• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟଙ୍କା ସାଜିଲା ମୃତ୍ୟର କାରଣ । ବର୍ତ୍ତମାନ ଟଙ୍କା ପାଇଁ ହାଣକାଟ ହେବା ସାଧାରଣ ଘଟଣା । ହେଲେ ସାମାନ୍ୟ ତିନି ଟଙ୍କା ପାଇଁ କାହାର ଜୀବନ ଚାଲିଯାଇଥିବା ଖବର ଆସିଛି । ଝାଡ଼ଖଣ୍ଟର ବୋକାରୋରେ ଏଭଳି ଏକ ଭୟଙ୍କର ଘଟଣା ଘଟିଛି । ଜଣେ ମହିଳାଙ୍କୁ ମାତ୍ର ତିନି ଟଙ୍କା ପାଇଁ ମାରି ଦିଆଯାଇଛି। ଏପରିକି ମୃତକ ମହିଳାଙ୍କ ଦୁଇ ପୁଅକୁ ଛୁରିରେ ଆକ୍ରମଣ କରାଯାଇଛି । ବର୍ତ୍ତମାନ ଅଭିଯୁକ୍ତ ଫେରାର ଅଛି । ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

ବୋକାରୋ ଜିଲ୍ଲାର ଚାସ୍ ଥାନା ଅନ୍ତର୍ଗତ ହାଜି ନଗର ବାସିନ୍ଦା ନଜମା । ନିଜ ଦୁଇ ପୁଅକୁ ନେଇ ତାଙ୍କର ସଂସାର । ବୁଧବାର ଦିନ ତାଙ୍କ ଦୁଇ ପୁଅ ଇମତିଆଜ ଏବଂ ମୁମତାଜଙ୍କର ଗୁଦୁ ନାମକ ଜଣେ ଯୁବକ ସହିତ ତିନି ଟଙ୍କା ପାଇଁ ଯୁକ୍ତିତର୍କ ହୋଇଥିଲା । ଆଉ ଦେଖୁ ଦେଖୁ ଘଟଣା ଉଗ୍ରରୂପ ଧାରଣ କରିଥିଲା ।

ଅଧିକ ପଢ଼ନ୍ତୁ:ପୋଲିସ୍‌କୁ ଖୋଲାଖୋଲି ଚ୍ୟାଲେଞ୍ଜ୍‌ ! ଏତଲା ଦେବାରୁ ପିଟି ମାରିଦେଲେ

ଗୁଡୁ ନିଜର ବନ୍ଧୁ ସହ ମିଶି ଉଭୟ ଭାଇଙ୍କ ସହ ମାରପିଟ୍‌ କରିଥିଲା । ଆଉ କଳିଝଗଡ଼ା ଓ ମାରପିଟ୍‌ ଶବ୍ଦ ଶୁଣି ନଜମା ବାହାରକୁ ବାହାରି ଆସିଥିଲେ । ଝଗଡ଼ା ଦେଖି ଉଭୟ ପକ୍ଷକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଆଉ ଏହି ସମୟରେ ଗୁଡୁ ନିଜ ପକେଟରୁ ଛୁରି ବାହାରି କରି ମା’ ଓ ଦୁଇ ପୁଅକୁ ଆକ୍ରମଣ କରିଥିଲା । ଆଉ ଘଟଣାସ୍ଥଳରୁ ଫେରାର୍‌ ମାରିଥିଲା ।

ଆଉ ତା’ପରେ ରକ୍ତ ଜୁଡ଼ୁବୁଡ଼ୁ ନଗମା ଏବଂ ଦୁଇ ପୁଅକୁ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକ । ଯେଉଁଠାରେ ଚିକିତ୍ସାଧିନ ଅବସ୍ଥାରେ ମହିଳା ଜଣଙ୍କ ପ୍ରାଣ ହରାଇଛନ୍ତି । ଏବେ ଉଭୟ ପୁଅଙ୍କ ଚିକିତ୍ସା ଜାରି ରହିଥିବାବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଗୁଡୁ ଆହତଙ୍କ ସହ ତିନି ଟଙ୍କା ପାଇଁ ଝଗଡ଼ା କରିଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି । ଆଉ ଏଥିରେ ହସ୍ତକ୍ଷେପ କରିବାରୁ ମା’କୁ ଛୁରି ଭୁସି ହତ୍ୟା କରିଛି । ଏବେ ଅଭିଯୁକ୍ତ ଓ ତା’ର ସହଯୋଗୀକୁ ଖୋଜୁଛି ପୋଲିସ୍‌ । ସେମାନେ ଫେରାର ଥିବା ବେଳେ ଥାନାରେ ମାମଲା ରୁଜୁ ହୋଇଛି ।