Bhubaneswar Encounter: ରାତି ଅଧରେ ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ATM ଲୁଟେରା ଗୁରୁତର

ରାଜଧାନୀ ଭୁବନେଶ୍ବରରେ ବଡ ଧରଣର ପୋଲିସ ଏନକାଉଣ୍ଟରରେ । ATM ଲୁଟ୍‌ ବେଳେ କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରାକୁ ଏନ୍‌କାଉଣ୍ଟର କଲା ପୋଲିସ । ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର ।

ଭୁବନେଶ୍ୱରରେ ଏନକାଉଣ୍ଟର

ରାତି ଅଧରେ ରାଜଧାନୀରେ ବଡ଼ ଧରଣର ଏନକାଉଣ୍ଟର । ଜଣେ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ । ଗତକାଲି ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଏଥିରେ କୁଖ୍ୟାତ ଏଟିଏମ୍ ଲୁଟେରା ବିହାରର ଦୀପକ କୁମାର ଆହତ ହୋଇଛି । ତା' ଗୋଡରେ ଗୁଳି ବାଜିଛି । ପୋଲିସ ତାକୁ ଆଣି ହସ୍ପିଟାଲରେ ଭର୍ତ୍ତି କରିଛି । 

ଅଧିକ ପଢ଼ନ୍ତୁ: ଓଡ଼ିଆ ଯୁବକଙ୍କୁ ମାରିଦେଲେ, ସାଙ୍ଗରେ ଥିବା ବିଦେଶିନୀଙ୍କୁ ଗଣଦୁଷ୍କର୍ମ କଲେ

ଏହି କୁଖ୍ୟାତ ବିହାରୀ ଲୁଟେରା ଦୀପକ ଗତକାଲି ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ଏଟିଏମ୍ ଲୁଟ୍ କରୁଥିଲା । ଏହି ସମୟରେ ସେଠି ପହଞ୍ଚି ଯାଇଥିଲା କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ । ଲୁଟେରା ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଟିଏମ୍ ଲୁଟ୍ କରୁଥିବା ଦୀପକ କୁମାର ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ପୋଲିସ ପାଲଟା ଗୁଳିମାଡ କରିଥିଲା । ଫଳରେ ଗୁଳି ତା' ଗୋଡ଼ରେ ବାଜିଥିଲା । 

ପୋଲିସ ତାକୁ ଆହତ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ବିଭିନ୍ନ ଥାନାରେ ଦୀପକ କୁମାର ନାଁରେ ଏଟିଏମ ଲୁଟ୍ ସହ ଅନେକ ଅପରାଧିକ ମାମଲା ରହିଛି । 
 

ଅଧିକ ପଢ଼ନ୍ତୁ: ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ