• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାଙ୍ଗ ସାଜିଲା ସୈତାନ । ବାନ୍ଧବୀକୁ ଘରକୁ ଡାକି କଲା ଗଣଦୁଷ୍କର୍ମ । ଦୁଇ ଜଣ ବନ୍ଧୁ ତାଙ୍କ ନର୍ସିଂ ପଢ଼ୁଆ ବାନ୍ଧବୀଙ୍କୁ ଘରକୁ ଡାକିବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ଯୁବତୀ ଜଣଙ୍କୁ ଭଡ଼ାଘରେ ଛାଡ଼ିଦେଇ ପଳାଇଥିବା ଅଭିଯୋଗ ହୋଇଛି । ତେବେ ଚେତା ଫେରିବା ପରେ ସଂପୃକ୍ତ ଯୁବତୀ ତାଙ୍କ ସାଙ୍ଗକୁ ଫୋନ୍ କରି ସେଠାରୁ ଉଦ୍ଧାର ପାଇଥିଲେ।

ଖାଲି ସେତିକି ନୁହେଁ, ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ଜଣେ ନର୍ସିଂ ଛାତ୍ରୀ । ଆଉ ଦୁଇଜଣ ଯୁବକ ତାଙ୍କ ବନ୍ଧୁଥିଲେ । ଗତ ଶନିବାର ଦିନ ଯୁବକ ଦୁଇଜଣ ଯୁବତୀ ଜଣଙ୍କୁ ଘରକୁ ଡାକିଥିଲେ । ଘରକୁ ଡାକିବା ପରେ ତାଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ । ମଦ୍ୟପାନ କରିସାରିବା ପରେ ଜୋରଜବରଦସ୍ତ ଦୁଇ ବନ୍ଧୁ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ।

ଅଧିକ ପଢ଼ନ୍ତୁ: ବିଶ୍ୱାସରେ ବିଷ ଦେଲା ସାଙ୍ଗ: ରୁମ୍‌କୁ ଡାକିକି ନେଲେ, ଡ୍ରିଙ୍କସ୍‌ରେ ନିଶା ଦେଇ ଗଣଦୁଷ୍କର୍ମ କଲେ!

ଘଟଣା ଘଟିବା ପରେ ଯୁବତୀ ଜଣକ ବିଚଳିତ ଥିବା କଲେଜ କର୍ତ୍ତୃପକ୍ଷ ଦେଖିବାକୁ ପାଇଥିଲେ । ସେ କାହିଁକି ବିଚଳିତ ବୋଲି କଲେଜ କର୍ତ୍ତୃପକ୍ଷ ଜାଣିବାକୁ ଚେଷ୍ଟା କରିଥିଲେ । ଘଟଣାକୁ ନେଇ ଯୁବତୀଙ୍କୁ ପଚରାଉଚରା କରାଯାଇଥିଲା । ସେ ସବୁ କିଛି କହିବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଥିଲା ।

କେରଳର କୋଝିକୋଡରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ପରେ ଥାନାରେ ଅଭିଯୋଗ ହେବା ପରେ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ପରେ ଦୁଇ ଦୁଷ୍କର୍ମକାରୀ ବନ୍ଧୁଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ନର୍ସିଂ ଛାତ୍ରୀଙ୍କ ଘର କେରଳର ଇର୍ନାକୁଲମରେ ହୋଇଥିବା ସୂଚନା ରହିଛି । ଦୁଇ ଯୁବକ ତାଙ୍କ ଭଡ଼ା ଘରକୁ ଯୁବତୀଙ୍କୁ ଡାକିଥିଲେ । ସେଠାରେ ତାଙ୍କୁ ଜୋରଜବରଦସ୍ତ ମଦ୍ୟପାନ କରିବାକୁ ବାଧ୍ୟ କରିବା ସହ ମଦ୍ୟପାନ କରି ଦୁଷ୍କର୍ମ କରିଥିବା ପୋଲିସ କହିଛି । ଘଟଣାରେ ଅଭିଯୁକ୍ତ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି ।