/odishatv-khabar/media/post_attachments/uploadimage/library/16_9/16_9_0/ପୁଣି-ଚର୍ଚ୍ଚାରେ-ଦାଉଦ୍__1626160767.jpg)
dawood
ପୁଣି ଟାର୍ଗେଟରେ ଡି କମ୍ପାନୀ । ଭାରତ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ସହଯୋଗୀଙ୍କ ଘରେ ଆଜି ରେଡ୍ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା- NIA । ମୁମ୍ବାଇର ପ୍ରାୟ ୨୦ଟି ସ୍ଥାନରେ ରେଡ୍ ହୋଇଛି । ବାନ୍ଦ୍ରା, ନାଗପାଡ଼ା, ବୋରିଭାଲି ଜର୍ଜଗାଓଁ, ପାର୍ଲେ, ସାନ୍ତାକ୍ରୁଜ୍ ଆଦି ଅଞ୍ଚଳରେ ଚଢାଉ ହୋଇଛି । ମୁଖ୍ୟତଃ ଦାଉଦ୍ ଇବ୍ରାହିମର ଶାର୍ପସୁଟର୍, ଡ୍ରଗ୍ ଟ୍ରାଫିକର୍, ହାଓ୍ୱାଲା ଅପରେଟର, ରିୟଲ ଇଷ୍ଟେଟ୍ ମ୍ୟାନେଜର୍ ଏବଂ ଅନ୍ୟାନ୍ୟ ପ୍ରମୁଖ ଅପରାଧୀମାନଙ୍କ ଉପରେ ଚଢାଉ ହୋଇଛି ।
ପ୍ରାୟ ୨୦ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଚଢାଉ କରାଯାଇଥିଲା । ଏହି ରେଡରେ ୬ ଜଣଙ୍କୁ NIA ଧରିଥିବା ସୂଚନା ମିଳିଛି । ମାହିମ ଓ ହାଜି ଅଲୀ ଦର୍ଘାର ପରିଚାଳକ ଟ୍ରଷ୍ଟି ସୁହେଲ ଖାଣ୍ଡୱାଲଙ୍କୁ ଧରିଛି NIA । ସେହିପରି ବାନ୍ଦ୍ରାସ୍ଥିତ ଏକ ଆପାର୍ଟମେଣ୍ଟରୁ ସମୀର ଅଙ୍ଗୋରା ନାମକ ଜଣେ ବ୍ୟବସାୟୀଙ୍କୁ ନେଇ NIA ଅଟକ ରଖିଛି ।
ଡି କମ୍ପାନୀ ସହ ଜଡ଼ିତ ମାଫିଆଙ୍କ ବିରୋଧରେ ଏନ୍ଆଇଏ ଗତ ଫେବୃଆରୀ ମାସରେ ମାମଲା ରୁଜୁ କରିଥିଲା । ସେମାନଙ୍କ ମଧ୍ୟରୁ ଅନେକ ବିଦେଶୀ ଆତଙ୍କବାଦୀ ସହ ସାମିଲ ରହି ଅପରାଧିକ କାର୍ଯ୍ୟରେ ଲିପ୍ତ ଅଛନ୍ତି । UAPA ଆକ୍ଟ ବଳରେ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରାଯାଇଥିଲା । ପାକିସ୍ତାନର କରାଚିରେ ରହୁଥିବା ଡନ୍ ଦାଉଦ୍ ଇବ୍ରାହିମ୍ର ଅଣ୍ଡରୱାର୍ଲ୍ଡ ନେଟ୍ଓ୍ୱର୍କ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି ଏନଆଇଏ । ୧୯୯୩ ବମ୍ବେ ବୋମା ବିସ୍ଫୋରଣ ଘଟଣାରେ ମାଷ୍ଟର ମାଇଣ୍ଡ ଦାଉଦ୍ ଇବ୍ରାହିମଙ୍କୁ ଧରାଇ ଦେଲେ ୨୫ ନିୟୁତ ଆମେରିକୀୟ ଡଲାର ଘୋଷଣା କରାଯାଇଥିଲା । ୨୦୦୩ରେ ଭାରତ ଓ ଆମେରିକା ଦାଉଦ୍ ଇବ୍ରାହିମ୍ଙ୍କୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)