Advertisment

ନବବଧୂକୁ କରେଣ୍ଟ ଲଗାଇ ହତ୍ୟା ପରେ ଫ୍ୟାନ୍‌ରେ ଝୁଲାଇଦେଲେ !

ଶବକୁ ଉଦ୍ଧାର କରି ମାମଲାର ତଦନ୍ତ କରୁଛି ପୋଲିସ।

author-image
Chandan Shishu
ଅଦ୍ୟତନ ହୋଇଛି
Newlywed Woman Dies in Dhenkanal

newly wed woman dies in dhenkanal

ନବବଧୁକୁ କରେଣ୍ଟ ଲଗାଇ ହତ୍ୟା ପରେ ଶାଶୁଘର ଲୋକ ଫ୍ୟାନରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଂଚଳରୁ ଆସିଛି ଏଭଳି ଗୁରୁତର ଅଭିଯୋଗ। ଗତକାଲି ନୂଆ ବର୍ଷ ଥିବାବେଳେ ଘରର ନବବଧୂକୁ ବିଦ୍ୟୁତ ଲଗାଇ ହତ୍ୟା ପରେ ଫ୍ୟାନ୍‌ରେ ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ।

Advertisment

ମୃତ ମହିଳା ଜଣକ ହେଲେ ବାଙ୍ଗୁରସିଙ୍ଗା ଗାଁର ସାହରିକା ମହାକୁଡ଼। ଗତ ୨୦୨୧ ଜୁଲାଇ ୭ରେ ପୋଡାପଡା ଗାଁର ରତିକାନ୍ତ ଭୁତିଆଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ଝିଅକୁ ଶାଶୁଘର ଲୋକେ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ମାଆ।

ଅଧିକ ପଢ଼ନ୍ତୁ: ଦେଢ଼ ଲକ୍ଷ ଟଙ୍କା ପାଇଁ ନବବଧୂର ଜୀବନ ନେଇଗଲେ ଶାଶୁ ଘର ଲୋକେ!

ଅନ୍ୟପଟେ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଶାଶୁଘର ଲୋକେ। ଶବକୁ ଉଦ୍ଧାର କରି ମାମଲାର ତଦନ୍ତ କରୁଛି ପୋଲିସ। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ।

Advertisment
Murder Murder Case
Advertisment
Advertisment