/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705563917.jpg)
Miscreants allegedly vandalised teacher house
ରାତି ଅଧରେ ଜେସିବି ମେସିନ ଲଗାଇ ଶିକ୍ଷକଙ୍କ ଘର ଭାଙ୍ଗି ଦେଲେ ଦୁର୍ବୃତ୍ତ। କାର୍କୁ ଚୁରମାର୍ କରିଦେଲେ। ସିସିଟିଭିରେ ଦୁର୍ବୃତ୍ତଙ୍କ କାରନାମା ସବୁ ରେକର୍ଡ ହୋଇଛି। ଏହି ଘଟଣା ହେଉଛି ପୁରୀ ଜିଲ୍ଲା ନିମାପଡ଼ାର । ଗୋଲେଇ ଛକ ସିଦ୍ଧେଶ୍ୱର ମଣ୍ଡପ ଗଳିରେ ଗତ ରାତିରେ ୧୦ରୁ ୧୫ ଜଣ ଦୁର୍ବୁର୍ତ୍ତ ଆସି ଜେସିବି ମେସିନ ଲଗାଇ ଅରୁଣ ମହାନ୍ତିଙ୍କ ଘର ଭାଙ୍ଗି ଦେଇଛନ୍ତି। ସେମାନେ ସମସ୍ତେ ମୁଖା ପିନ୍ଧିଥିଲେ, ମାରଣାସ୍ତ୍ର ଧରିଥିଲେ। କାର୍କୁ ମଧ୍ୟ ଚୁରମାର କରିଦେଇଛନ୍ତି। ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗି ଦେଇଛନ୍ତି।
Advertisment
ଦୁର୍ବୃତ୍ତମାନେ ଏମିତି ଆତଙ୍କରାଜ କରିଥିଲେ ଯେ, ପରିବାର ଲୋକେ ଘରୁ ବାହାରିବାକୁ ଭୟ କରିଥିଲେ। ପୂର୍ବର ଜମିଜମା ବିବାଦରୁ ଦୁର୍ବୁତ୍ତମାନେ ଏପରି କାଣ୍ଡ ଘଟାଇଥିବା ଅରୁଣଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ନିମାପଡ଼ା ପୋଲିସ ଘଟଣାର ତଦନ୍ତ କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)