Advertisment

ଦେଶରେ ଭୁଶୁଡୁଛି ମାଓ ଗଡ଼; ୩ ମାସରେ ନିପାତ ହେଲେଣି ୮୦ରୁ ଅଧିକ ମାଓବାଦୀ...

ମାଓ ବିରୋଧୀ ଅପରେସନରେ ବଡ଼ ସଫଳତା । ନିର୍ବାଚନ ପୂର୍ବରୁ ସଫା ହୋଇଗଲେ ୨୯ ମାଓବାଦୀ । ଟଳିପଡ଼ିଲେ ଟପ୍ ମାଓନେତା । ଧ୍ବସ୍ତ ବିଧ୍ବସ୍ତ ହୋଇଗଲା ମାଓ କ୍ୟାମ୍ପ । ଅଳ୍ପକେ ବର୍ତ୍ତିଗଲେ ପ୍ରାୟ ୨୦ ନକ୍ସଲ।

author-image
Sujit kumar Swain
undefined

Naxalite camp

ନିର୍ବାଚନ ପୂର୍ବରୁ ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କ ଉପରେ ସୁରକ୍ଷାକର୍ମୀଙ୍କ ବଡ଼ ହମଲା। ଲାଲଗଡ଼ରେ ପଶିଲେ, ମାଓ ଆଡ୍ଡାକୁ ଛିନଛତ୍ର କଲେ। ଅନ୍ଧାଧୂନ ଫାଏରିଂରେ ନିପାତ ହୋଇଗଲେ ୨୯ ନକ୍ସଲ। ଯେଉଁ ଗୋଷ୍ଠୀରେ ଥିଲା ବଡ଼ ମାଓ ନେତା ଶଙ୍କର ରାଓ। ସେ ବି ସଫା ହୋଇଯାଇଛି। ମାଓବାଦୀ ମାନେ ଯେଉଁଠି ଆଡ୍ଡା କରିଥିଲେ, ଠିକ ସେହି ସ୍ଥାନର ସୂଚନା ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆଉ ସେହି ସୂଚନା ଆଧାରରେ ହିଁ ଅପରେସନ୍ କରି ସଫଳତା ପାଇଛନ୍ତି ସୁରକ୍ଷାକର୍ମୀ। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଛତିଶଗଡ଼ ସମେତ ସାରା ଦେଶ ଖୁବଶୀଘ୍ର ନକ୍ସଲ ମୁକ୍ତ ହେବ।

Advertisment

ମାଓ ବିରୋଧୀ ଅପରେସନରେ ବଡ଼ ସଫଳତା । ନିର୍ବାଚନ ପୂର୍ବରୁ ସଫା ହୋଇଗଲେ ୨୯ ମାଓବାଦୀ । ଟଳିପଡ଼ିଲେ ଟପ୍ ମାଓନେତା । ଧ୍ବସ୍ତ ବିଧ୍ବସ୍ତ ହୋଇଗଲା ମାଓ କ୍ୟାମ୍ପ । ଅଳ୍ପକେ ବର୍ତ୍ତିଗଲେ ପ୍ରାୟ ୨୦ ନକ୍ସଲ। ଧାଡ଼ି ଧାଡ଼ି ରଖାଯାଇଛି ମାଓବାଦୀଙ୍କର ମୃତଦେହ । ସଜାଯାଇଛି ମାଳ ମାଳ ବନ୍ଧୁକ, ପୁଳା ପୁଳା ବିସ୍ଫୋରକ ସାମଗ୍ରୀ । ଏହା ହିଁ ବୟାନ୍ କରୁଛି କେତେବଡ଼ ଅପରେସନ୍ ହୋଇଥିଲା ଛତିଶଗଡ଼ କାଙ୍କେର ଜିଲ୍ଲାରେ ।

ଅସ୍ତ୍ରଶସ୍ତ୍ର ଭିତରେ ରହିଛି ଏକାଧିକ AK 47 ଏବଂ ଇନସାସ୍ ରାଇଫଲ୍ ଭଳି ୱିପନ୍। ଲାଲ୍ ଶିବିରରୁ ଏସବୁକୁ ଜବତ କରିଛି ଛତିଶଗଡ଼ ପୋଲିସ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିହତ ୨୯ ନକ୍ସଲ ମଧ୍ୟରେ ରହିଛି ଟପ୍ ମାଓ ଲିଡର୍ ଶଙ୍କର ରାଓ। ଯାହା ମୁଣ୍ଡ ଉପରେ ଥିଲା ୨୫ ଲକ୍ଷ ପୁରସ୍କାର ରାଶି । ମଙ୍ଗଳବାର କାଙ୍କେର ଜିଲ୍ଲା ଛୋଟିବେଠିଆ ଥାନା ହାପାଟୋଲା ଜଂଗଲରେ ବିଏସଏଫ୍ ଏବଂ ଡିଆରଜି ଯବାନ ମିଳିତ ଅପରେସନ୍ କରି ଏହି ସଫଳତା ପାଇଛନ୍ତି।

Advertisment

ଆସନ୍ତା ୧୯ରୁ ଆରମ୍ଭ ହେବାକୁ ଯାଉଛି ଗଣତନ୍ତ୍ରର ମହାପର୍ବ। ଏହିଦିନ ଛତିଶଗଡ଼ରେ ବି ପଡ଼ିବ ଭୋଟ୍। ଏହି ମଉକାରେ ହାପାଟୋଲା ଜଂଗଲରେ ମେଳି କରି ବଡ଼ ଅଘଟଣ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରୁଥିଲା ପ୍ରତାପପୁର ମାଓ ସଂଗଠନ। ଉପସ୍ଥିତ ଥିଲେ ପ୍ରାୟ ୫୦ ମାଓବାଦୀ। ସାମିଲ ହୋଇଥିଲେ ଟପ୍ ମାଓ କ୍ୟାଡର୍। ପକ୍କା ଖବର ପାଇ ଛତିଶଗଡ଼ ପୋଲିସ ଆରମ୍ଭ କରିଥିଲା ମାଓ ମିଶନ୍। 94 BSF ବାଟାଲିଅନର ୨ ପ୍ଲାଟୁନ ଫୋର୍ସ ଏବଂ ଛତିଶଗଡ଼ ପୋଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ-DRGର ୪ଟି ଟିମ୍ ଆରମ୍ଭ କରିଥିଲେ ଅପରେସନ୍। 

ସମୟ ଦିନ ପ୍ରାୟ ୧୨ଟା। ଛତିଶଗଡ ପୋଲିସର ଟପ୍ ଏନକାଉଣ୍ଟର ସ୍ପେଶାଲିଷ୍ଟ ଲକ୍ଷ୍ମଣ କେବାଙ୍କ ନେତୃତ୍ବରେ ଲଞ୍ଚ ହୋଇଥିଲା ଅପରେସନ। ତା’ପରେ ୪ ଘଣ୍ଟା ଧରି ଚାଲିଲା ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ତାହାରି ଭିତରେ ଟଳିପଡୁଥିଲେ ଜଣଙ୍କ ପରେ ଜଣେ ମାଓବାଦୀ। ସ୍ଥିତି ଅସମ୍ଭାଳ ହେବା ଦେଖି ଛତ୍ରଭଙ୍ଗ ଦେଇଥିଲେ ପ୍ରାୟ ୨୦ ନକ୍ସଲ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମାଓବାଦୀ ମାନେ ଯେଉଁଠି ଆଡ୍ଡା କରିଥିଲେ, ଠିକ ସେହି ସ୍ଥାନ ସଂପର୍କରେ ଆଗୁଆ ସୂଚନା ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆଉ ସେହି ସୂଚନା ଆଧାରରେ ହିଁ ଅପରେସନ୍ କରି ସଫଳତା ପାଇଛନ୍ତି ସୁରକ୍ଷାକର୍ମୀ। 

କୁହାଯାଉଛି, ୨୦୨୩ ଡିସେମ୍ବରରୁ ଏଯାଏଁ ୬୮ ଜଣ ମାଓବାଦୀ ବସ୍ତର ଅଞ୍ଚଳରେ ନିପାତ ହେଲେଣି । ତେଣେ ଝାଡ଼ଖଣ୍ଡ ଗୋଏଲକେରା ଥାନା ଟେନ୍ ଟୋ ଜଙ୍ଗଲରେ ଧ୍ବଂସ ହୋଇଛି ଏକ ମାଓ କ୍ୟାମ୍ପ। ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ପରେ ମାଓବାଦୀ ଖସିଯାଇଥିଲେ ବି ମିଳିଛି ବିପୁଳ ବିସ୍ପୋରକ ସାମଗ୍ରୀ । ଏଭଳି ଘଟଣା ପରେ କମ୍ବିଂ ଜାରି ରହିଥିବାରୁ ଓଡ଼ିଶା ସୀମାକୁ ମାଓବାଦୀ ଖସି ଆସିବାର ଆଶଙ୍କା ରହିଛି । ଏହାକୁ ଦେଖି ଛତିଶଗଡ଼ ସୀମାନ୍ତ ରାସ୍ତା ଗୁଡ଼ିକୁ ସିଲ୍ କରି ପାଟ୍ରୋଲିଂକୁ କଡ଼ାକଡ଼ି କରୁଛି ଓଡ଼ିଶା ପୋଲିସ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଗତ ୩ ମାସ ଭିତରେ ଏନକାଉଣ୍ଟରରେ ୮୦ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୫ ଜଣ ଗିରଫ ଏବଂ ୧୫୦ରୁ ଅଧିକ ଆତ୍ମସମର୍ପଣ କରିଛନ୍ତି। ଖୁବଶୀଘ୍ର ଦେଶରୁ ଖତମ ହୋଇଯିବ ନକ୍ସଲବାଦ। 

Naxal Chhattisgarh Naxal Attack
Advertisment
Advertisment