Advertisment

ଦିନ ଦ୍ୱିପହରରେ ଆତଙ୍କରାଜ୍: ଗୁଳି ମାରି ଛଡ଼ାଇନେଲେ ଟଙ୍କା

ଘଟଣାସ୍ଥଳରେ ୨ ସାଇଣ୍ଟିଫିକ୍ ଟିମ୍ ଅନୁଧ୍ୟାନ କରୁଛନ୍ତି।

author-image
Chandan Shishu
Loot And Firing

Loot And Firing

ଗୁଳି ମାରି ଲୁଟିଲେ। ଦିନ ଦ୍ୱିପହରରେ ଖେଳାଇଲେ ଆତଙ୍କରାଜ୍। ଖୋର୍ଦ୍ଧା ବେଗୁନିଆ ଥାନା ଧାନଘର ନୂଆଗାଁ ନିକଟରେ ୩ ଦୁର୍ବୃତ୍ତ ମହିଳାଙ୍କୁ ଗୁଳି କରିଛନ୍ତି। ଘରୋଇ ଫାଇନାନ୍ସ କମ୍ପାନୀର ମହିଳାଙ୍କୁ ଗୁଳିମାଡ଼ କରି ଲୁଟି ନେଇଛନ୍ତି ୮୦ ହଜାର ଟଙ୍କା। ଆହତ କର୍ମଚାରୀ ଜଣକ ରଞ୍ଜିତା ଖଟୁଆ ବୋଲି ଜଣାପଡ଼ିଛି।

Advertisment

ସ୍ବେଚ୍ଛାସେବୀ ଗୋଷ୍ଠୀଙ୍କଠୁ ଟଙ୍କା ଆଦାୟ କରି ଫେରୁଥିବା ବେଳେ ଏହି ତିନି ଜଣ ଅଭିଯୁକ୍ତ ତାଙ୍କୁ ଅଟକାଇଥିଲେ। ଟଙ୍କା ଲୁଟ୍ କଲା ବେଳେ ତାଙ୍କ ଗୋଡ଼କୁ ଗୁଳି ମାଡ଼ କରି ଟଙ୍କା ନେଇ ଫେରାର ହୋଇଛନ୍ତି। ପୋଲିସ୍ ମାମଲାରେ ଏବେ ତଦନ୍ତ କରୁଛି।

ଏନେଇ ଖୋର୍ଦ୍ଧା ଏସଡିପିଓ ସୁଶୀଲ କୁମାର ମିଶ୍ର କହିଛନ୍ତି ଯେ ରଂଜିତା ଖଟୁଆ ନାମକ ଜଣେ ମହିଳା ଏସ୍‌ଏସ୍‌ଜି ଗ୍ରୁପ୍‌ରୁ ଟଙ୍କା କଲେକ୍ସନ ପାଇଁ ଯାଇଥିଲେ। ନୂଆଗାଁ ଧମାଳ ନିକଟରେ ତାଙ୍କ ଠାରୁ ଜବରଦସ୍ତି ଟଙ୍କା ଛଡେଇନେଇଥିଲେ। ନିକଟରେ ଥିବା ୭୦ ହଜାର ଟଙ୍କା ଛଡାଇ ନେଇଥିଲେ।

Advertisment

ସେ ପ୍ରତିରୋଧ କରିବାରୁ ଦୃର୍ବୃତ୍ତମାନେ ତାଙ୍କ ଗୋଡ଼କୁ ଗୁଳି ମାରିଥିଲେ। ପ୍ରାଥମିକ ତଦନ୍ତ କରାଯିବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ୨ ସାଇଣ୍ଟିଫିକ୍ ଟିମ୍ ଅନୁଧ୍ୟାନ କରୁଛନ୍ତି। ବିଭିନ୍ନ ପୋଲିସ ଷ୍ଟେସନକୁ ଏନେଇ ଅବଗତ କରାଯାଇଛି।  

Odisha Police Miscreants Firing
Advertisment
Advertisment