/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688876789.jpg)
Mumbai ATS In Bhubaneswar
ISI ଏଜେଣ୍ଟଙ୍କ ସହ ଆର୍ଥିକ କାରବାର ମାମଲାର ଖୋଳତାଡ ଜୋରଦାର ହୋଇଛି । ଲିଙ୍କ୍ ଓ ଓଟିପି ସେୟାରିଂ ସ୍କାମର ଖୋଳତାଡ଼ ଲାଗି ଭୁବନେଶ୍ୱରରେ ପହଞ୍ଚିଛନ୍ତି NIA ଓ ମୁମ୍ବାଇ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍ । ଗତକାଲି ରାତିରେ ଭୁବନେଶ୍ୱରରେ ଆସି ପହଂଚିଛନ୍ତି ମୁମ୍ବାଇର ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍ । ଆଜି ଏସ୍ଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଂଜୟ ଜୁମ୍ବେରକୁ ଜେରା କରିବ ମୁମ୍ବାଇ ATS। ଏବେ ୪ ଦିନିଆ ରିମାଣ୍ଡରେ ଅଛି ଅଭିଜିତ। ଆଜି ହେଉଛି ରିମାଣ୍ଡର ୨ୟ ଦିନ। NIA ଓ ମୁମ୍ବାଇ ATSର ଜେରା ପରେ ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କ ସହ ଅଭିଜିତଙ୍କ ଆର୍ଥିକ କାରବାରର ଲିଙ୍କ ପଦାକୁ ଆସିବ ବୋଲି କୁହାଯାଉଛି। ଆଉ ଖୋଲିଯିବ ଓଟିପି ସେୟାରିଂ ସ୍କାମର ଗୁମର ।
Advertisment
Advertisment