Advertisment

Vigilance Raid: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

ଯାଜପୁରର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଉପରେ ଭିଜିଲାନ୍ସ ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା। ଭୀମସେନଙ୍କ ବଙ୍ଗଲା ପରିସରରେ ପାଣି ଫ୍ୟାକ୍ଟ୍ରି ରହିଛି। ତାସହ ଏକ ବଡ଼ ଫର୍ଣ୍ଣିଚର ଫ୍ୟାକ୍ଟ୍ରି ବି ରହିଛି ।

Vigilance Raid

Vigilance Raid

Advertisment

ଆଖି ଲାଖିଲା ପରି ଇଣ୍ଟେରିୟର । ଘରକୁ ଝଲସାଇ ଦେଉଛି ଝୁମର । ସେଫାକୁ ଦେଖିଲେ ଲାଗିବ କୌଣସି କୋଟିପତିଙ୍କ ଘର ହୋଇଥିବ ନିଶ୍ଚୟ । ଆଉ ଘରର ସୌନ୍ଦର୍ଯ୍ୟକୁ ନିଜେ ଆଖିରେ ଦେଖିଲେ ଆପଣଙ୍କ ଆଖିବି ଖୋସି ହୋଇଯିବ । ଆଉ ନିଶ୍ଚୟ ଭାବିବେ ଏମିତି ଘରଟେ ଖାସ୍‌ ମୋର ଥାନ୍ତା କି । ଘର ଦେ‌ଖିଲେ ଭାବିବେ କୌଣସି ବିଜନେସ୍‌ ମ୍ୟାନ୍‌ କି ଆଉ କେଉଁ ବଡ଼ ଲୋକର ଘର । ନହେଲେ ଆପଣଙ୍କ ମନକୁ ଆସିବ ଏ ଜଣେ ସେଲିବ୍ରିଟିଙ୍କ ଘର । ଯାଜପୁରର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଘର । ଭିଜିଲାନ୍ସ ଜାଲେରେ ଫଶି ଯାଇଛନ୍ତି ଇଞ୍ଜିନିୟର ବାବୁ । ଆଉ ଧରାପଡ଼ିଯିବା ପରେ ଚିହିଁକି ଉଠିଛି ପରିବାର । 

Advertisment

ଇଞ୍ଜିନିୟର ବାବୁ ଭୀମସେନ ମହାରଣାଙ୍କ ଘରେ ଚାଲୁଥିଲା ଦୁଇଟି ଫ୍ୟାକ୍ଟ୍ରି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ସଦୃଶ୍ୟ ଯାଜପୁରର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଉପରେ ଭିଜିଲାନ୍ସ ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା। ଭୀମସେନଙ୍କ ବଙ୍ଗଲା ପରିସରରେ ପାଣି ଫ୍ୟାକ୍ଟ୍ରି ରହିଛି। ତାସହ ଏକ ବଡ଼ ଫର୍ଣ୍ଣିଚର ଫ୍ୟାକ୍ଟ୍ରି ବି ରହିଛି। ଯେଉଁଠି ବହୁ ମୂଲ୍ୟବାନ କାଠ ଜବତ ହୋଇଛି। 

ଅଧିକ ପଢ଼ନ୍ତୁ: ନବଦାସ ହତ୍ୟା ମାମଲା: ବନ୍ଧୁକ ଛଡାଇ ନେଇଥିବା ଯୁବକଙ୍କୁ ଜେରା

ବନ ବିଭାଗ ଟିମ୍ ବି ଘଟଣାସ୍ଥଳରେ ପହଞ୍ଚି ଏସବୁର ଯାଞ୍ଚ କରୁଛି। ସବୁଠୁ ବଡ଼ କଥା ହେଲା, ଭୁବନେଶ୍ବର ବାଲିଅନ୍ତାରେ ଥିବା ବାବୁଙ୍କ ଆଲିଶାନ୍ ବଙ୍ଗଲା ଭିତରେ ଏସବୁ ଚାଲୁଥିଲା। ରେଡ ବେଳେ ୯୮ ହଜାରରୁ ଅଧିକ ନଗଦ ମିଳିଛି। ୨୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ମିଳିଛି , ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ। ୩୧ ଲକ୍ଷ ୮୦ ହଜାର ଟଙ୍କାର ଡିପୋଜିଟ ଓ ବ୍ୟାଙ୍କ ବାଲାନ୍ସ, ୧୦ ଲକ୍ଷ ଟଙ୍କାର ଇନସୁରାନ୍ସ ଏବଂ ୯ଟି ଗାଡି ମିଳିଥିବା ଜଣାପଡିଛି। ଯାଜପୁରର RD ଡିଭିଜନର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଘରେ ଚଢ଼ାଉ କରିବା ସହ ଯାଜପୁର କୁଆଖିଆ ସ୍ଥିତ ଅଫିସ୍‌ରେ ବି ଭିଜିଲାନ୍ସ ଯାଞ୍ଚ କରୁଛି। 

Advertisment

ତେବେ ଏଠି ପ୍ରଶ୍ନ ଏତେ ଟଙ୍କା ଇଞ୍ଜିନିୟର ବାବୁ ଭୀମସେନ ମହାରଣା କେଉଁଠୁ ଆଣିଲେ ? ଏତେ କମ୍‌ ସମୟ ଚାକିରି କାଳରେ ଏତେ ଟଙ୍କା ରୋଜଗାର କଣେ ବ୍ୟକ୍ତି କରିବା ସମ୍ଭବ କି ? ଏହା ପଛରେ କାହାର ହାତ ରହିଛି ? ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ଚଢ଼ାଉ ପରେ ଭୀମସେନଙ୍କ ଆହୁରି କିଛି ବିଜନେସ୍‌ ରହିଥିବା ମଧ୍ୟ ଜଣାପଡ଼ିଛି । 

ଅଧିକ ପଢ଼ନ୍ତୁ: କୋଠା, ଗାଡ଼ି ଥାଇ ବି 'ଗରିବ' ବ୍ଲକ ଅଧ୍ୟକ୍ଷା; ୪ ବର୍ଷ ହେଲା ନେଉଛନ୍ତି ରାସନ ଚାଉଳ

Advertisment
Vigilance Raid Junior Engineer Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ