Advertisment

କଟୁରୀ ଧରି ଲୁଟପାଟ୍ ସହ ହଇଚଇ ଖେଳାଉଥିଲେ ଶଳା-ଭିଣୋଇ ଗ୍ୟାଙ୍ଗ...

କମିଶନରେଟ୍ ପୋଲିସ ହାବୁଡ଼ରେ ଏବେ ପଡ଼ିଛନ୍ତି ୩ ଜଣିଆ ଶଳା-ଭିଣୋଇ ଗ୍ୟାଙ୍ଗ। ଆଜିକୁ ପ୍ରାୟ ୩ ବର୍ଷ ହୋଇଗଲା, ଟ୍ବିନସିଟି ସମେତ ରାଜ୍ୟବ୍ୟାପି ସକ୍ରିୟ ରହି ଲୁଟପାଟ୍ ଚଳାଇଥିଲା ଏହି ଗ୍ୟାଙ୍ଗ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Brother-in-Law Gang

ଟ୍ବିନ ସିଟିବାସୀଙ୍କ ନିଦ ହଜାଇଥିବା ଶଳା-ଭିଣୋଇ ଲୁଟେରା ଗ୍ୟାଙ୍ଗ୍ ପୁଣି ଥରେ ପୋଲିସ୍ କବଜାରେ। ସେମାନଙ୍କ ସାମ୍ନାରେ ଯିଏ ପଡ଼ିଲେ, ଆଖି ପିଛୁଳାରେ ତାଙ୍କ ବେକରୁ ଝାମ୍ପି ନେଉଥିଲେ ସୁନା ଅଳଙ୍କାର। ଉଦବେଗଜନକ କଥା ହେଉଛି ଏମାନେ ଜେଲ୍ ଯାଉଛନ୍ତି। ପୁଣି ସର୍ତ୍ତମୂଳକ ଜାମିନରେ ଆସି ଭିଆଉଛନ୍ତି ଲୁଟପାଟ୍। ଏଭଳି ଭାବେ ଗତ ସପ୍ତାହକ ଭିତରେ ୮-୮ଟି ମାମଲା ସାମ୍ନାକୁ ଆସିଥିବାବେଳେ ଏବେ ଏହି ଗ୍ୟାଙ୍ଗକୁ ଧରିଥିବା କମିଶନରେଟ୍ ପୋଲିସ୍ ଏଥର କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

Advertisment

କମିଶନରେଟ୍ ପୋଲିସ ହାବୁଡ଼ରେ ଏବେ ପଡ଼ିଛନ୍ତି ୩ ଜଣିଆ ଶଳା-ଭିଣୋଇ ଗ୍ୟାଙ୍ଗ। ଏମାନଙ୍କ ପାଖରୁ ମିଳିଛି ସୁନା ଚେନ୍ । ହାତ ହତିଆର ସହ ମୋବାଇଲ ଏବଂ ମୋଟରସାଇକେଲ। ଆଜିକୁ ପ୍ରାୟ ୩ ବର୍ଷ ହୋଇଗଲା, ଟ୍ବିନସିଟି ସମେତ ରାଜ୍ୟବ୍ୟାପି ସକ୍ରିୟ ରହି ଲୁଟପାଟ୍ ଚଳାଇଥିଲା ଏହି ଗ୍ୟାଙ୍ଗ। କଟୁରୀରେ ହାଣୁଥିଲେ। ପିନ୍ଧିଥିବା ସୁନା ଅଳଙ୍କାରକୁ ଝାମ୍ପି ଖସି ଯାଉଥିଲେ। କଟକ ସଦର ଓ ଭୁବନେଶ୍ବର ଏୟାରପୋର୍ଟ ଥାନା ଅଞ୍ଚଳର ଲୁଟ୍ ଘଟଣାର ଖୋଳତାଡ଼ କରୁ କରୁ ଏବେ ଏହି ଗ୍ୟାଙ୍ଗର ଖୁଲାସା କରିଛି କମିଶନରେଟ୍ ପୋଲିସ।

ଗ୍ୟାଙ୍ଗରେ ରହିଥିଲେ ଗଣେଶ ପୂର୍ତ୍ତି-ଭିଣୋଇ। ଶଙ୍କର ଦାସ- ଶାଳକ। ଏମାନଙ୍କୁ ସହଯୋଗ କରିଆସୁଥିଲା ଶେଖ୍ ନିୟାମତ୍। ମାସେ କି ବର୍ଷେ ନୁହଁ, ୨୦୨୧ରୁ ଏମାନଙ୍କ ଉପସ୍ଥିତି ସଂପର୍କରେ ସୂଚନା ପାଇଥିଲା କମିଶନରେଟ୍ ପୋଲିସ। ପ୍ରଥମ ଥର ପାଇଁ ସେହି ବର୍ଷ ଜାନୁୟାରୀରେ ଶଳା-ଭିଣୋଇଙ୍କୁ ପୋଲିସ ବାନ୍ଧି କୋର୍ଟ ଚାଲାଣ କରିଥିଲା। ପରେ ଏମାନେ ସର୍ତ୍ତମୂଳକ ଜାମିନରେ ମୁକୁଳି ପୁଣି ଚଳାଇଥିଲେ ଲୁଟପାଟ୍। ଏମାନଙ୍କ ବିରୋଧରେ ଟୁଇନସିଟି ସମେତ ରାଜ୍ୟବ୍ୟାପି ୪୨ଟି ମାମଲା ରହିଛି। 

Advertisment

ଗତ ସପ୍ତାହେ ଭିତରେ ଭୁବନେଶ୍ବରରେ ୬ଟି ଏବଂ କଟକରେ ୨ଟି ଛିନତାଇ କରିଥିବା ଜଣାପଡ଼ିଛି। କମିଶନରେଟ୍ ପୋଲିସର କହିବା କଥା, ମର୍ଣ୍ଣିଂୱାକରେ ଯାଉଥିବା ମହିଳାଙ୍କୁ ହିଁ ଏମାନେ କରନ୍ତି ଟାର୍ଗେଟ୍। ୩ ଜଣ ଗୋଟିଏ ବାଇକରେ ଯାଆନ୍ତି। ୨ ଜଣ ଓହ୍ଲାଇ କଟୁରୀ ଦେଖାଇ ଭୟଭୀତ କରାଇବା ସହ ସୁନା ଚେନ୍ ଝାଂପି ଖସିଯାଆନ୍ତି ଆଖିପିଛୁଳାକେ।  

ଡେଙ୍ଗା-ଗେଡ଼ା, ମୋଟା-ପତଳା, ଲୁଙ୍ଗି-ଗଞ୍ଜି। ଗତ କେଇ ବର୍ଷ ଭିତରେ ଏଭଳି ବହୁ ଗ୍ୟାଙ୍ଗ ରାଜଧାନୀରୁ ରାଜ୍ୟବ୍ୟାପି ଲୁଟପାଟ୍ କରି ହୋସ୍ ଉଡ଼ାଇଛନ୍ତି ସାଧାରଣ ଜନତାଙ୍କର। ଆଉ ଏବେ ସାମ୍ନାକୁ ଆସିଛି ଶଳା-ଭିଣୋଇ ଗ୍ୟାଙ୍ଗ। ଏମାନଙ୍କ ବିରୋଧରେ କମିଶନରେଟ୍ ପୋଲିସ ଆଗକୁ କି ଆକ୍ସନ ନେଉଛି, ତା’ଉପରେ ନଜର।

Theft
Advertisment
Advertisment