• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨ ମାସ ତଳେ ପ୍ରେମ ବିବାହ କରିଥିବା ନବ ଦମ୍ପତିଙ୍କ ଆତ୍ମହତ୍ୟା । ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବାଲେଶ୍ୱର ସଦର ଥାନା ଚଷାଖଣ୍ଡି ପଞ୍ଚାୟତ ମଧୁପୁରା ଗାଁର ନବ ବିବାହିତ ପତି-ପତ୍ନୀ । ତେବେ ପତି-ପତ୍ନୀଙ୍କ ଆତ୍ମହତ୍ୟା ପଛର କାରଣ ଜଣାପଡିନି । ପୋଲିସ ଘଟଣାର ତଦନ୍ତ କରୁଛି । ଗତକାଲି ସନ୍ଧ୍ୟାରେ ମଧୁପୁର ଗାଁର ଦମ୍ପତି ପପୁ ଜେନା ଓ ତାଙ୍କ ପତ୍ନୀ ବେବୀ ଜେନା କୌଣସି କାରଣକୁ ନେଇ ବିଷ ପିଇଦେଇଥିଲେ । ପରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପପୁ ଓ ବେବି ମାତ୍ର ୨ ମାସ ତଳେ ପରସ୍ପପକୁ ପ୍ରେମ ବିବାହ କରିଥିଲେ ।

ସେହିଭଳି ଯାଜପୁର ଜିଲ୍ଲାରୁ ମଧ୍ୟ ଆସିଛି ସମାନ ଖବର । ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଭକଣ୍ଡରୀ ଗ୍ରାମରେ ପାରିବାରିକ କଳହକୁ ନେଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା । ମୃତ ଦମ୍ପତି ହେଲେ ଭକଣ୍ଡରୀ ଗାଁର କେଶବ ବେହେରା ଓ ତାଙ୍କ ପତ୍ନୀ ଝୁନୁଲତା ବେହେରା । କେଶବ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ପତ୍ନୀ କଣ କୀଟାନାଶକ ଖାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବରପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କଳହର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।