• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜନ୍ମ କଲା ସନ୍ତାନ ପାଇଁ ବାପାମା’ ପାଲଟିଗଲେ ସଇତାନ୍‌ । ନିଜ ପିଲାକୁ ସୁରକ୍ଷା ଦେବା ବଦଳରେ ଅକଥନୀୟ ନିର୍ଯାତନା ଦେଉଥିଲେ । ବାପାମା’ ପିଲାଟିକୁ ଏତେ କଷ୍ଟ ଦେଇଥିଲେ ଯେ ଶରୀରର ୭୧ଟି ସ୍ଥାନରେ ଗଭୀର $f ଥିବା ବେଳେ ୫୭ଟି ହାଡ଼ ଭାଙ୍ଗି ଯାଇଥିଲା । ଏହାସହ ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ିଯିବାର ଚିହ୍ନ ବି ଥିଲା। କଲବଲ ହୋଇ ଶେଷରେ ହୃଦଘାତରେ ଜୀବନ ହାରିଲା ନବଜାତକ । ତେବେ ଜଜ୍‌, ଅଭିଯୁକ୍ତ ବାପାମା’ ବିରୋଧରେ ସଜା ଶୁଣାଇବା ସମୟରେ ପିଲାଟିର ଯନ୍ତ୍ରଣା ଅନୁଭବ କରି କାନ୍ଦି ପକାଇଥିଲେ । ବ୍ରିଟେନରେ ଘଟିଛି ଏପରି ଏକ ଲୋମଟାଙ୍କୁରା ଘଟଣା ।

ମୃତକ ଫିନୋଲେ ବୋଡେନ୍‌ର ବାପାମା’ ଷ୍ଟିଫେନ୍ ଏବଂ ଶେନନ୍ ସବୁବେଳେ ନିଶାରେ ଚୁର୍‌ ରହୁଥିଲେ । ଫେବୃଆରୀ ୧୫, ୨୦୨୦ରେ ଜନ୍ମଗ୍ରହଣ କରିଥିଲା ମୃତକ ଶିଶୁ । ବାପାମା’ ନିଶାଗ୍ରସ୍ତ ରହୁଥିବାରୁ ଏକ ସାମାଜିକ ସଂଗଠନ ଫିନୋଲେଙ୍କୁ ନେଇଯାଇଥିଲେ । ହେଲେ ଏକ ସୁଯୋଗ ଦେଇ ଶିଶୁର ମୃତ୍ୟୁର ୩୯ ଦିନ ପୂର୍ବରୁ ନଭେମ୍ବର ୨୦୨୦ରେ ସେହି ସଂଗଠନ ଦମ୍ପତିଙ୍କୁ ତାଙ୍କ ପିଲା ଫେରାଇ ଦେଇଥିଲେ ।

ଛୁଆକୁ ବାପାମା’କୁ ହସ୍ତାନ୍ତର କରିବା ପରେ ସନ୍ଦେହ ହେବାରୁ ଜଣେ ସାମାଜିକ କର୍ମୀ ତାଙ୍କ ଘରକୁ ଆସିଥିଲେ । ସେତେବେଳେ ପିଲାଟିର ମୁଣ୍ଡରେ ଆଘାତ ଲାଗିଥିବା ସେ ଦେଖିଥିଲେ । ପଚାରିବା ପରେ ଷ୍ଟିଫେନ୍ ଏବଂ ଶେନନ୍ କଥାକୁ ଟାଳି ଦେଇଥିଲେ । ଖେଳନା ବାଜି ପିଲାର ମୁଣ୍ଡରେ ଆଘାତ ଲାଗିଥିବା କହିଥିଲେ । ଏହାପରେ ଶିଶୁ ଉପରେ ନିର୍ଯାତନା ବଢ଼ି ବଢ଼ି ଯାଇଥିଲା । ୨୫ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଏତେ ନିର୍ଯାତନା ଦେଇଥିଲେ ଯେ ଶିଶୁଟିର ହୃଦଘାତରେ ମୃତ୍ୟୁ ଘଟିଥିଲା ।

ପିଲାକୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଯାହା ଦେଖିଲେ ତାଙ୍କ ହୋସ୍‌ ଉଡ଼ି ଯାଇଥିଲା । ମାତ୍ର ୧୦ ମାସ ଛୁଆର ଶରୀରରେ ୭୧ଟି ଗଭୀର କ୍ଷତ ଥିବା ବେଳେ ୫୭ଟି ସ୍ଥାନରେ ହାଡ଼ ଭାଙ୍ଗିଥିଲା । ପିଲାଟିର ମେରୁଦଣ୍ଡ ସାଙ୍ଗକୁ କଲାରବୋନ ବି ଭାଙ୍ଗି ଯାଇଥିଲା । ତା ବାମ ହାତର ୨ଟି ସ୍ଥାନରେ ପୋଡ଼ା ଚିହ୍ନ ଥିଲା ।

ତେବେ ପିଲାର ମୃତ୍ୟୁ ପରେ ବାପାମା’ଙ୍କ ମନରେ ଟିକିଏ ବୋଲି ଅବଶୋଷ ନଥିଲା । କ୍ରୁର ବାପାମା’ ହସୁଥିଲେ । ଏହି ଘଟଣା ପରେ ଉଭୟଙ୍କୁ ଗିରଫ କରି ସାରିଛି ପୋଲିସ୍ । ସେହି ମାମଲାର ଶୁଣାଣି କୋର୍ଟରେ ଚାଲିଥିବା ବେଳେ ଜଜ୍‌ ବି ପିଲାଟି ଉପରେ ହୋଇଥିବା ନିର୍ଯାତନା କାହାଣୀ ଶୁଣି କାନ୍ଦି ପକାଇଥିଲେ ।