନ୍ତି। ସେ ଗ୍ରାଜ୍ୟୁଏଟ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଓଡ଼ିଶାରୁ ଦିଲ୍ଲୀ ଆସିବା ପରେ କଟୱାରିଆ ସରାଇରେ ସେ ନିଜର ଜଣେ ବନ୍ଧୁଙ୍କ ପାଖରେ ରହୁଥିଲେ। ହେଲେ କୌଣସି କାରଣରୁ ଅଗଷ୍ଟ ମାସରେ ତାଙ୍କୁ ବନ୍ଧୁଙ୍କ ଘର ଖାଲି କରିବାକୁ କୁହାଯାଇଥିଲା। ଏଥିଯୋଗୁ ସେ ଅନେକ ରାତି ଦିଲ୍ଲୀର ରାଜରାସ୍ତାରେ କାଟିଛନ୍ତି। ପୂର୍ବରୁ ଏହି ମହିଳାଙ୍କୁ ଦକ୍ଷିଣପୂର୍ବ ଦିଲ୍ଲୀର ଜାମରୋଡପୁରରେ ଦେଖିବାକୁ ମିଳିଥିଲା। ସେ ଏଠାରେ ରହୁଥିବା ଜଣଙ୍କ ଘରେ ଅନାଧିକାର ଭାବେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଏନେଇ ପୋଲିସ୍‌ରେ କୌଣସି ପ୍ରକାରର ଅଭିଯୋଗ ହୋଇନାହିଁ।

Advertisment

ଏହାବାଦ ମହିଳା ଜଣଙ୍କ କିଷନଗଡ଼ର ଥିବା ଗୋଟିଏ ଏଟିଏମ ବୁଥରେ ମଧ୍ୟ ରାତି କାଟିବାର ନଜିର ରହିଛି। ଏବେ ଏମ୍ସରେ ଚିକିତ୍ସିତ ହେଉଥିବା ମହିଳା ଜଣଙ୍କ ବାରମ୍ବାର ତାଙ୍କ ବୟାନ ବଦଳାଉଛନ୍ତି। ତେଣୁ ପୋଲିସ୍‌ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିପାରୁ ନାହିଁ। ମହିଳା ଜଣଙ୍କ ତଦନ୍ତରେ ବି ସହାୟତା କରୁ ନାହାନ୍ତି। ପୋଲିସ୍‌ ତାଙ୍କ ବାପା ମା’ଙ୍କୁ ଖବର ଦେଇଛି ଓ ତାଙ୍କ ଉପରେ ନଜର ରଖିଥିବା ଅଧିକାରୀ ଜଣଙ୍କ କହିଛନ୍ତି। ଅନ୍ୟପକ୍ଷରେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ରାସ୍ତା କଡ଼ରେ ଫିଙ୍ଗିଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ୍‌ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି। ହେଲେ ଏଯାଏ ଅଭିଯୁକ୍ତ ସମ୍ପର୍କରେ କିଛି ବି ସୂଚନା ମିଳିନି।

Woman Odisha Woman
Advertisment
Advertisment