Advertisment

Vigilance Raid; ବାବୁଙ୍କ ଆଖି ଖୋସି ଦେଲା ପରି ସମ୍ପତ୍ତି; ମିଳିଲାଣି ୧୭ ଲକ୍ଷ, ୧୧ପ୍ଲଟ୍‌ ଓ ୩ଟି ଫ୍ଲାଟ୍‌

ଜଟଣୀ ପୌରପାଳିକାର କୋଟିପତି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଘରୁ ମିଳୁଛି ବିଡ଼ାବିଡ଼ା ଟଙ୍କା। ବାବୁ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ଜଳକା। ଗଣି ଗଣି ହାଲିଆ ହୋଇପଡ଼ିଲେ ଭିଜିଲାନ୍ସ ଅଧିକାରୀ। ଶେଷରେ ଆସିଲା ଟଙ୍କା ଗଣା ମେସିନ। ଏତେ ଟଙ୍କା ବାବୁ କେଉଁଠି ଆଣିଲେ, ଘରେ କାହିଁକି ଏତେ ଟଙ୍କା ରଖିଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ।

ଅଦ୍ୟତନ ହୋଇଛି
Vigilance Raid

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ୯ସ୍ଥାନରେ ଚଢ଼ାଉ

ଏଥିସହ ପାଟ୍ଟଯୋଶୀଙ୍କର ଭୁବନେଶ୍ୱର ସ୍ଥିତ ଜାଗମରା, ଖାରବେଳନଗର, ଡେଲ୍ଟା ସ୍କୋୟାରରେ ୩ଟି ଫ୍ଲାଟ୍‌, ଭୁବନେଶ୍ୱର ଓ ବ୍ରହ୍ମପୁରରେ ୧୧ଟି ପ୍ଲଟ୍‌, ୧୫୦ ଗ୍ରାମ ସୁନା, ଗୋଟିଏ ଚାରି ଚକିଆ ଯାନ ଓ ୨୦ଟି ବ୍ୟାଙ୍କ ଆକାଉଣ୍ଟ ଓ ପୋଷ୍ଟାଲ ଜମା ଥିବା ଜଣାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଟ୍ଟଯୋଶୀଙ୍କର ଭୁବନେଶ୍ୱର ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଆଜି ସକାଳେ ପାଟ୍ଟଯୋଶୀଙ୍କ ପୈତୃକ ଗାଁ ଗଂଜାମ ଜିଲ୍ଲା ସୋରଡାର ତିନିଟି ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏଥିସହ ଜଟଣୀ ପୌରପରିଷଦ କାର୍ଯ୍ୟାଳୟରେ ବି ଚଢ଼ାଉ କରିଛି ଭିଜିଲାନ୍ସ। ଏହା ସହ ଭୁବନେଶ୍ବର ଓ ବ୍ରହ୍ମପୁର ସ୍ଥିତ ବାସଭବନରେ ଚାଲିଛି ରେଡ୍। ଏହି ଚଢ଼ାଉରେ ୯ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ୧୩ ଜଣ ASI ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ଚାଲିଛି ।

Advertisment

ସୂର୍ଯ୍ୟମଣି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି।

ଅଧିକ ପଢ଼ନ୍ତୁ:  ୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ସରକାରୀ ବାବୁ

Vigilance Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ