• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏତଲା ଦେବାରୁ ପିଟି ପିଟି ମାରିଦେଲେ । ଥାନାରେ ଅଭିଯୋଗ କରିବାରୁ ଗାଁ ଲୋକଙ୍କ ରାଗର ଶିକାର ହେଲେ ମହିଳା । ଗୁଣି ସନ୍ଦେହରେ ୪ ଜଣଙ୍କୁ ମାଡ଼ ମାରିବା ଘଟଣାରେ ଏତଲାକାରୀକୁ ହତ୍ୟା କରାଯାଇଛି । କବିସୂର୍ଯ୍ୟନଗର ଥାନା ମାଧିଆପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଗତକାଲି ବିଳମ୍ବିତ ରାତିରେ ଗାଁର ଜଣେ ଲୋକଙ୍କୁ ପ୍ରେତାତ୍ମା ଲାଗିଥିଲା। ଗାଁର ୪ ଜଣ ବ୍ୟକ୍ତି ଗୁଣିଗାରେଡ଼ି କରୁଥିବା ପ୍ରେତାତ୍ମା ଲାଗିଥିବା ଲୋକଟି ଗ୍ରାମବାସୀଙ୍କୁ କହିଥିଲା। ଏପରିକି ସେମାନଙ୍କ ନାଁ ମଧ୍ୟ କହିଥିଲା । ଗ୍ରାମବାସୀ ମଧ୍ୟ ପ୍ରେତାତ୍ମା କଥାକୁ ବିଶ୍ୱାସ କରିଥିଲେ ।

ଅଧିକ ପଢ଼ନ୍ତୁ: ପୁଅ ସାଜିଲା ଯମଦୂତ; ଛେଳି ପାଇଁ ବାପାଙ୍କୁ ପିଟି ପିଟି ମାରିଦେଲା

ଯେଉଁ ୪ ଜଣଙ୍କ ନାଁ ପ୍ରେତାତ୍ମା ଲାଗିଥିବା ଲୋକଟି କହିଥିଲା, ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ଉଠାଇ ଆଣି ଗ୍ରାମବାସୀ ନିର୍ଧୂମ ମାଡ଼ ମାରିଥିଲେ । କବିସୂର୍ଯ୍ୟନଗର ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା ।

ତେବେ ୪ ଜଣ ମେଡିକାଲ ଯିବା ପରେ ଜଣେ ଆହତଙ୍କ ପତ୍ନୀ ଏନେଇ ଥାନରେ ଏତଲା କରିଥିଲେ । ସ୍ୱାମୀ ଉପରେ ହୋଇଥିବା ଅମାନବୀୟ ଆକ୍ରମଣ ପାଇଁ ଅଭିଯୋଗ କରିଥିଲେ । ସେ କାହିଁକି ଏତଲା ଦେଲେ ବୋଲି କହି ମହିଳାଙ୍କୁ ଗାଁ ଲୋକେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।