Advertisment

‘ମୋ ଆଖି ସାମ୍ନାରେ ଧନେଶ୍ୱରଙ୍କୁ ପିଟିପିଟି ମାରିଦେଲେ’

କଟକ ଆଠଗଡ଼ ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍‌। କାଳରାତିର କାହାଣୀ ବଖାଣିଛନ୍ତି ମାଡ଼ରେ ଲହୁଲୁହାଣ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
New Twist In Poacher Death In Forest Dept Custody

New twist in poacher death in forest dept custody

କଟକ ଆଠଗଡ଼ ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍‌। କାଳରାତିର କାହାଣୀ ବଖାଣିଛନ୍ତି ମାଡ଼ରେ ଲହୁଲୁହାଣ ହୋଇଥିବା ଶ୍ୟାମସୁନ୍ଦରପୁରର ରାଜକିଶୋର ପ୍ରଧାନ। ସେଦିନ କ’ଣ ଘଟିଥିଲା ସେମାନଙ୍କ ସହ, ଏନେଇ ଗଣମାଧ୍ୟମ ସମ୍ମୁଖରେ ସେ ପ୍ରତିକ୍ରିୟା ରଖିଛନ୍ତି। ରାଜକିଶୋର କହିଛନ୍ତି, ଆମ ୪ ଜଣଙ୍କୁ ବନ କର୍ମଚାରୀ ଉଠାଇ ନେଇ ନିସ୍ତୁକ ପିଟିଲେ। ଗୋପପୁର ଓ ସୋରୁଆଁର ଦୁଇ ଜଣଙ୍କୁ ମଧ୍ୟ ଆମ ସହ ପିଟିଲେ। ଏସିଏଫ୍‌ ଓ ରେଞ୍ଜର ସମସ୍ତେ ମିଶି ଜୋତା ଓ ଠେଙ୍ଗାରେ ପିଟିଲେ।’

Advertisment

ରାଜକିଶୋର ଆହୁରି କହିଛନ୍ତି ଯେ, ‘ସାତଗୋଛିଆର ଧନେଶ୍ୱରଙ୍କୁ ସେମାନେ ପିଟିପିଟି ମାରିଦେଲେ। ମୋ ଆଖି ସାମ୍ନାରେ ମାରି ଦେଲେ ଓ କହିବୁନି ବୋଲି କହିଲେ। ଆମେ କହିବୁ ହାତୀ ମାରି ଦେଇଛି। ଚୁପ୍‌ ରହିବୁ, ନଚେତ୍‌ ପୁଣି ପିଟିବୁ। ମୋତେ ଡରେଇବାରୁ ମରି ଯାଇଛି ବୋଲି ତାଙ୍କ ଘରେ କହିଲି ନାହିଁ। ପ୍ରଥମେ ଖୁଣ୍ଟୁଣି ଓ ପରେ ହରିଡ଼ାପସି ଜଙ୍ଗଲକୁ ନେଇ ପିଟିଲେ’ ବୋଲି ରାଜକିଶୋର କହିଛନ୍ତି।

ଅନ୍ୟପକ୍ଷେ, ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁ ଘଟଣାରେ ଅଟକ ବନ କର୍ମଚାରୀଙ୍କୁ ଆଜି ମଧ୍ୟ ଜେରା କରାଯିବ। ଆଠଗଡ଼ ଉପଜିଲ୍ଲାପାଳ ଓ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ଉପସ୍ଥିତିରେ ଗତକାଲି ସେମାନଙ୍କୁ ମାରାଥନ ଜେରା କରାଯାଇଥିଲା। ଆଜି ମଧ୍ୟ ତାହା ଜାରି ରହିବ ବୋଲି ସୂଚନା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ଲଙ୍କା କାଣ୍ଡ, ଜାଳିଦେଲେ ବିଟ୍ ହାଉସ୍

ସୂଚନାଥାଉ କି, ଗତ ୩୦ ତାରିଖରେ ବଡମ୍ବା ରେଞ୍ଜର ମାଣିଆବନ୍ଧ ବିଟ ହିନ୍ଦୋଳ ବଡ଼ରର ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇ ଥିଲା।ଦନ୍ତାହାତୀକୁ ଗୁଳି କରି ହତ୍ୟା କରାଯାଇଥିଲା ଓ ପରେ ହାତୀର ଦାନ୍ତକୁ ଦୁର୍ବୃତ୍ତମାନେ କାଟି କରି ନେଇଯାଇଥିଲେ।  ଏହି ଘଟଣାରେ ବନ ବିଭାଗ କର୍ମଚାରୀ ଧନେଶ୍ୱରଙ୍କୁ ଉଠାଇ ନେଇ ନିଜ ହେପାଜତରେ ରଖିଥିଲା। ହେଲେ ଏହାର ଦିନକ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରିବାର ଲୋକଙ୍କ ଅଭିଯୋଗ, ବନ କର୍ମଚାରୀମାନେ ପିଟିପିଟି ଧନେଶ୍ୱରଙ୍କୁ ମାରି ଦେଇଛନ୍ତି । ଏନେଇ ଗତକାଲି ଲଙ୍କାକାଣ୍ଡ ହୋଇଥିଲା। ଏହ ପରେ ୨ ଏସିଏଫଙ୍କ ସମେନ କିଛି ବନ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ। ଏମାନଙ୍କ ମଧ୍ୟରେ ଆଠଗଡ଼ ଡିଏଫଓ, ବଡ଼ମ୍ବା ରେଞ୍ଜର, ଏସିଏଫଙ୍କ ସମେତ ଆଉ କିଛି କର୍ମଚାରୀ ଅଛନ୍ତି। ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।  ମୃତ ଧନେଶ୍ୱରଙ୍କ ଦେହରେ ମାଡ଼ ଦାଗ  ରହିଛି। ଧନେଶ୍ୱରଙ୍କ ହାତ, ଗୋଡ଼, ପିଠିରେ ମାଡ଼ ଦାଗ ରହିଥିବାରୁ ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। 

Custodial Death
Advertisment
Advertisment