Advertisment

ଫ୍ୟାନ୍‌ରେ ଗାମୁଛା ଲଗାଇ ଜୀବନ ହାରିଲେ ନର୍ସିଂ ଛାତ୍ରୀ ! ହଷ୍ଟେଲରୁ ମିଳିଲା ମୃତଦେହ...

କଲେଜ ହଷ୍ଟେଲ ରୁମ୍‌ରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଫ୍ୟାନ୍‌ରେ ଝୁଲୁଥିବା ଅନ୍ୟ ଛାତ୍ରୀମାନେ ଦେଖିବାକୁ ପାଇଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Suicide Case

Nursing Girl Student Found Hanging From College Hostel Room In Jajpur

କଲେଜ ହଷ୍ଟେଲ ରୁମ୍‌ରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଯାଜପୁରର ଏକ ଘରୋଇ ନର୍ସିଂ କଲେଜ ହଷ୍ଟେଲରୁ ଜଣେ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ଧୁସୁରୀ ଥାନା ଅନ୍ତର୍ଗତ କୋଥରା ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ଝିଅ ନିବେଦିତା ସାହୁ(୧୮)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ପୁଣି ଏକ ଆତ୍ମହତ୍ୟା, ଶାଢ଼ୀରେ ଝୁଲି ପଡ଼ିଲେ ବିଏସସି ଛାତ୍ରୀ

ଅଭିଯୋଗ ଅନୁସାରେ, ଗତକାଲି ଅପରାହ୍ଣରେ ହଷ୍ଟେଲ ରୁମ୍‌ରେ ଗାମୁଛା ଲଗାଇ ନିବେଦିତା ଫ୍ୟାନ୍‌ରେ ଝୁଲୁଥିବା ଅନ୍ୟ ଛାତ୍ରୀମାନେ ଦେଖିବାକୁ ପାଇଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଖବରପାଇ ଯାଜପୁର ରୋଡ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିବେଦିତାଙ୍କୁ ଉଦ୍ଧାର କରି ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

କେଉଁ କାରଣ ପାଇଁ ନର୍ସିଂ ଛାତ୍ରୀଙ୍କ ମୃତ୍ୟୁ ହେଲା ? ଏହା ଆତ୍ମହତ୍ୟା ନା ଆଉ କିଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ୍‌ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। 

Suicide Case Student Suicide
Advertisment
Advertisment