Advertisment

ଇନଷ୍ଟାଗ୍ରାମରେ ବନ୍ଧୁତା ପରେ ହୁକା ବାର୍‌ରେ ଡେଟିଂ, ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ !

ହୁକା ବାର୍‌ରେ କୋଲ୍ଡ ଡ୍ରିଙ୍କସ୍‌ରେ ନିଶାଦ୍ରବ୍ୟ ମିଶାଇ ୧୬ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ନାବାଳିକାଙ୍କର ଅଶ୍ଳୀଳ ଭିଡିଓ କରି ଅଭିଯୁକ୍ତ ଜଣକ ବ୍ଲାକ୍‌ମେଲିଂ କରି ଆସୁଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Minor Girl Raped By Instagram Friend After Hookah Bar Date In UP

Minor Girl Raped By Instagram Friend After Hookah Bar Date In UP

ପ୍ରଥମେ ଇନଷ୍ଟାଗ୍ରାମରେ ମିଠା ମିଠା କଥାବାର୍ତ୍ତା ପରେ ବନ୍ଧୁତା, ତା’ପରେ ଡେଟିଂ, ଶେଷରେ ଇଜ୍ଜତ ଲୁଟିଲା। ହୁକା ଡେଟ୍‌ ପରେ ନାବାଳିକାଙ୍କୁ ଦୁଷ୍କର୍ମ। ହୁକା ବାର୍‌ରେ କୋଲ୍ଡ ଡ୍ରିଙ୍କସ୍‌ରେ ନିଶାଦ୍ରବ୍ୟ ମିଶାଇ ୧୬ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ନାବାଳିକାଙ୍କର ଅଶ୍ଳୀଳ ଭିଡିଓ କରି ଅଭିଯୁକ୍ତ ଜଣକ ବ୍ଲାକ୍‌ମେଲିଂ କରି ଆସୁଥିଲା। ଏପରିକି ଭିଡିଓ ଭାଇରାଲ୍‌ କରି ଦେବାର ଧମକ ମଧ୍ୟ ଦେଉଥିଲା। ଉତ୍ତରପ୍ରଦେଶର କାନପୁରରୁ ଏଭଳି ଅଭିଯୋଗ ଆସିଛି। ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି। ଡାକ୍ତର ଦମ୍ପତିଙ୍କ ଝିଅ ସହ ଏହି ଘଟଣା ଘଟିଥିବା ବେଳେ ଉଭୟ ନାବାଳିକା ଓ ଅଭିଯୁକ୍ତ ଇନଷ୍ଟାଗ୍ରାମ ରୁ ଯୋଗାଯୋଗରେ ଆସିଥିବା ଜଣାପଡ଼ିଛି।

Advertisment

ଅଧିକ ପଢ଼ନ୍ତୁ: ନର୍ସିଂ ଛାତ୍ରୀଙ୍କୁ ଭଡ଼ାଘରକୁ ଡାକିଲେ, ଜବରଦସ୍ତ ମଦ ପିଆଇ ଗଣଦୁଷ୍କର୍ମ କଲେ ଦୁଇ ସାଙ୍ଗ

ଘଟଣାକୁ ନେଇ କାନପୁରର ବିନୟ ଠାକୁର ଓ ଅନ୍ୟ ୭ ଜଣଙ୍କ ବିରୋଧରେ ନାବାଳିକାଙ୍କ ବାପା ମାମଲା ରୁଜୁ କରିଛନ୍ତି। ସୂଚନା ଅନୁସାରେ, ମାର୍ଚ୍ଚ ୪ରେ ବିନୟ ସମ୍ପୃକ୍ତ ନାବାଳିକାଙ୍କୁ କରାଚି ସ୍ଥିତ ଏମ୍‌ଜି କାଫେକୁ ଡାକିଥିଲା। ସେଠାରେ ସେମାନେ ହୁକା ଟାଣିଥିଲେ। ଏହାପରେ ବିନୟ ନାବାଳିକାଙ୍କ କୋଲ୍ଡ ଡ୍ରିଙ୍କସ୍‌ରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେଇ ଅନ୍ୟ ସ୍ଥାନକୁ ନେଇଥିଲା। ସେଠାରେ ସେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

ଏହାପରେ ସେଠାରୁ ବିନୟ ନାବାଳିକାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇଥିଲା। ସେଠି ବିନୟର ୭ ଜଣ ସାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ପାଇଁ ପ୍ରୟାସ କରିଥିଲେ। ଏସବୁକୁ ବିରୋଧ କରିବାରୁ ବିନୟ ନାବାଳିକାଙ୍କୁ ନିର୍ଯାତନା ଦେଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୋଲିସ୍‌କୁ ନାବାଳିକାଙ୍କ ବାପା ଦେଇଥିବା ସୂଚନା ଅନୁସାରେ, ବିନୟ ନାବାଳିକାଙ୍କ ଛାତିରେ ବ୍ଲେଡ୍‌ରେ କାଟି ନିଜ ନାଁ ଲେଖିଥିଲା। ଫଳରେ ସେ ଅନ୍ୟତ୍ର ବିବାହ କରିପାରିବେନି। ଏପରିକି ନିଆଁ ଲଗାଇ ଚୁଟି ଜାଳି ଜୀବନରୁ ମାରି ଦେବାର ଧମକ ମଧ୍ୟ ବିନୟ ଦେଉଥିଲା।

ନାବାଳିକା ଜଣକ ରାଜସ୍ଥାନର କୋଟାରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିନୟ ସେଠାରେ ମଧ୍ୟ ତାଙ୍କୁ ପିଛା କରି ହୋଟେଲ୍‌ ରୁମ୍‌ରେ ନାବାଳିକାଙ୍କୁ ବାଡ଼େଇ ଥିଲେ। ପୋଲିସ୍‌ ଅଭିଯୁକ୍ତ ବିନୟକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

Rape Case Minor Girl Raped
Advertisment
Advertisment