Advertisment

Cyber Fraud: ଭୁବନେଶ୍ୱରରେ ଠକେଇ, ଚେନ୍ନାଇରୁ ଗିରଫ; ଉତୁରିଗଲା ଫିଲ୍ମ କରିବା ନିଶା

ମହଙ୍ଗା ପଡ଼ିଲା ସାଇବର ଠକେଇ ଟଙ୍କାରେ ଫିଲ୍ମ କରିବା ନିଶା । ଲୋକଙ୍କୁ ଲୁଟୁଥିଲେ ଆଉ ସେହି ଟଙ୍କାରେ ଫିଲ୍ମ କରିବାକୁ ବ୍ଲୁ ପ୍ରିଣ୍ଟ ବି ରଚିଥିଲେ। ହେଲେ ସବୁ ପରିଶ୍ରମ ପାଣିରେ ପଡିଗଲା।

ଅଦ୍ୟତନ ହୋଇଛି
Cyber Fraud

Cyber Fraud

Advertisment

ବଢିଚାଲିଛି ସାଇବର୍‌ ଠକେଇ। ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍‌ ଚଳାଇଛନ୍ତି। କେତେବେଳେ ପୋଲିସ, ସିବିଆଇ, ଇଡି ଭଳି ଅନ୍ୟ ତଦନ୍ତକାରୀ ସଂସ୍ଥାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବେଶରେ ଧମକ ଦେଇ ଲୁଟୁଛନ୍ତି ତ ଆଉ କେତେବେଳେ ମେସେଜ୍‌ରେ ଲିଙ୍କ ପଠାଇ ଆକାଉଣ୍ଟ ଶୂନ କରିଦେଉଛନ୍ତି। ହେଲେ ଠକେଇ ଟଙ୍କାରେ ଫିଲ୍ମ କରିବାକୁ ମନସ୍ଥ କରିଥିବା ଜଣେ ରଂଗିଲା ସାଇବର ଠକକୁ ବାନ୍ଧିଛି କମିଶନରେଟ ପୋଲିସର ସାଇବର ଟିମ୍।

Advertisment

ପୋଲିସ ଆକ୍ସନ ପରେ ମହଙ୍ଗା ପଡିଛି ସାଇବର ଠକେଇ ଟଙ୍କାରେ ଫିଲ୍ମ କରିବା ନିଶା । ଲୋକଙ୍କୁ ଲୁଟୁଥିଲେ ଆଉ ସେହି ଟଙ୍କାରେ ଫିଲ୍ମ କରିବାକୁ ବ୍ଲୁ ପ୍ରିଣ୍ଟ ବି ରଚିଥିଲେ। ହେଲେ ସବୁ ପରିଶ୍ରମ ପାଣିରେ ପଡିଗଲା। ଅନଲାଇନ୍ ଟ୍ରେଡିଂ ଜରିଆରେ ଠକେଇ କରୁଥିବା ଠକ ଶେଷରେ କମିଶନରେଟ ପୋଲିସର ସାଇବର ଟିମ୍ ହାତରେ ଧରା ପଡିଗଲା। ଗିରଫ ଅଭିଯୁକ୍ତ ଚେନ୍ନାଇରେ ରହୁଥିବା ପ୍ରକାଶ ଏମ୍ । ତାକୁ ତାମିଲନାଡୁରୁ ଗିରଫ କରିଛି କମିଶନରେଟ ପୋଲିସର ସାଇବର ଟିମ୍।

ହ୍ବାଟ୍ସଆପ୍ ଗ୍ରୁପ ଜରିଆରେ ଠକେଇ କରୁଥିଲା ପ୍ରକାଶ। ହ୍ବାଟ୍ସଆପ୍ ଗ୍ରୁପ ଜରିଆରେ ମେସେଜ୍ ଦେବା ସହ ଅନଲାଇନ୍ ଟ୍ରେଡିଂ କରିବା ନେଇ ସମସ୍ତଙ୍କୁ ଉତ୍ସାହିତ କରୁଥିଲା। ଯେଉଁଥିରେ ଉତ୍ସାହିତ ହୋଇ ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତି ୧୯ ଲକ୍ଷ ୫୦ ହାଜର ଟଙ୍କା ଲଗାଇଥିଲେ। ପରବର୍ତ୍ତୀ ସମୟରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Advertisment

ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ତେବେ ଏହାର ଚେର ତାମିଲନାଡୁ ଯାଏ ଲମ୍ୱିଥିବା ଜଣାପଡିଥିଲା। ଠକେଇର ମାଷ୍ଟରମାଇଣ୍ଡକୁ ତାମିଲନାଡୁରେ ଠାବ କରାଯାଇଥିଲା। ଗିରଫ ଅଭିଯୁକ୍ତ ଆକାଉଣ୍ଟରେ ୬୨ ଲକ୍ଷ ଟଙ୍କା ଥିବା ବେଳେ ତାହାକୁ ଫ୍ରିଜ୍ କରାଯାଇଛି। ଠକେଇ ଟଙ୍କାରେ ଫିଲ୍ମ୍ ନିର୍ମାଣ କରିବା ପାଇଁ ଯୋଜନା କରୁଥିଲା ଠକ। ତେବେ ଏହି ଆଶା ଆଶାରେ ରହିଯାଇଛି।

ଜାଣନ୍ତୁ କେମିତି ରହିବେ ସୁରକ୍ଷିତ ?

ଠକମାନେ କେବଳ ସୋସିଆଲ ମିଡିଆ ମାଧ୍ୟମରେ ପହଞ୍ଚି ନାହାଁନ୍ତି ବରଂ ଲକ୍ଷ ଲକ୍ଷ ଫୋନ୍ ନମ୍ବର ଏବଂ ଏପରିକି ନାମ ମଧ୍ୟ ପାଇଥାନ୍ତି । ଏହା ସମ୍ଭବ ହେଉଛି କେବଳ ଡାଟା ଲିକ୍ ଆଧାରରେ । ଯାହା ଭାରତରେ ପ୍ରବଳ ମାତ୍ରରେ ଦେଖିବାକୁ ମିଳୁଛି, କାରଣ ଠକମାନେ କେବଳ ଆପଣଙ୍କର ନମ୍ବର ଏବଂ ନାମ ନୁହେଁ ବରଂ ପରିବାର ଏବଂ ବ୍ୟକ୍ତିଗତ ବିବରଣୀ ମଧ୍ୟ ପାଇ ଯାଉଛନ୍ତି । ଏହିପରି ସ୍କାମରୁ ନିଜକୁ ରକ୍ଷା କରିବା ପାଇଁ କିଛି ଟିପ୍ସ ଜାଣନ୍ତୁ...

Advertisment

କଲ୍ କରୁଥିବା ବ୍ୟକ୍ତିଙ୍କୁ ସର୍ବଦା ଯାଞ୍ଚ କରନ୍ତୁ । ଯଦି କେହି ଜଣେ ସମ୍ପର୍କୀୟ କିମ୍ବା ବନ୍ଧୁ ବୋଲି ଦାବି କରୁଥିବା ଟଙ୍କା ପାଇଁ ଆପଣଙ୍କୁ ଯୋଗାଯୋଗ କରନ୍ତି, କ୍ରସ୍ ଚେକ୍ କରନ୍ତୁ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ବାପାଙ୍କ ସାଙ୍ଗ ବୋଲି ପରିଚୟ ଦେଇ ପଇସା ମାଗନ୍ତି, ପ୍ରକୃତରେ ଆପଣଙ୍କ ବାପାଙ୍କର ଏମିତି ସାଙ୍ଗ ଅଛନ୍ତି କି ନାହିଁ ବାପାଙ୍କୁ ଫୋନ୍‌ କରି କ୍ରସ୍‌ କରନ୍ତୁ ।

ବ୍ୟକ୍ତିଗତ ସୂଚନାକୁ ନେଇ ସତର୍କ ରୁହନ୍ତୁ: ଆପଣ ଅପରିଚିତ ବ୍ୟକ୍ତିଙ୍କ ସହିତ କେବେବି ବ୍ୟକ୍ତିଗତ କିମ୍ବା ବ୍ୟାଙ୍କ୍‌ ତଥ୍ୟ ସେୟାର କରନ୍ତୁ ନାହିଁ । ଯଦି ବି ସେମାନେ ପରିଚୟ ଦିଅନ୍ତି ।

ଏହା ସହ ପଢ଼ନ୍ତୁ: Cyber Crime: ସତ ପୋଲିସ ପାଖରେ ଲାଗିଲା ମିଛ ପୋଲିସର ଭିଡିଓ କଲ୍‌ ! ତା’ପରେ... Video

ଏପଟେ ସାଇବର ଠକେଇର ନୂଆ ପ୍ଲଟ୍ ଡିଜିଟାଲ୍ ୱେଡିଂ କାର୍ଡ । ଅଜଣା ସାଇଟ୍, ଅଜଣା ନମ୍ବର ଜରିଆରେ ଆପଣଙ୍କ ହ୍ୱାଟ୍ସଆପକୁ ଇ-ୱେଡିଂ କାର୍ଡ ଆସୁଥିଲେ ସାବଧାନ ହୋଇଯାଆନ୍ତୁ । କାରଣ ଏହି ଏପିକେ ଫାଇଲ୍ ଖୋଲୁ ଖୋଲୁ, ସାଇବର ଅପରାଧୀଙ୍କ ପାଖକୁ ନିମିଷକେ ଚାଲିଯାଇପାରେ ଆପଣଙ୍କ ସବୁ ବ୍ୟକ୍ତିଗତ ତଥ୍ୟ।

ଆଗକୁ ବାହାଘର ସିଜିନ୍ । ଆଉ ଏତିକି ବେଳେ ଟାଇମ୍ ଦେଖି ମାର୍କେଟରେ ସାଇବର ଲୁଟେରାଙ୍କ ନୂଆ ଖେଳ । ଇ-ୱେଡିଂ କାର୍ଡ ଜରିଆରେ ସାଂଘାତିକ ସ୍କାମ୍ । ଛୁଇଁଦେଲେ ବରବାଦ୍ । ସବୁ ଡାଟା ନେଇ ତଳିତଳାନ୍ତ କରିଦେବ APK ଫାଇଲ୍ । ଏବେ ଆପଣଙ୍କ ପାଖକୁ ହ୍ୱାଟସଆପ ଓ ମେସେଞ୍ଜରରେ ଯଦି ବାହାଘର ନିମନ୍ତ୍ରଣ କାର୍ଡ ଆସେ ଡାଉନଲୋଡ୍ କରିବା ପୂର୍ବରୁ ଅନ୍ତତଃ ଟିକେ ଅଟକି ଯାଆନ୍ତୁ ।

ଅଧିକ ପଢନ୍ତୁ: E-Wedding Card Scam: ବାହାଘର କାର୍ଡରେ କ୍ଲିକ୍‌ କଲେ ହୋଇଯାଉଛି ଆକାଉଣ୍ଟ ଗୋଲ୍ !

Cyber Crime Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ