Advertisment

ଜଙ୍ଗଲରେ ମାଓବାଦୀ ଛାପୁଛନ୍ତି ଜାଲ୍ ନୋଟ୍; ନୂଆ ରଣନୀତି ପଛରେ କିଏ ?

ଭୁଶୁଡ଼ି ପଡ଼ୁଛି ଲାଲଗଡ଼, ଉଜୁଡ଼ି ଯାଉଛି ମାଓ ଶିବିର । ଯବାନଙ୍କ ଲଗାତାର ଏନକାଉଣ୍ଟର ଆଗରେ ଧରାଶାୟୀ ମାଓବାଦୀଙ୍କ ଆର୍ଥିକ ମେରୁଦଣ୍ଡ । ଆଉ ଶେଷରେ ନକଲି ନୋଟକୁ ଅସ୍ତ୍ର କରି ନୂଆ ଚାଲ୍ ଖେଳୁଛି ଲାଲବାହିନୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Naxals were printing fake currency notes

କ୍ରମାଗତ ମାଓ ଦମନ ଅଭିଯାନ ପରେ ଏବେ ଲାଲବାହିନୀ ଖେଳୁଛନ୍ତି ନୂଆ ଚାଲ୍। ଲାଲଗଡ଼ରେ ରହି ଅର୍ଥ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ମାଓବାଦୀ ରଚିଛନ୍ତି ଷଡ଼ଯନ୍ତ୍ର। ଅସ୍ତ୍ରଶସ୍ତ୍ର ଛାଡ଼ି ଏବେ ବେଧଡ଼କ ଛାପୁଛନ୍ତି ଜାଲ୍ ନୋଟ୍, ନିରୀହ ଆଦିବାସୀଙ୍କୁ ମୋହରା ସଜାଇ ଛାଡୁଛନ୍ତି ମାର୍କେଟକୁ। ଯାହାର ବଡ଼ ଖୁଲାସା କରିବା ସହ ବିପୁଳ ନକଲି ନୋଟ୍ ଓ ପ୍ରିଣ୍ଟର ଜବତ କରିଛି ଛତିଶଗଡ଼ ପୋଲିସ୍। ଦେଖନ୍ତୁ ଏହି ରିପୋର୍ଟ।

Advertisment

ଭୁଶୁଡ଼ି ପଡ଼ୁଛି ଲାଲଗଡ଼, ଉଜୁଡ଼ି ଯାଉଛି ମାଓ ଶିବିର । ଯବାନଙ୍କ ଲଗାତାର ଏନକାଉଣ୍ଟର ଆଗରେ ଧରାଶାୟୀ ମାଓବାଦୀଙ୍କ ଆର୍ଥିକ ମେରୁଦଣ୍ଡ । ଆଉ ଶେଷରେ ନକଲି ନୋଟକୁ ଅସ୍ତ୍ର କରି ନୂଆ ଚାଲ୍ ଖେଳୁଛି ଲାଲବାହିନୀ। ଜଙ୍ଗଲରେ ଛାପୁଛନ୍ତି ଜାଲ୍ ନୋଟ୍। ପଚାଶ, ଶହେ, ଦୁଇ ଶହ, ପାଞ୍ଚ ଶହ ଟଙ୍କିଆ ନକଲି ନୋଟ୍। ସାଧାରଣ ଲୋକଙ୍କ ପକ୍ଷେ ଏସବୁ ନୋଟକୁ ବାରିବା ଏତେ ସହଜ ନୁହେଁ। କିନ୍ତୁ ଏସବୁ ଜାଲି ନୋଟ୍, ଯାହା ମାଓ ସଂଗଠନକୁ ବଞ୍ଚାଇ ରଖିବା ପାଇଁ ମାଓବାଦୀଙ୍କ ପାଇଁ ସାଜିଛି ମୁଖ୍ୟ ଅସ୍ତ୍ର । 

ଆଉ ଏପଟେ ନକଲି ନୋଟ୍ ଛାପିବା ପାଇଁ ବ୍ୟବହୃତ ପ୍ରିଣ୍ଟର୍, କ୍ୟାଟ୍ରିଜ୍, ରୋଲର୍ ସହ ସ୍ୟାହି। ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର କୋରାଜଗୁଡ଼ା ଜଙ୍ଗଲ ଭିତରୁ ମିଳିଛି ଏସବୁ ଜିନିଷ । କୁହାଯାଉଛି, ପ୍ରଥମ ଥର ପାଇଁ ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ନକଲି ନୋଟ୍ ସହ ଛାପା ଉପକରଣ । ସୁକମା SPଙ୍କ କହିବା କଥା, ଅର୍ଥ ସଙ୍କଟ ଉପୁଜିବାରୁ ଓ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ମାଓବାଦୀ ନକଲି ନୋଟ୍ ବ୍ୟବହାର କରୁଛନ୍ତି।  

Advertisment

ଏକ ଗୁପ୍ତ ସୂତ୍ରରୁ ସୂଚନା ପାଇ ସିଆରପିଏଫ, ଡିଆରଜି ଏବଂ ବସ୍ତର ଫାଇଟର୍ ଯବାନ ମିଳିତ ଭାବେ କୋରାଜଗୁଡ଼ା ଜଙ୍ଗଲରେ ଅପରେସନ୍ କରି ଏସବୁ ସାମଗ୍ରୀ ଠାବ କରିଛନ୍ତି। କୁହାଯାଉଛି, କେନ୍ଦ୍ର ଗୃହ ମନ୍ତ୍ରାଳୟର କଡ଼ା ଆଭିମୁଖ୍ୟ ପରଠୁ ଜୋରଦାର ହୋଇଛି ମାଓ ଦମନ ଅଭିଯାନ। ୨ ଏପ୍ରିଲ୍, ୨୦୨୪। ଛତିଶଗଡ ବିଜାପୁର ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଗଲେ ୯ ନକ୍ସଲ। ୧୭ ଏପ୍ରିଲ୍ ୨୦୨୪। ନିର୍ବାଚନ ପୂର୍ବରୁ ଛତିଶଗଡ଼ କାଙ୍କେର ଜିଲ୍ଲାରେ ବଡ଼ ଅପରେସନରେ ପ୍ରାଣ ହରାଇଥିଲେ ୨୯ ନକ୍ସଲ। ୧୦ ମେ, ୨୦୨୪। ଛତିଶଗଡ଼ ଗଙ୍ଗଲୁର ଥାନା ପିଡ଼ିଆ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଗଲେ ୮ ମାଓବାଦୀ। ୧୫ ଜୁନ୍, ୨୦୨୪।ବିଜାପୁର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ। 

ଏଭଳି ନନଷ୍ଟପ୍ ହମଲାରେ କେଉଁଠି ମାଓ ଆଡ୍ଡା ଛିନଛତ୍ର ତ କେଉଁଠି ଟପ୍ ଲିଡରଙ୍କ ସହ ପ୍ରାଣ ହରାଉଛନ୍ତି କ୍ୟାଡର୍ ମାଓବାଦୀ। ଆଗକୁ ବି ଜୋରଦାର ହେବ ନକ୍ସଲ ବିରୋଧୀ ଅଭିଯାନ। ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ବି କହିଛନ୍ତି, ଛତିଶଗଡ଼ ସହ ଖୁବଶୀଘ୍ର ନକ୍ସଲ ମୁକ୍ତ ହେବ ସାରା ଦେଶ। 

ପୂର୍ବତନ ପୋଲିସ ଅଧିକାରୀଙ୍କ କହିବା କଥା, ମାଓ ସଂଗଠନକୁ ଚଳାଇବା ପାଇଁ ପାଣ୍ଠିର ଅଭାବ ଥିବାରୁ ମାଓବାଦୀ ଏବେ ନକଲି ନୋଟର ସାହାରା ନେଉଛନ୍ତି। ତେବେ ନକ୍ସଲଙ୍କ ଏହି ନୂଆ ରଣନୀତି ପଛରେ କିଏ ? ନକଲି ନୋଟ୍ ଛାପିବା ପାଇଁ କେଉଁଠୁ ପାଇଲେ ପ୍ରଶିକ୍ଷଣ ? ଲାଲବାହିନୀ ସହ ମିଶି ଆଉ କିଏ ଚଳାଉଛି ଏଭଳି ଦେଶଦ୍ରୋହୀ ନେଟୱାର୍କ ? 

Fake Curency Notes Naxal
Advertisment
Advertisment