Advertisment

Woman Murdered: ଝିଅ ଜନ୍ମ କରିବାରୁ ଶାଶୁଘର ଲୋକେ ଦେଲେ ଅକଥନୀୟ ନିର୍ଯାତନା, ଜୀବନ ହାରିଲା ବୋହୂ

ନିଜର ଜନ୍ମିତ ଝିଅକୁ ଛାଡି ଜୀବନ ହାରିବାକୁ ଉଚିତ ମନେ କଲା ନମିତା। ତେବେ ନମିତା ଆତ୍ମହତ୍ୟା କରିଥିବା କଥା ଶାଶୁଘର ଲୋକେ କହୁଥିବା ବେଳେ ନମିତା ଝିଅ ଜନ୍ମ କରିଥିବାରୁ ତାକୁ ଶାଶୁଘର ଲୋକେ ମାରିଦେଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି।

author-image
Prasan Subudhi
ଅଦ୍ୟତନ ହୋଇଛି
ଝିଅ ଜନ୍ମ କରିବାରୁ ହତ୍ୟା

ଝିଅ ଜନ୍ମ କରିବାରୁ ହତ୍ୟା

ମା’ ତୁ କେଉଁ ଆଡେ ଚାଲିଗଲୁ... ମୁଁ କାହା କୋଳରେ ଶୋଇବି... କାହା ବୁକୁରୁ କ୍ଷୀର ପିଇ ବଞ୍ଚିବି... ମୋ କଥା ଟିକେ ଭାବିଲୁନି । ମୋତେ ଏକା କରି ଛାଡିଦେଇ ଚାଲିଗଲୁ । ତୋ ବିନା ମୁଁ କେମିତି ବଞ୍ଚିବି ? ମୁଁ ଜନ୍ମ ହେଲି ବୋଲି ଘର ଲୋକ ତୋତେ କେତେ ଟାହି ଟାପରା କଲେ । ଆଉ ସେମାନେ ମୋତେ କେମିତି ଆପଣାର କରିବେ ମା’ । ମୁଁ ଏବେ ୧୦ ଦିନର । କିଏ ମୋତେ କୋଳେଇ ନେବ। କିଏ ମୋତେ ଖାଇବାକୁ ଦେବ। ମୋ ବାପା ତ ମୋ ମା ପାଇଁ ଜେଜେମା କି ଅପାଙ୍କ ସହ ଲଢିପାରିଲେନି । ନୀରବ ରହି ସବୁ ଦୁଃଖ ସହି ଶେଷରେ ଜେଲ ଗଲେ । କିଏ ହେବ ମୋ ସାହା ଭରସା ? ତୋ ଭଳି ମଧ୍ୟ ମୋର ଜୀବନ କ’ଣ ଏହିପରି ଅକାଳରେ ଝଡିପଡିବ ।

Advertisment

ଆଜି ବି ସମାଜରେ ଝିଅ ଟିଏ ଜନ୍ମ ହେଲେ କେତେ ଯାତନା ସହିବାକୁ ପଡେ । ତାର ନିଛକ ଉଦାହରଣ ଦେଖିବାକୁ ମିଳିଛି ଜଳେଶ୍ବର ଥାନା ପଥରପୁରା ଗାଁରେ । ଜଳେଶ୍ବର ପୌରପରିଷଦର ଭାଇସ ଚେୟରମ୍ୟାନ ପୁଷ୍ପପ୍ରିୟା କାମିଳାଙ୍କ ତୃତୀୟ ପୁଅ ରିତେଶ କାମିଳାଙ୍କୁ ନମିତା ୩ ବର୍ଷ ତଳେ ବିବାହ କରିଥିଲେ। ୧୦ ଦିନ ତଳେ ନମିତାଙ୍କ ଝିଅ ଜନ୍ମ ହୋଇଥିଲା। ଝିଅ ଜନ୍ମ ହେଲା ବୋଲି ଶାଶୁ ଘର ଲୋକ ନମିତାଙ୍କ ଉପରେ ଆରମ୍ଭ କରିଥିଲେ ଅକଥନୀୟ ଅତ୍ୟାଚାର। ନମିତା ବାପଘର ଲୋକଙ୍କୁ ଜଣାଇବା ପରେ ମଧ୍ୟ ଅତ୍ୟାଚାର କମିନଥିଲା।

ଶେଷରେ ନିଜର ଜନ୍ମିତ ଝିଅକୁ ଛାଡି ଜୀବନ ହାରିବାକୁ ଉଚିତ ମନେ କଲା ନମିତା। ତେବେ ନମିତା ଆତ୍ମହତ୍ୟା କରିଥିବା କଥା ଶାଶୁଘର ଲୋକେ କହୁଥିବା ବେଳେ ନମିତା ଝିଅ ଜନ୍ମ କରିଥିବାରୁ ତାକୁ ଶାଶୁଘର ଲୋକେ ମାରିଦେଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନମିତାଙ୍କ ଶାଶୁ ପୁଷ୍ପପ୍ରିୟା ଜଣେ ବିଜେଡି ନେତ୍ରୀ। ଜଳେଶ୍ବର ପୌରପରିଷଦର ଭାଇସ ଚେୟାରମ୍ୟାନ ହୋଇ କିଭଳି ଏତେ ହୀନମନ୍ୟ କାର୍ଯ୍ୟ କରିପାରିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଛି ତଦନ୍ତ ଆରମ୍ଭ କରିଛି । ନମିତାଙ୍କ ମୃତ ଦେହକୁ ଜବତ କରି ସ୍ବାମୀ ରିତେଶକୁ ଓ କାକା ଶଶୁରକୁ ଗିରଫ କରି ପଚରା ଉଚୁରା ଜାରୀ ରଖିଛି ପୋଲିସ। ଶାଶୁ ଓ ନଣନ୍ଦଙ୍କୁ ମଧ୍ୟ ତଦନ୍ତର ପରିସରକୁ ନେବ ବୋଲି ପୋଲିସ କହିଛି।

ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Torture Woman Murder
Advertisment
Advertisment