/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713965601.jpg)
miscreants set the shop on fire
୧୩୦ ଟଙ୍କା ପାଇଁ ଛାରଖାର । ଦୋକାନରୁ ବାକି ଖାଇଲେ, ଟଙ୍କା ମାଗିଲେ ଦୋକାନରେ ନିଆଁ ଲଗେଇଲେ ଅଭିଯୁକ୍ତ ଗରାଖ । ଚନ୍ଦକା ଥାନା ଅଧିନ ମହୁଲ ଛକରେ ଅଗ୍ନିକାଣ୍ଡ ହୋଇଛି । ଘଟଣାରେ ସିସିଟିଭିରେ ଭିଡିଓ କଏଦ ହୋଇଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଦୋକାନରୁ ବାକି ଖାଇଲେ, ଟଙ୍କା ମାଗିଲେ ଦୋକାନରେ ନିଆଁ ଲଗେଇଲେ । ରାତି ଅଧରେ ଦୋକାନରେ ନିଆଁ ଲଗାଇ ଛାରଖାର କରିଦେଲେ ଅଭିଯୁକ୍ତ । ଆଖି ପିଛୁଳାକେ ସବୁ କିଛି ଜଳିପୋଡି ପାଉଁଶ ହୋଇଯାଇଛି । ଚନ୍ଦକା ଥାନା ଅଧିନ ମହୁଲ ଛକରେ ଥିବା ଏକ ଦୋକାନ ଛାରଖାର ହୋଇଯାଇଛି । ମଧୁପୁର ଗାଁର ରଞ୍ଜିତ ସାହୁଙ୍କ ଦୋକାନରୁ ଅଭିଯୁକ୍ତ ସଦାଶିବ ସ୍ୱାଇଁ ୧୩୦ ଟଙ୍କାର ବାକି ଖାଇଥିଲେ। ଦୋକାନୀ ରଞ୍ଜିତ ଟଙ୍କା ମାଗିବାରୁ ରାଗରେ ଉତ୍ୟକ୍ତ ହୋଇଥିଲେ ସଦାଶିବ। ପ୍ରତିଶୋଧ ନେବାକୁ ରାତି ଅଧରେ ଦୋକାନରେ ନିଆଁ ଲଗାଇ ଦେଇଥିଲେ । ପୂରା ଘଟଣା ସିସିଟିଭିରେ କଏଦ ହୋଇଛି ।
ସିସିଟିଭି ଆଧାରରେ ପୋଲିସ ତନାଘନା କରୁଛି । ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଅଭିଯୁକ୍ତ ସଦାଶିବକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ। ଉଭୟ ଅଭିଯୁକ୍ତ ଓ ଅଭିଯୋଗକାରୀ ମଧୁପୁର ଗାଁର ବୋଲି ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)