Advertisment

‘ବନ୍ଦ ଘର ଭିତରେ ହାତ, ଗୋଡ଼ ବାନ୍ଧି ଅମ୍ରିତ୍‌ଙ୍କୁ ରଖିଥିଲେ’

ଆଜି ସକାଳେ ଗାଁ ନିକଟରେ ଅମ୍ରିତ୍‌ ବୁଲୁଥବା ଦେଖି ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୋଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନୟାଗଡ଼ ମେଡିକାଲ୍‌କୁ ନେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Nayagarh Missing Boy Rescued

Missing Nayagarh Boy Rescued: He was tied, kept in a house, alleges Sarpanch

୫ ଦିନ ପରେ ଉଦ୍ଧାର ହେଲେ ନୟାଗଡ଼ର ନିଖୋଜ ଛାତ୍ର ଅମ୍ରିତ୍‌। ଓଡ଼ଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳ ନିକଟରୁ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେ ଭୟଭୀତ ଓ ଦୁର୍ବଳ ଥିବା ଜଣାପଡ଼ିଛି। ଆଜି ସକାଳେ ଗାଁ ନିକଟରେ ଅମ୍ରିତ୍‌ ବୁଲୁଥବା ଦେଖି ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୋଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନୟାଗଡ଼ ମେଡିକାଲ୍‌କୁ ନେଇଛି। ଅମ୍ରିତ୍‌ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ତଦନ୍ତକୁ ପୋଲିସ୍ ଆଗକୁ ବଢ଼ାଇବ।

Advertisment

ଉଦ୍ଧାର ପରେ ଅମ୍ରିତ୍‌ ଅପହରଣ ପଛର କାହାଣୀ କହିଛନ୍ତି। ଓଟିଭିକୁ କୁରାଳ ସରପଞ୍ଚ ସୂଚନା ଦେଇ କହିଛନ୍ତି, ଗାଁର ପଣ୍ଡିତ ସାହିରେ ଅମ୍ରିତ୍‌ଙ୍କୁ ରଖାଯାଇଥିଲା। ହାତ, ଗୋଡ଼ ବନ୍ଧା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ବନ୍ଦ ଘରେ କିଛି ଲୋକ ତାଙ୍କୁ ଆଣି ରଖିଥିଲେ। ୫ ଦିନ ଖାଇବାକୁ ଦେଇଥିଲେ। ଆଜି ସକାଳୁ ଗାଁର ମହିଳାଙ୍କୁ ଦେଖି ଅମ୍ରିତ୍‌ ଡାକିଥିଲେ। ଏନେଇ ଗାଁ ଲୋକଙ୍କୁ ଖବର ଦିଆଯିବା ପରେ ଅମ୍ରିତ୍‌ଙ୍କୁ ଉଦ୍ଧାର କରାଯାଇଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଅମ୍ରିତ୍‌ ଯାହା ଘରେ ଥିଲେ ସେ କିଏ ? ନିଜ ଗାଁରେ ଥାଇ ବି କେମିତି କେହି ଜାଣି ପାରୁନଥିଲେ ?

ଅଧିକ ପଢ଼ନ୍ତୁ: ଘରଠୁ ୫୦ ମିଟର ଦୂରରେ ଥିଲା ପୁଅ, ହଠାତ୍‌ ହୋଇଗଲା ଗାୟବ ! 

ସୂଚନାଥାଉ କି, ୫ ଦିନ ପୂର୍ବରୁ ଟ୍ୟୁସନ୍‌ ଯାଇ ଅମ୍ରିତ୍‌ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିପାରୁ ନଥିଲା। ନୟାଗଡ଼ ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗାଁର କାଳିଆ ପାତ୍ରଙ୍କ ପୁଅ ହେଉଛନ୍ତି ଅମ୍ରିତ୍‌। ସପ୍ତମ ଶ୍ରେଣୀରେ ପଢୁଥିବା ୧୨ ବର୍ଷର ଅମ୍ରିତ୍‌ ଗତ ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ୍‌ ଯାଇଥିଲେ। ସେବେଠୁ ସେ ନିଖୋଜ ଥିଲେ। ତାଙ୍କର କୌଣସି ପତ୍ତା ମିଳିପାରୁ ନଥିଲା। 

Advertisment
Missing Case Student Missing Case
Advertisment
Advertisment