Advertisment

ଏ କେମିତିକା ମା’ ? ୨ ବର୍ଷର ଝିଅକୁ ହତ୍ୟା ପରେ କଲିଜା ଖାଇଦେଲେ !

ଏ କେମିତିକା ମା’ ? ଯିଏ ନିଜ ଛୁଆକୁ ହତ୍ୟା କରି ତା’ର କଲିଜା ଖାଇବାକୁ ମଧ୍ୟ ପଛାଇଲେ ନାହିଁ। ଏହା ପଛର କାରଣ ମଧ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କେନିଆରେ ଏଭଳି ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kenya Crime

Mother Kills Her 2 Years Old Daughter In Kenya

ସନ୍ତାନ ପାଇଁ ଦୁନିଆ ସହ ଲଢ଼ିବାକୁ ପଛାଏ ନାହିଁ ମା’। ସନ୍ତାନ ପ୍ରତି କୌଣସି ବିପଦ ଆସିଲେ ନିଜ ଜୀବନକୁ ବାଜିରେ ଲଗାଇ ସନ୍ତାନକୁ ସୁରକ୍ଷା ଦେଇଥାଏ ମା’। ଆବଶ୍ୟକ ପଡ଼ିଲେ, ଅନ୍ୟର ଜୀବନ ନେବାକୁ ମଧ୍ୟ ପଛାଏ ନାହିଁ ମା’। ହେଲେ ଏ କେମିତିକା ମା’ ? ଯିଏ ନିଜ ଛୁଆକୁ ହତ୍ୟା କରି ତା’ର କଲିଜା ଖାଇବାକୁ ମଧ୍ୟ ପଛାଇଲେ ନାହିଁ। ଏହା ପଛର କାରଣ ମଧ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କେନିଆରେ ଏଭଳି ଘଟଣା ଘଟିଛି।

Advertisment

ଅଧିକ ପଢ଼ନ୍ତୁ: କ୍ରୁର ବାପାମା’ ! ୧୦ମାସର ଛୁଆ ଦେହରେ ୭୧କ୍ଷତ, ସଜା ଶୁଣାଇବା ବେଳେ କାନ୍ଦିଲେ ଜଜ୍‌

କେନିଆରା ରହୁଥିବା ୨୪ ବର୍ଷୀୟା ଓଲିଭିୟା ନସେରିୟନ୍‌ ନିଜର ୨ ବର୍ଷର ଝିଅକୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ଝିଅକୁ ହତ୍ୟା ପରେ ଓଲିଭିୟା ମୃତଦେହକୁ ଖଣ୍ଡ ଖଣ୍ଡ କରି କଲିଜାକୁ ଖାଇଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କିଛି ପଡ଼ୋଶୀ ଏହି ବୀଭତ୍ସ ହତ୍ୟାକାଣ୍ଡ ଦେଖିଥିଲେ। ସେମାନଙ୍କ କହିବା ଅନୁସାରେ, ମହିଳା ଜଣକ ଝିଅକୁ ଅନେକ ଥର ଭଜନ ଗାଇବା ଓ ପଢ଼ୁଥିବା ଦେଖି ଦେଇଥିଲେ। ଏହାପରେ ସେ ପୁରାପୂରି ପାଗଳ ହୋଇଯାଇଥିଲେ। ହୁଏତ ଏଥିପାଇଁ ସେ ଝିଅକୁ ହତ୍ୟା କରିଥାଇପାରନ୍ତି। 

Advertisment

କେନିଆ ଖବରକାଗଜ ଦ ଷ୍ଟାର ଅନୁସାରେ, କୁନି ଝିଅର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହି ସମୟରେ ଦେଖିବାକୁ ପାଇଥିଲେ, ଓଲିଭିୟା ଝିଅକୁ ହତ୍ୟା ପରେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ କାଟି ଏହାକୁ ଖାଉଛନ୍ତି। ଝିଅକୁ ବଞ୍ଚାଇବା ପାଇଁ ପଡ଼ୋଶୀ ଘରର କବାଟ ଭାଙ୍ଗିବାକୁ ପ୍ରୟାସ  ମଧ୍ୟ କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହାପରେ ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ।

ଜଣେ ପଡ଼ୋଶୀଙ୍କ କହିଛନ୍ତି ମହିଳା ଜଣକ କହୁଥିବା ଶୁଣିବାକୁ ମିଳିଥିଲା, ‘ତୁ ଆଉ କେବେବି କାନ୍ଦିବୁ ନାହିଁ...ସବୁଦିନ ପାଇଁ ଶୋଇଯିବୁ। ମୁଁ ତତେ ବହୁତ ଭଲ ପାଉଛି।’ ତେବେ ମହିଳା ଜଣକ ନିଜ ଝିଅ ସହ ଏପରି କାହିଁକି କଲେ ? କାହିଁକି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କଲେ ? ଏସବୁର ପ୍ରକୃତ କାରଣ ଜଣାପଡ଼ିନି। ପୋଲିସ୍‌ ଓଲିଭିୟା ଗିରଫ କରି ଘଟଣାର ତଦନ୍ତ ଚଳାଇଛି। 

Murder Murder Case
Advertisment
Advertisment