Advertisment

ରତନ ଟାଟାଙ୍କ ସୁରକ୍ଷା ବଢ଼ାଅ, ନ ହେଲେ....

ପଚରାଉଚରା ବେଳେ ଏହା ମଧ୍ୟ ଜଣାପଡିଛି ଯେ, କଲ୍ କରୁଥିବା ବ୍ୟକ୍ତି ସିଜୋଫ୍ରେନିଆରେ ପୀଡିତ ଥିଲେ। ସେ କାହାକୁ ନ ଜଣାଇ ଘରୁ ଫୋନ୍ ଆଣି ଚାଲିଆସିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Ratan Tata

Ratan Tata

ରତନ ଟାଟାଙ୍କ ସୁରକ୍ଷା ବଢ଼ାଅ। ନଚେତ୍ ତାଙ୍କ ଅବସ୍ଥା ମଧ୍ୟ ସାଇରସ୍‌ ମିସ୍ତ୍ରୀଙ୍କ ଭଳି ହେବ। ମୁମ୍ବାଇ ପୋଲିସକୁ ମିଳିଛି ଏମିତି ଏକ ଧମକ ପୂର୍ଣ୍ଣ ଫୋନ୍‌ କଲ୍‌। ଏହି ଫୋନ୍‌ କଲ୍‌ ପାଇବା ପରେ ମୁମ୍ବାଇ ପୋଲିସ୍‌ ସମ୍ପୂର୍ଣ୍ଣ ଆଲର୍ଟ ମୋଡକୁ ଆସିଯାଇଛି। ମୁମ୍ବାଇ ପୋଲିସ୍‌ର ଗୋଟିଏ ଟିମ୍‌ ରତନ ଟାଟାଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଛି। ଏହା ସହ ଆଉ ଏକ ଟିମ୍‌କୁ ଫୋନ୍‌ କଲ୍‌ କରିଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ନିୟୋଜିତ କରିଛି ମୁମ୍ବାଇ ପୋଲିସ୍ ।

Advertisment

ମିଳିଥିବା ସୂଚନା ଅନୁସାରେ, ଯେତେବେଳେ ଫୋନ୍‌ କଲ୍‌ କରିଥିବା ବ୍ୟକ୍ତିଙ୍କ ସହ ଆଉ ଥରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଗଲା, ସେତେବେଳେ ତାଙ୍କ ନମ୍ବର ସୁଇଚ୍‌ ଅଫ୍‌ ଆସିଥିଲା । ଏହା ପରେ ବୈଷୟିକ ସହାୟତା ଓ ଟେଲିକମ୍‌ ସହାୟତାରେ ପୋଲିସ ଉକ୍ତ ବ୍ୟକ୍ତିଙ୍କ ଠିକଣା ପାଇଥିଲା। ଫୋନ୍‌ କଲ କରିଥିବା ବ୍ୟକ୍ତିଙ୍କ ଲୋକେସନ୍‌ କର୍ଣ୍ଣାଟକରେ ମିଳିଥିଲା। କିନ୍ତୁ ସେ ପୁଣେର ବାସିନ୍ଦା ବୋଲି ଜାଣିବାକୁ ପାଇଥିଲା ମୁମ୍ବାଇ ପୋଲିସ୍। ତେବେ ଏହି ବ୍ୟକ୍ତି ଗତ ୫ ଦିନ ହେବ ନିଖୋଜ ଥିଲେ ଏବଂ ତାଙ୍କ ପତ୍ନୀ ମଧ୍ୟ ପୋଲିସ୍ ପାଖରେ ସେ ନିଖୋଜ ଥିବା ଅଭିଯୋଗ କରିଥିଲେ।

ପଚରାଉଚରା ବେଳେ ଏହା ମଧ୍ୟ ଜଣାପଡିଛି ଯେ କଲ୍ କରୁଥିବା ବ୍ୟକ୍ତି ସିଜୋଫ୍ରେନିଆରେ ପୀଡିତ ଥିଲେ। ସେ କାହାକୁ ନ ଜଣାଇ ଘରୁ ଫୋନ୍ ଆଣି ଚାଲିଆସିଥିଲେ। ସେହି ଫୋନରୁ ସେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ନମ୍ବରକୁ ଫୋନ୍‌ କରି ରତନ ଟାଟାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ କଲ୍ କରୁଥିବା ବ୍ୟକ୍ତି ମାନସିକ ସ୍ତରରେ ଅସୁସ୍ଥ ଥିଲେ, ସେଥିପାଇଁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Advertisment
India Mumbai Ratan Tata
Advertisment
Advertisment