Advertisment

Viral Video: ରାଜଧାନୀରେ ଅସୁରକ୍ଷିତ ଆପାର୍ଟମେଣ୍ଟ ! ଗୋଟିଏ ରାତିରେ ୪ ଫ୍ଲାଟ୍‌ରୁ ଚୋରି

ଇନଫୋସିଟି ଥାନା ଅଧୀନରେ ଥିବା ରାଜବାଟିକାରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଏକା ଥରେ ଗୋଟିଏ ଆପାର୍ଟମେଣ୍ଟର ୪ଟି ଘରୁ ଚୋରି ହୋଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Apartment

Apartment

ରାଜଧାନୀର ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ । ଗଳି କନ୍ଦି କଲୋନି କି ସାଦା ଘର ନୁହେଁ, ସିଧା ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଚୋରି କରିଛନ୍ତି ଲୁଟେରା। ସିକ୍ୟୁରିଟି ଗାର୍ଡ ଥିବା ସତ୍ତ୍ୱେ ଚୋରି ହୋଇଥିବାରୁ ପୋଲିସର ଅକଲ ଗୁଡୁମ୍ । ଇନଫୋସିଟି ଥାନା ଅଧୀନରେ ଥିବା ରାଜବାଟିକାରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଏକା ଥରେ ଗୋଟିଏ ଆପାର୍ଟମେଣ୍ଟର ୪ଟି ଘରୁ ଚୋରି ହୋଇଛି ।

Advertisment

ଗ୍ରୀଲ୍ ଭାଙ୍ଗି, ତାଲା ଭାଙ୍ଗି ରାତିରେ ସୁନା ଗହଣା, ଟଙ୍କା ନେଇ ଯାଇଛନ୍ତି ଚୋରମାନେ। ସିକ୍ୟୁରିଟି ଗାର୍ଡ ଆପାର୍ଟମେଣ୍ଟର ସାମନା ପଟେ ଜଗିଥିବା ବେଳେ ପଛ ପଟୁ ଆସି କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ପ୍ରାୟ କୋଟିଏ ଟଙ୍କାର ସୁନା ଗହଣା ଚୋରି ହୋଇଥିବାର ସୂଚନା ଅଛି । ଝିଅ ବାହାଘର ପାଇଁ ସୁନା କିଣାଯାଇଥିଲା । ସିସିଟିଭିରେ ଏହାର ଭିଜୁଆଲ୍ ରେକର୍ଡ ହୋଇଛି ।

ଆପାର୍ଟମେଣ୍ଟବାସୀଙ୍କ ଅଭିଯୋଗ ଅନୁସାରେ, ଶିଖରଚଣ୍ଡୀ ପ୍ରକଳ୍ପ ପାଇଁ ଯେଉଁ ନିର୍ମାଣ କାମ ଚାଲିଛି, ସେଥିଯୋଗୁଁ ଆପାର୍ଟମେଣ୍ଟ ପାଚେରି ଡେଇଁ ଭିତରେ ପ୍ରବେଶ କରିବାର ସଫଳ ହୋଇଛନ୍ତି ଚୋରମାନେ। ଇନଫୋସିଟି ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଛାନଭିନ କରୁଛି ।

Advertisment

Theft
Advertisment
Advertisment