Murder
ପରସ୍ପରକୁ ପ୍ରେମ କରୁଥିଲେ। ହେଲେ ବାହା ହେବାକୁ ପ୍ରେମିକା ରାଜି ହେଲେନି । ଧର୍ମ ବଦଳାଇ ପ୍ରେମିକ ସବୁ ଦିନ ପାଇଁ ନିଜ ପସନ୍ଦର ମଣିଷଙ୍କୁ ଜୀବନ ସାଥୀ କରିବାକୁ ବହୁ ଦିନରୁ ଚେଷ୍ଟା କରୁଥିଲେ। ଧର୍ମ ପରିବର୍ତ୍ତନ ପାଇଁ ରାଜି ହୋଇନଥିଲା ପ୍ରେମିକା । ଏଥିପାଇଁ ପ୍ରେମିକ ସହ ସଂପର୍କ କାଟିଦେଇଥିଲା। ଏଥିରେ ରାଗି ଯାଇ ପ୍ରେମିକ ଜଣଙ୍କ ପ୍ରେମିକାର ତଣ୍ଟି କାଟିବା ସହ ବାରମ୍ବାର ଛୁରୀ ଭୁଷି ଅତ୍ୟନ୍ତ ନର୍ମମ ଭାବେ ହତ୍ୟା କରିଛି ।
ମଧ୍ୟପ୍ରଦେଶର ନେପାଙ୍ଗର ପୁଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ନାଭାରାରେ ୩୫ ବର୍ଷୀୟ ମହିଳାଙ୍କ ହତ୍ୟାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ମୃତକ ଜଣଙ୍କ ହେଲେ ୩୫ ବର୍ଷୀୟ ଭାଗ୍ୟଶ୍ରୀ ନାମଦେବ ଧାନୁକ। ତାଙ୍କୁ ୪୨ ବର୍ଷୀୟ ଶେଖ ରଇସ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ତଣ୍ଟି କାଟିବା ଓ ବାରମ୍ବାର ଛୁରୀ ଭୁଷିବା ଯୋଗୁ ଭାଗ୍ୟଶ୍ରୀ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି। ଘଟଣାର କିଛି ଘଣ୍ଟା ମଧ୍ୟରେ ହିଁ ପୁଲିସ୍ ଅଭିଯୁକ୍ତ ଶେଖ ରଇସଙ୍କୁ ଗିରଫ କରିଛି।
ଅଧିକ ପଢ଼ନ୍ତୁ: ସମୂହ ଜୀବନ ହାରିଲେ ଗୋଟିଏ ପରିବାରର ୪ ସଦସ୍ୟ; ମହିଳା ଓ ପ୍ରେମିକ ଗିରଫ
ଶେଖ ଓ ଭାଗ୍ୟଶ୍ରୀ ପରସ୍ପରକୁ ଭଲ ପାଉଥିଲେ ବୋଲି ସ୍ଥାନୀୟ ଅଞ୍ଚଳକୁ ଖବର ମିଳିଛି। କିନ୍ତୁ ଏସମ୍ପର୍କରେ ଗଣମାଧ୍ୟମ ଆଗରେ ପୁଲିସ୍ କିମ୍ବା ପରିବାର ଲୋକ କିଛି ବି କହି ନାହାନ୍ତି। ପ୍ରେମ ସମ୍ପର୍କ ବଦଳରେ ଭାଗ୍ୟଶ୍ରୀଙ୍କ ଭଉଣୀ ସୁଭଦ୍ରା ବାଇ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “ଶେଖ ରଇସ ବାରମ୍ବାର ଭାଗ୍ୟଶ୍ରୀର ଚୁଟି ଘୋଷାଡ଼ି ମାଡ଼ ମାରୁଥିଲେ ଓ ତାଙ୍କୁ ହରାଇଣ କରୁଥିଲେ। ବାହା ହେବାକୁ ଭାଗ୍ୟଶ୍ରୀ ଉପରେ ଚାପ ପକାଉଥିଲେ। ଧର୍ମ ବଦଳାଇ ଶେଖ ରଇସ ଦୀର୍ଘ ସମୟ ହେଲା ଭଉଣୀକୁ ବାହା ହେବାକୁ ଉଦ୍ୟମ କରି ଚାଲିଥିଲେ। ମୋ ଭଉଣୀ ମନା କରିବାରୁ ସେ ରାତିରେ ଘରେ ପଶି ତା’କୁ ମାରିଦେଇଛନ୍ତି।”
ଅତିରିକ୍ତ ଏସ୍ପି କହିଛନ୍ତି ଯେ ହତ୍ୟା ଠାରୁ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବେଶ ସତର୍କତାର ସହ ଘଟଶାର ଯାଞ୍ଚ କରାଯାଉଥିବା ସେ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Murder_1754309919.jpg)