Advertisment

ଧରାପଡ଼ିଲା ସାପ ବିଷ ରାକେଟ୍ : ୨୯ ନାଗ ସାପ ଉଦ୍ଧାର, ୩ ଜଣ ଗିରଫ

ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ବନ ବିଭାଗ,ରାଜ୍ୟ ବାହାରକୁ ଲମ୍ବିଛି ରାକେଟର ଚେର।

author-image
Prangyan Parimita
ଅଦ୍ୟତନ ହୋଇଛି
 snake venom racket busted in Balasore

snake venom racket

ବାଲେଶ୍ୱରରୁ ଧରାପଡ଼ିଥିବା ସାପ ବିଷ ରାକେଟ ( snake venom racket) ରେ ଖୋଲତାଡ଼ । ଏହି ମାମଲାର ଚେର କେଉଁ ଯାଏଁ ଲମ୍ବିଛି ସେ ନେଇ ଖୋଳତାଡ଼ କରୁଛି ବନ ବିଭାଗ । ଏକ ବିଶେଷଜ୍ଞ ଟିମ୍ ପହଞ୍ଚି ସାପକୁ ଚିହ୍ନଟ କରିବା ସହ ଏମାନଙ୍କ ବିଷ କିପରି କଢ଼ା ଯାଉଥିଲା ସେ ସବୁ ଦିଗକୁ ନେଇ ତଦନ୍ତ ହେଉଛି ।

Advertisment

ଆଜି ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉରେ ୨୯ଟି ନାଗ ସାପ ଉଦ୍ଧାର କରାଯାଇଛି  । ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିବା ପରେ ପୁରା କ୍ରାଇମ୍ ଉପରୁ ଧିରେ ଧିରେ ପରଦା ହଟୁଛି । ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା ।

ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ସବୁ ସାପକୁ ସଂଗ୍ରହ କରାଯାଉଥିଲା, ତେବେ ଏଥିରେ ଆଉ କିଏ କିଏ ସାମିଲ ସେ ନେଇ ତଦନ୍ତ ଚାଲିଥିବା କହିଛନ୍ତି ବାଲେଶ୍ୱର ବନଖଣ୍ଡଏସିଏଫ୍ ଶୋଭନ ଚାନ୍ଦ।...

Advertisment

ଏନେଇ ସ୍ନେକ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତି ପ୍ରାୟ ୩ଟାରେ ଭୁବନେଶ୍ୱରରୁ ବାହାରିଲୁ। ଭୋର ପ୍ରାୟ ୫ଟା ପରେ ବାଲେଶ୍ୱରରେ ପହଞ୍ଚିଲୁ। ଏହାପରେ ବହୁ ରେଞ୍ଜ ଅଧିକାରୀଙ୍କ ସହ ପଞ୍ଚୁପଳିରେ ପହଞ୍ଚି ରେଡ କଲୁ। ଏହି ରେଡ ସମୟରେ ୨୬ଟି ନାଗ ସାପଙ୍କୁ ଚାଲାଣ ପୂର୍ବରୁ ଉଦ୍ଧାର କରାଯାଇଛି।

Snake Venom Racket Forest Department
Advertisment
Advertisment