Advertisment

ଖୋଲୁଛି ରଙ୍ଗିଲା ବାବା କୈବଲ୍ୟଙ୍କ ଗୁମର; ଡିଜେ ଗୀତରେ ମତୁଆଲା, ଯୁବକମାନଙ୍କ ସହ ମିଶି ନାଚୁଛନ୍ତି ଧୁମ୍

ଡିଜେ ଗୀତରେ ମତୁଆଲା ବାବା। ଯୁବକମାନଙ୍କ ସହ ମିଶି ଧୁମ୍ ନାଚୁଛନ୍ତି । ବାବାଙ୍କ ଏମିତି ରୂପ ସମସ୍ତଙ୍କୁ ଚକ୍କିତ କରିଛି । କେବଳ ସେତିକି ନୁହେଁ,  ବାବାଙ୍କ ଗୋଟିଏ ପରେ ଗୋଟିଏ ଏଭଳି କାରନାମା ସାମ୍ନାକୁ ଆସିଛି।

author-image
Sujit kumar Swain
undefined

Baba Kaibalya Jani

ଖୋଲୁଛି କଟକ ତିଗିରିଆ ଥାନା ଅଞ୍ଚଳର ବାହାରବିଲା ଆଶ୍ରମର ରଙ୍ଗିଲା ବାବା କୈବଲ୍ୟ ଜାନୀଙ୍କ ଗୁମର । ଜଣେ ଯୁବତୀଙ୍କୁ ଅପହରଣ ଅଭିଯୋଗ ପରେ ଅଟକ ରଖି ତଦନ୍ତ କରୁଛି ଢେଙ୍କାନାଳ ପୋଲିସ । ଗତ ୭ ତାରିଖରେ ଭାପୁର ଅଞ୍ଚଳର ଜୈନିକ ଯୁବତୀଙ୍କ ବାପା ଏକ ତାଙ୍କ ଝିଅକୁ ଅପହରଣ କରିନେଇଥିବା ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପଟେ ଭାଇରାଲ ହେଲା ଡିଜେର ତାଳେ ତାଳେ ନାଚୁଥିବା ବାବାଙ୍କ ଭିଡିଓ ।

Advertisment

ଡିଜେ ଗୀତରେ ମତୁଆଲା ବାବା। ଯୁବକମାନଙ୍କ ସହ ମିଶି ଧୁମ୍ ନାଚୁଛନ୍ତି । ବାବାଙ୍କ ଏମିତି ରୂପ ସମସ୍ତଙ୍କୁ ଚକ୍କିତ କରିଛି । କେବଳ ସେତିକି ନୁହେଁ,  ବାବାଙ୍କ ଗୋଟିଏ ପରେ ଗୋଟିଏ ଏଭଳି କାରନାମା ସାମ୍ନାକୁ ଆସିଛି। ନାଲି ଓ ହଳିଦୀଆ ରଙ୍ଗର ଧୋତି ପରିଧାନ କରୁଥିବା ବାବା ଜିନ୍ସ ବି ପିନ୍ଧନ୍ତି। ଖାଲି ଜିନ୍ସ ନୁହେଁ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ବି ଭାଇରାଲ ହେଉଛି। କଟକ ତିଗିରିଆ ଥାନା ବାହାରବିଲାରେ ଥିବା ସୂତୀକ୍ଷ୍ମ ଆଶ୍ରମର  ମହନ୍ତ ହେଉଛନ୍ତି କୈବଲ୍ୟ ଜାନି। ଗତକାଲି ବାବାଙ୍କୁ ଢେଙ୍କାନାଳ ପୋଲିସ ଉଠାଇ ନେବା ପରେ ପୁରା ଅଞ୍ଚଳରେ ଚହଳ ପଡ଼ିଛି । ଗତ ୭ ତାରିଖରେ ଢେଙ୍କାନାଳ ଭାପୁର ଅଞ୍ଚଳର ଜଣଏ ଯୁବତୀଙ୍କୁ ଅପହରଣ ନେଇ ଅଭିଯୋଗ କରିଥିଲେ ତାଙ୍କ ବାପା। ପୋଲିସ ତଦନ୍ତ ଆରମ୍ଭ କରି ବାହାରବିଲା ସ୍ଥିତ ଆଶ୍ରମରେ ପହଞ୍ଚି ବାବାଙ୍କୁ ଉଠାଇନେଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ବାବାଙ୍କ ଏଭଳି କାରନାମାକୁ ସହଜରେ ଗ୍ରହଣ କରିପାରୁ ନାହିଁନ୍ତି । 

ବାବା ରୂପରେ ଏଭଳି କୁତ୍ସିତ କାର୍ଯ୍ୟକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଯୁବତୀଙ୍କ ବାପା-ମାଆଙ୍କ ମନରେ ବିଶ୍ବାସ ଜନ୍ମାଇ ଶେଷରେ ଏଭଳି କାର୍ଯ୍ୟ କରି ପୋଲିସ ହାତରେ ଧରାପଡ଼ିଛି । ଅପହରଣ ହୋଇଥିବା ଯୁବତୀଙ୍କ ଘରକୁ ଗତ ୭ ବର୍ଷ ଧରି ଯାଉଥିଲେ ବାବା । ଏମିତିକି ମନ୍ତ୍ର ମାଧ୍ୟମରେ ନିଜ ବଶରେ ଝିଅକୁ ରଖୁଥିଲେ ବୋଲି କହିଛନ୍ତି ବାପାମାଆ । ଘରର ସମସ୍ୟା ସହ ସନ୍ତାନ ହେଉନଥିବା ମହିଳାମାନେ ବୁଝିବା ଲାଗି ଆଶ୍ରମକୁ ଆସନ୍ତି । ଭଣ୍ଡ ବାବାର କାରନାମା ପର୍ଦ୍ଦାଫାସ କରିବାକୁ ମିଡିଆକୁ ଅନୁରୋଧ କରିଛନ୍ତି ଯୁବତୀଙ୍କ ମାଆ । 

Advertisment

ଏପଟେ ଢେଙ୍କାନାଳ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋର୍ଦ୍ଧା ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ଉଦ୍ଧାର କରିଛି। ଅନ୍ୟପଟେ ଆଶ୍ରମ ପରିସରରେ ବନ୍ଦୀ ଥିବା ଶୁଆ ଗୁଡ଼ିକୁ ଉଦ୍ଧାର କରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡିଛି ଆଠଗଡ଼ ବନ ବିଭାଗ । ତେବେ ଘଟଣା ସମ୍ପର୍କରେ ଆଇନଗତ ଦିଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବୀ । ବାବାଙ୍କ ଏସବୁ କାରନାମା ସାମ୍ନାକୁ ଆସିବା ପରେ ଲୋକଙ୍କ ଧାର୍ମିକ ଭାବନାକୁ ଗଭୀର କୁଠାରଘାତ କରିଛି। ଜଣେ ବାବା ହୋଇ ଏପରି କାର୍ଯ୍ୟ କରିବା ସମାଜ ଏହାକୁ ଗ୍ରହଣ କରିପାରୁନି ।

Advertisment
Advertisment