Advertisment

E-Wedding Card Scam: ବାହାଘର କାର୍ଡରେ କ୍ଲିକ୍‌ କଲେ ହୋଇଯାଉଛି ଆକାଉଣ୍ଟ ଗୋଲ୍ !

ଲିଙ୍କ୍ ଛୁଇଁଦେଲେ ନିମିଷକେ ଚାଲିଯାଉଛି ବ୍ୟକ୍ତିଗତ ତଥ୍ୟ । ଟ୍ରାନ୍ସଫର ସହ ଗୋଲ୍ ହୋଇଯାଇ ପାରେ ଆକାଉଣ୍ଟ ।

author-image
Satyendu Shekher Mishra
undefined

ମ୍ୟାରେଜ ସିଜିନରେ ସାଇବର ଲୁଟେରାଙ୍କ ନୂଆ ଖେଳ

ସାଇବର ଠକେଇର ନୂଆ ପ୍ଲଟ୍। ଡିଜିଟାଲ୍ ୱେଡିଂ କାର୍ଡ। ଅଜଣା ସାଇଟ୍, ଅଜଣା ନମ୍ବର ଜରିଆରେ ଆପଣଙ୍କ ହ୍ୱାଟ୍ସଆପକୁ ଇ-ୱେଡିଂ କାର୍ଡ ଆସୁଥିଲେ ହୋଇଯାଆନ୍ତୁ ସାବଧାନ। କାରଣ ଏହି ଏପିକେ ଫାଇଲ୍ ଖୋଲୁ ଖୋଲୁ, ସାଇବର ଅପରାଧୀଙ୍କ ପାଖକୁ ନିମିଷକେ ଚାଲିଯାଇପାରେ ଆପଣଙ୍କ ସବୁ ବ୍ୟକ୍ତିଗତ ତଥ୍ୟ। ହିମାଚଳ ପ୍ରଦେଶରେ ଏଭଳି ନୂଆ ଧରଣର ଠକେଇ ସାମ୍ନାକୁଆସିବା ପରେ ଏନେଇ ସତର୍କ କରିଛି କମିଶନରେଟ୍ ପୋଲିସ୍।

Advertisment

ଆଗକୁ ବାହାଘର ସିଜିନ୍ । ଆଉ ଏତିକି ବେଳେ ଟାଇମ୍ ଦେଖି ମାର୍କେଟରେ ସାଇବର ଲୁଟେରାଙ୍କ ନୂଆ ଖେଳ । ଇ-ୱେଡିଂ କାର୍ଡ ଜରିଆରେ ସାଂଘାତିକ ସ୍କାମ୍ । ଛୁଇଁଦେଲେ ବରବାଦ୍ । ସବୁ ଡାଟା ନେଇ ତଳିତଳାନ୍ତ କରିଦେବ APK ଫାଇଲ୍ । ଏବେ ଆପଣଙ୍କ ପାଖକୁ ହ୍ୱାଟସଆପ ଓ ମେସେଞ୍ଜରରେ ଯଦି ବାହାଘର ନିମନ୍ତ୍ରଣ କାର୍ଡ ଆସେ ତେବେ ସାବଧାନ । APK ଫର୍ମାଟରେ ଆସିଥିବା ସେହି ଫାଇଲକୁ ଡାଉନଲୋଡ୍ କରିବା ପୂର୍ବରୁ ଅନ୍ତତଃ ଟିକେ ଅଟକି ଯାଆନ୍ତୁ । ଆଉ ବୁଝିବାକୁ ଚେଷ୍ଟା କରନ୍ତୁ, କିଏ ପଠାଇଛି ।

ପ୍ରଥମେ ଜାଣନ୍ତୁ ଏ ଫ୍ରଡ୍ କଣ..

ନୂଆଧରଣର ଏଇ ସ୍କାମରେ ପ୍ରଥମେ ଆପଣଙ୍କ ପାଖକୁ ୱେଡିଂ ଇନଭିଟେସନ୍ କାର୍ଡର ଏକ APK ଫାଇଲ୍ ଆସିବ। ଯଦି ଆପଣ ଏହାକୁ ଡାଉନଲୋଡ୍ ପାଇଁ କ୍ଲିକ୍ କରୁଛନ୍ତି ତାହେଲେ ଆପଣଙ୍କ ମୋବାଇଲର ପୂରା ଆକ୍ସେସ୍ ସହ ବ୍ୟକ୍ତିଗତ ତଥ୍ୟ ଲୁଟେରାଙ୍କ ହାତକୁ ପଳାଇଯିବ। ଆଉ ତାପରେ ମୋବାଇଲ୍ ସହ ଲିଙ୍କ ବ୍ୟାଙ୍କ ଆକାଉଣ୍ଟର ଟଙ୍କା, ପର୍ସନାଲ୍ ଡିଟେଲ୍ସ ସବୁ ଗୋଲ୍। ନିକଟରେ ହିମାଚଳପ୍ରଦେଶରେ ସାମ୍ନାକୁ ଆସିଥିବା ଏଭଳି ଏକାଧିକ ଫ୍ରଡ୍ ସଂପର୍କରେ ଜଣାପଡ଼ିବା ପରେ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ମଧ୍ୟ ଏନେଇ ସତର୍କ କରିଛି।

Advertisment

ତେବେ କଣ ଏହି APK ଫାଇଲ୍ ?

ଏପିକେ ହେଉଛି ଆଣ୍ଡ୍ରଏଡ୍ ଆପ୍ଲିକେସନ୍ ପ୍ୟାକେଜ୍। ସରଳରେ କହିଲେ ପିଡିଏଫ୍ ଭଳି ଏକ ଫାଇଲ୍। ଯେଉଁଥିରେ ଭିଡିଓ ଏବଂ ଇମେଜ୍ ପଠାଯାଇଥାଏ । ତେଣୁ ଏହା ଜରିଆରେ ଦୂରଦୂରାନ୍ତରେ ଥିବା ବନ୍ଧୁଙ୍କ ପାଖକୁ ବାହାଘର ଇନଭିଟେସନ୍ କାର୍ଡ ହେଉ କି ଅନ୍ୟ ଯେକୌଣସି ନିମନ୍ତ୍ରଣ କାର୍ଡ ପଠାଇବା ଏକ ସହଜ ମାଧ୍ୟମ ସାଜିଥିବାରୁ ୟାକୁ ହିଁ ଟାର୍ଗେଟ୍ କରିଛନ୍ତି ସାଇବର ଲୁଟେରା।

ବିଭିନ୍ନ ସୋସିଆଲ୍ ସାଇଟରୁ କାହାର ବାହାଘର ହେଉଛି, ଏବଂ କେଉଁମାନେ ବନ୍ଧୁ ପରିଜନ, ତାର ତଥ୍ୟ ସଂଗ୍ରହ କରି ସଂପୃକ୍ତ ବ୍ୟକ୍ତିଙ୍କୁ ସରପ୍ରାଇଜ୍ କାର୍ଡ ପଠାଉଛନ୍ତି। ଆଉ କାର୍ଡ ଡାଉନଲୋଡ୍ ହେବା କ୍ଷଣି ମାଲୱେର ଦ୍ୱାରା ପୂରା ଫୋନକୁ ନିୟନ୍ତ୍ରଣକୁ ନେଇଯାଉଛନ୍ତି। ତେଣୁ ଅଜଣା ନମ୍ବରରୁ ଆସୁଥିବା ଏଭଳି ଏପିକେ ଫାଇଲ୍ ଥିବା ଇନଭିଟେସନ୍ କାର୍ଡରେ ଆଦୌ କ୍ଲିକ୍ ନ କରିବାକୁ ପରାମର୍ଶ ଦେଇଛନ୍ତି ସାଇବର ଏକ୍ସପର୍ଟ ।

କ୍ରାଇମବ୍ରାଞ୍ଚର ତଥ୍ୟ କହୁଛି, ଗତ ୪ ବର୍ଷ ଭିତରେ ଅର୍ଥାତ ୨୦୨୧ରୁ ୨୦୨୪ ଜୁନ ମଧ୍ୟରେ ରାଜ୍ୟରେ ୫ ଶହ ୧ କୋଟିରୁ ଅଧିକ ଟଙ୍କାର ଚୁନା ଲଗାଇଛନ୍ତି ସାଇବର ଠକ। ତେଣୁ ନୂଆ ନୂଆ ତରିକାର ଏଭଳି ଫ୍ରଡରୁ ବର୍ତ୍ତିବାକୁ ସତର୍କ ଓ ସଚେତନ ରହିବା ହିଁ ଏକମାତ୍ର ଉପାୟ।

Cyber Crime Cyber Fraud
Advertisment
Advertisment