• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନୂଆପଡ଼ା MVI ବିଜୟ କୁମାର ବେହୁରିଆ ଗିରଫ । ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଖୋର୍ଦ୍ଧା ମେଡିକାଲ ସାମ୍ନାରେ ଗାଡ଼ି ଅଟକାଇ ଯାଂଚ କରିଥିଲା ଭିଜିଲାନ୍ସ । ଏହି ସମୟରେ ମିଳିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନୂଆପଡ଼ା MVI ବିଜୟ କୁମାର ବେହୁରିଆଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏହାସହ ନୂଆପଡ଼ା ସ୍ଥିତ ତାଙ୍କ ଘର, ଜଗତସିଂହପୁର ସ୍ଥିତ ପୈତୃକ ଘର, ଭୁବନେଶ୍ବର ଶୈଳଶ୍ରୀ ବିହାର ସ୍ଥିତ ଘର, ନୂଆପଡ଼ା MVI ଅଫିସ ଚାମ୍ବରରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ ଗତକାଲି ନୂଆପଡ଼ା ଏମ୍‌ଭିଆଇ ଭିଜିଲାନ୍ସ ଧରିଥିଲା । ୧ ଲକ୍ଷ ୩୨ ହଜାର ଟଙ୍କା ନେଇ ଆସିବା ବାଟରେ ବିଜୟ ବେହୁରିଆଙ୍କୁ ଧରିଥିଲା ଭିଜିଲାନ୍ସ । ନୂଆପଡ଼ାରୁ ସେ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧାରେ ଧରାପଡ଼ିଥିଲେ । ଧରାପଡ଼ିଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ କରାଯାଉଛି। ଜବତ ଟଙ୍କାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ବିଜୟ ବେହୁରିଆ । ଏହାପରେ ଭିଜିଲାନ୍ସ ପକ୍ଷରୁ ୫ଟି ସ୍ଥାନରେ ରେଡ୍ କରାଯାଇଥିଲା ।

 

OTV is now on Whatsapp

Join and get latest news update delivered to you via whatsapp

Join Now