Advertisment

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଡିଜିପି କହିଲେ- ‘ସମ୍ପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାକୁ ଟିକେ ସମୟ ଲାଗିବ’

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ସୁନୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାକୁ ଟିକେ ସମୟ ଲାଗିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Naba Das Murder Case: Odisha DGP Sunil Bansal Briefs Media

Naba Das murder case: Odisha DGP Sunil Bansal briefs media

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ସୁନୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାକୁ ଟିକେ ସମୟ ଲାଗିବ। ଜଷ୍ଟିସ ଦାସଙ୍କ ମନିଟରିଂରେ ତଦନ୍ତ ଚାଲୁ ରହିଛି। ଏଭଳି ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ଟିକେ ସମୟ ଲାଗିବ। ଏଭଳି କ୍ରାଇମର ରହସ୍ୟ ୨/୪ ଦିନ ଭିତରେ ଜଣାପଡ଼ିବନି।

Advertisment

ଡିଜିପି ଆହୁରି କହିଛନ୍ତି, କେନ୍ଦ୍ରର ସହଯେୋଗ ନିଆଯିବ। ଗୃହ ମନ୍ତ୍ରାଳୟ ସହ କଥା ହୋଇଛି। ତଦନ୍ତରେ ସହଯୋଗ କରିବାକୁ CFSL ଟିମ୍ ଆସିପାରେ। ତଦନ୍ତରେ ସ୍ୱଚ୍ଛତା ପାଇଁ ସେଠାକାର ପୋଲିସଙ୍କୁ ବଦଳି କରାଯାଇଛି। ଘଟଣା ସମ୍ପର୍କରେ ଏସ୍‌ପିଜି ସହ କଥା ହେବୁ। ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହେବ ଦେଖିବୁ। ଏହାସହ ସୁରକ୍ଷା ବ୍ୟବସ୍ଥା ନେଇ କ’ଣ ପଦକ୍ଷେପ ନିଆଯିବ, ଆମେ ଦେଖିବୁ। ସୁରକ୍ଷା ଯୋଗାଉଥିବା ଟପ୍ ଏଜେନ୍ସି ସହ ଆମେ କଥାବାର୍ତ୍ତା କରିବୁ ବୋଲି ଡିଜିପି କହିଛନ୍ତି।

ଅଧିକ ପଢ଼ନ୍ତୁ: କୋଇଲା ଟ୍ରାନ୍ସପୋର୍ଟିଂ ଶତ୍ରୁତା ପାଇଁ ଗଲା କି ନବଙ୍କ ଜୀବନ?

ସେପଟେ ମନ୍ତ୍ରୀ ନବକିଶୋର ଦାସ ହତ୍ୟା ଘଟଣା ରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । କାହିଁକି ଗୋପାଳ ମାରିଲା ଏନେଇ ଖୋଳତାଡ଼ ଚାଲିଛି। ହତ୍ୟାର ୬ ଦିନ ପରେ ଚିତ୍ର ସ୍ପଷ୍ଟ ହୋଇପାରିନାହିଁ । ଗୋପାଳକୁ ତାଙ୍କ ବ୍ରଜରାଜନଗର ସ୍ଥିତ ଘରକୁ ନେଇଛି କ୍ରାଇମବ୍ରାଞ୍ଚ। ସେଠାରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଗୋପାଳଙ୍କୁ ପଚରାଉଚରା କରୁଛି । 

Advertisment

ନବ ଦାସ ମର୍ଡର ପ୍ଲଟର ସତ କ’ଣ ? କେଉଁଠୁ ହୋଇଥିଲା ଷଡ଼ଯନ୍ତ୍ର ? କିଏ ରଚିଥିଲା ଚକ୍ରବ୍ୟୁହ ? ଷଡ଼ଯନ୍ତ୍ର ପଛରେ ଲୁଚିଛି କି କୋଇଲା ଟ୍ରାନ୍ସପୋର୍ଟିଂ ବ୍ୟବସାୟ ? ନବ ଦାସ ହତ୍ୟାକାଣ୍ଡ କୁ ନେଇ ଦିନ ଯେତିକି ଗଡୁଛି, ସେତିକି ନୂଆ ଥିଓରୀ ସାମ୍ନାକୁ ଆସୁଛି। ମର୍ଡରର ମୋଟିଭ୍ ଏଯାଏଁ ସ୍ପଷ୍ଟ ହୋଇନଥିବାରୁ ଏହାକୁ ନେଇ ଚାଲିଛି ଭିନ୍ନ ଭିନ୍ନ ଚର୍ଚ୍ଚା। ମର୍ଡର ପଛରେ ଯେଉଁ ସବୁ କାରଣକୁ ନେଇ ଚର୍ଚ୍ଚା ହେଉଛି ସେଥିରେ ଆଗରେ ରହିଛି ବ୍ୟାବସାୟିକ ଶତ୍ରୁତା। କୋଇଲା ଟ୍ରାନ୍ସପୋର୍ଟିଂ ବିବାଦ ହତ୍ୟା ପଛର ପ୍ରମୁଖ କାରଣ ହୋଇଥାଇ ପାରେ ବୋଲି କୁହାଯାଉଛି।

Naba Das Minister Naba Das
Advertisment
Advertisment