Advertisment

Torture: ନାବାଳିକା ସ୍ତ୍ରୀଙ୍କୁ ପୋଲିସ୍ ସ୍ବାମୀଙ୍କ ନିର୍ଯାତନା ଅଭିଯୋଗ, ଫେସବୁକରୁ ପ୍ରେମ ପରେ କରିଥିଲେ ବିବାହ

ଫେସବୁକରୁ ପ୍ରେମ ଓ ପରେ ଜଗତସିଂହପୁରର ନାବାଳିକାଙ୍କୁ ବିବାହ କରିଥିଲେ ପୋଲିସ୍ ASI ଅମିତ ପାଢ଼ୀ। ହେଲେ ବିବାହର କିଛି ମାସ ପରେ ତାଙ୍କ ସହ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ସଦର ଥାନା ଅଞ୍ଚଳର ପୋଲିସ୍ ASI ଅମିତ ପାଢ଼ୀଙ୍କ ପରିବାର ନବବଧୂଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

author-image
Tapan Kumar Swain
ଅଦ୍ୟତନ ହୋଇଛି
Torture

Torture

ନାବାଳିକା ସ୍ତ୍ରୀଙ୍କୁ ପୋଲିସ୍ ସ୍ବାମୀଙ୍କ ନିର୍ଯାତନା ଅଭିଯୋଗ। ଫେସବୁକରୁ ପ୍ରେମ ଓ ପରେ ଜଗତସିଂହପୁରର ନାବାଳିକାଙ୍କୁ ବିବାହ କରିଥିଲେ ପୋଲିସ୍ ASI ଅମିତ ପାଢ଼ୀ। ହେଲେ ବିବାହର କିଛି ମାସ ପରେ ତାଙ୍କ ସହ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ସଦର ଥାନା ଅଞ୍ଚଳର ପୋଲିସ୍ ASI ଅମିତ ପାଢ଼ୀଙ୍କ ପରିବାର ନବବଧୂଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

Advertisment

ଘଟଣା ପରେ ସ୍ବାମୀ ପୋଲିସ୍ ASI ଅମିତ ପାଢ଼ୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। କିନ୍ତୁ ତା ପରଠୁ ସେ ଫେରାର। କେଉଁଠି ଅଛନ୍ତି ସେ ସମ୍ପର୍କରେ କୌଣସି ଖୋଜଖବର ମିଳିପାରୁନି। ତାସହ ଏବେ ଯାଏଁ ମାମଲାର ଚାର୍ଜସିଟ୍ ପୋଲିସ୍ ଦାଖଲ କରିନଥିବା ନାବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି। ଫଳରେ ମାମଲାର ଅଗ୍ରଗତି ହେଉନଥିବା ସହ କାର୍ଯ୍ୟାନୁଷ୍ଠାନ ହେଇପାରୁନି। ପୋଲିସ୍ ନାଁରେ ଆସିଛି ଏହି ସାଂଘାତିକ ଅଭିଯୋଗ । ନାବାଳିକାଙ୍କୁ ବିବାହ କରିବା ଅପରାଧ ।

ଜଣେ ପୋଲିସ କର୍ମଚାରୀ ହୋଇ ଏହି ଅପରାଧ କେମିତି କଲେ ଜଣେ ପୋଲିସ ଅଫିସର । ତା ସହିତ ସ୍ତ୍ରୀକୁ ନିର୍ଯାତନା ଦେବା ଆଉ ଏକ ଅପରାଧ । ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଚାକିରିରୁ ନିଲମ୍ୱିତ କରି ଚୁପ୍ ହୋଇ ବସିଯାଇଛି ପୋଲିସ ବିଭାଗ । ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ କି ତାଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇନାହିଁ । ତେବେ ଏହି ଅଭିଯୋଗ ନେଇ ଜଗତସିଂହପୁର ପୋଲିସ୍ କିମ୍ବା ନିଲମ୍ବିତ ପୋଲିସ୍ ASI ଅମିତ ପାଢ଼ୀଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣା, ଚେନ୍ନାଇରୁ ପୁରୁଷ ବନ୍ଧୁଙ୍କୁ ଧରିଲା ପୋଲିସ୍

After Marriage Torture Minor Girl Police
Advertisment
Advertisment