Advertisment

ନ୍ୟୁଡ୍‌ କଲ୍‌ ପାଇଁ ଆତ୍ମହତ୍ୟା କଲେ ବ୍ୟାଙ୍କ ଅଧିକାରୀ, ନଦୀକୁ ଡେଇଁ ଜୀବନ ହାରିଲେ

ନ୍ୟୁଡ୍‌ କଲ୍‌ ପାଇଁ ଆତ୍ମହତ୍ୟା କଲେ ବ୍ୟାଙ୍କ ଅଧିକାରୀ।  ମାନସିକ ଚାପଗ୍ରସ୍ତ ହୋଇ ସମ୍ପୃକ୍ତ ବ୍ୟାଙ୍କ୍ ଅଧିକାରୀ  ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bank Officer Suicide

Bank Official Suicide: Deceased Backmailed Over Nude Call

ନ୍ୟୁଡ୍‌ କଲ୍‌ ପାଇଁ ଆତ୍ମହତ୍ୟା କଲେ ବ୍ୟାଙ୍କ ଅଧିକାରୀ। ନ୍ୟୁଡ୍‌ କଲ୍‌ ଜାଲରେ ଫସି ବ୍ଲାକ୍‌ମେଲିଂର ଶିକାର ହେବାପରେ ଲକ୍ଷାଧିକ ଟଙ୍କା ଦେଲେ। ପରିସ୍ଥିତି ଏପରି ହେଲା ଯେ ଶେଷରେ ମାନସିକ ଚାପଗ୍ରସ୍ତ ହୋଇ ସମ୍ପୃକ୍ତ ବ୍ୟାଙ୍କ୍ ଅଧିକାରୀ  ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ମୃତକ ହେଲେ ଦିବ୍ୟରଞ୍ଜନ ମିଶ୍ର। ସେ ବରପାଲି ସ୍ଥିତ ଏକ ବ୍ୟାଙ୍କରେ ଚାକିରି କରୁଥିଲେ। ନ୍ୟୁଡ୍‌କଲ୍ ପାଇଁ ଦିବ୍ୟରଞ୍ଜନ ଆତ୍ମହତ୍ୟା କରିଥିବା ସୁବର୍ଣ୍ଣପୁର ଏସ୍‌ପି ସୂଚନା ଦେଇଛନ୍ତି।ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ସୁବର୍ଣ୍ଣପୁର ପୋଲିସ ହାତରେ ଗିରଫ କରିବା ପରେ ଘଟଣା ଉପରୁ ପରଦା ହଟିଛି।

ଅଧିକ ପଢ଼ନ୍ତୁ: ଆତ୍ମହତ୍ୟା କଲେ ଓଡ଼ିଆ RAW ଅଫିସର ! ଦଶ ମହଲାରୁ ଡେଇଁ ପଡ଼ିଲେ . . .

ସୂଚନା ଅନୁସାରେ, ଗତ ଅଗଷ୍ଟ ୮ରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗନଦୀକୁ ଡେଇଁ ଦିବ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ। ଏନେଇ ପରିବାର ପକ୍ଷରୁ ଡୁଙ୍ଗୁରିପାଲି ଥାନରେ ଲିଖିତ ଅଭିଯୋଗ ହୋଇଥିଲା। ବିଭିନ୍ନ ସମୟରେ ବିଭିନ୍ନ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ସେ ପଠାଇଥିବା କଥା ପରିବାର ଲୋକ ପୋଲିସ୍‌କୁ ଜଣାଇଥିଲେ। ଏହାକୁ ଆଧାର କରି ସୁବର୍ଣ୍ଣପୁର ପୋଲିସ୍‌ ତଦନ୍ତ ଆରମ୍ଭ କରିଥିଲା। 

Advertisment

ତଦନ୍ତ ବେଳେ ଦିବ୍ୟରଞ୍ଜନଙ୍କ ଆତ୍ମହତ୍ୟାର କାରଣ ନ୍ୟୁଡ୍‌ କଲ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଛାନ୍‌ଭିନ୍‌ କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ୍‌ ଗିରଫ ପରେ ଆତ୍ମହତ୍ୟାର କାରଣ ପର୍ଦ୍ଦାପାସ ହୋଇଥିଲା। ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟରଞ୍ଜନଙ୍କୁ ନ୍ୟୁଡ୍‌ କଲ୍‌ କରି ବ୍ଲାକ୍‌ମେଲ୍‌ କରିବା ସହ ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ନେଇଯାଇଥିଲେ। ଶେଷରେ ମାନସିକ ଚାପଗ୍ରସ୍ତ ହୋଇ ଦିବ୍ୟରଞ୍ଜନ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି।

ଏହି ଘଟଣାରେ ରାଜସ୍ଥାନ ଜଇରୋଲି ଗାଁର ମେହେବୁବ୍‌ ଏବଂ ସରହେତା ଗାଁର ଆଦିଲ ନାମକ ଯୁବକଙ୍କୁ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସୁବର୍ଣ୍ଣପୁର ଏସ୍‌ପି ସୂଚନା ଦେଇଛନ୍ତି। 

Nude Call
Advertisment
Advertisment