/odishatv-khabar/media/post_attachments/uploadimage/library/16_9/16_9_0/Loot_Case_1723116885.jpg)
Loot Case
ସବୁ ସୀମା ଟପିଲେ ଲୁଟେରା । ଲୁଟ୍ କରିବାକୁ ଆସି ଏପରି କାର୍ଯ୍ୟକଲେ ଯାହା ଜାଣି ସମସ୍ତେ ତାଜୁବ୍ । ନିରୀହ କୁକୁରଙ୍କୁ ବି ଛାଡ଼ିଲେନି । ଲୁଟ୍ ଘଟଣା ପ୍ରାୟ ପ୍ରତିଦିନ ସାମ୍ନାକୁ ଆସୁଛି । ମାତ୍ର ଭଦ୍ରକରେ ଏପରି ଏକ ଲୁଟ୍ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି । ଜଣେ ବ୍ୟକ୍ତିଙ୍କ ଘରକୁ ଲୁଟ୍ କରିବାକୁ ଆସି କୁକୁରଙ୍କୁ ନିଶା ଔଷଧ ଦେଇ ଶୁଆଇ ଦେଇଛନ୍ତି ଲୁଟେରା । ଏହାପରେ ଘର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି ।
ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ଚରମ୍ପାର ପଥରଆଡ଼ି ଗ୍ରାମରେ ଘଟିଛି ଏହି ଘଟଣା । ଘରେ କେହି ନଥିବାର ସୁଯୋଗ ନେଇ ଘର କବାଟ ଭାଙ୍ଗି ସବୁ ଲୁଟି ନେଇଛନ୍ତି ଲୁଟେରା ।
ଅଧିକ ପଢ଼ନ୍ତୁ: ଛୁଆଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ସର୍ବସ୍ୱ, ସୁନା ଅଳଙ୍କାର ସହ ଟଙ୍କା ଲୁଟିଲେ
ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ନାୟକାଣିଡିହି ଅଞ୍ଚଳର ଶରତ କୁମାର ନାୟକ ପଥରଆଡ଼ିରେ ଦୁଇବର୍ଷ ହେବ ରହୁଛନ୍ତି । ନିଜ ମାଆଙ୍କ ଶୁଦ୍ଧିକ୍ରିୟା ପାଇଁ ସେ ଗାଁକୁ ଯାଇଥିଲେ । ଏହାର ସୁଯୋଗ ନେଇ ଗତ ରାତିରେ ଲୁଟେରାମାନେ ତାଙ୍କ ଘରକୁ ଟାର୍ଗେଟ କରିଥିଲେ । ତେବେ ପୋଷା କୁକୁରଙ୍କ ଖାଦ୍ୟରେ କିଛି ନିଶା ମିଶାଇ ସେମାନଙ୍କୁ ଶୁଆଇ ଦେଇଥିବା ଅଭିଯୋଗ ହୋଇଛି । କୁକୁର ଗୁଡ଼ିକ ଅଚେତ୍ ହେବା ପରେ ଅଭିନବ ଉପାୟରେ ଲୁଟିଛନ୍ତି ଲୁଟେରା ।
ତାଲା ଭାଙ୍ଗି ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସୁନା ଗହଣା ସହ ନଗଦ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ଘର ମାଲିକ ଶରତ ନାୟକ । ଏହା ଗୋଟିଏ ଘଟଣା ନୁହେଁ, ଚରମ୍ପା ଅଞ୍ଚଳରେ ଲଗାତାର କିଛିଦିନ ହେବ ଚୋରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ଥିବା କହିଛନ୍ତି । କୁକୁର ସବୁ ଏବେବି ନିଶାସକ୍ତ ଅବସ୍ଥାରେ ରହିଛନ୍ତି । ତେବେ ପୋଲିସର କୌଣସି କାର୍ଯ୍ୟନୁଷ୍ଠାନ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଘରମାଲିକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)