ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ ଲୋକେ। ଘର ଭାଙ୍ଗିବା ସହ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ବର୍ବରୋଚିତ ଘଟଣା ସାମ୍ନାକୁ ଆସିଛି ନୟାଗଡ ରଣପୁର ରାଜସୁନାଖଳା ଅଞ୍ଚଳରୁ।
ହଡ଼ା ନଈ ଠାରେ ସରକାରୀ ଜାଗାରେ ଘର କରି ଥିବା ଏକ ପରିବାରକୁ ସ୍ଥାନୀୟ ବାସିନ୍ଦା ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
Also Read
ଘଟଣା ସଂପର୍କରେ ଖବର ପାଇ ରାଜସୁନାଖଳା ଫାଣ୍ଡି ପୋଲିସ ପହଞ୍ଚିଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପସ୍ଥିତିରେ ବି ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ଗୁରୁତରଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ଛାନଭିନ୍ ଚଳାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗାଁରେ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।