• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମହଙ୍ଗା ପଡ଼ିଲା ସରକାରୀ ନିର୍ମାଣରେ ଦୁର୍ନୀତି । ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ୍ । ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସୋନପୁରରେ ୧୦୦ ସିଟ୍ ବିଶିଷ୍ଟ ୪ଟି ଛାତ୍ରାବାସ ନିର୍ମାଣ କାମ ବିଜୟଙ୍କୁ ଦିଆଯାଇଥିଲା । ଏଥିରେ ଅର୍ଥ ତୋଷରପାତ ଅଭିଯୋଗ ତାଙ୍କ ଉପରେ ଲାଗିଛି । 

ହଷ୍ଟେଲ୍ ନିର୍ମାଣରେ ନିମ୍ନମାନର କାମ ହୋଇଥିବା ଭିଜିଲାନ୍ସକୁ ସୂଚନା ମିଳିଥିଲା । ନିମ୍ନମାନର କାଠ, ଅଣ ଓସାରିଆ ଛାତ ସହ ବିଦ୍ୟୁତ୍ ଓ ସାନିଟାରୀ ଫିଟିଂରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ପାଇଥିଲା ଭିଜିଲାନ୍ସ । ଏଥିରେ ବଡ଼ ଧରଣର ଅର୍ଥ ହେରଫେର ହୋଇଥିବା ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ ।