Advertisment

Minor Girl Allegedly Gangraped: ବ୍ରାହ୍ମଣୀ ଥାନା ଅଞ୍ଚଳରେ ଲଜ୍ଜା; ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ...

ସୂଚନା ମୁତାବକ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଜନୈକା ପିଡିତା ତାଙ୍କ ଜଣେ ପୂର୍ବ ପରିଚିତ ଯୁବକଙ୍କ ସହ କିଛି ଦିନ ତଳେ ଏକ ସ୍କୁଟିରେ କାଂଶବାହାଲ ପଟକୁ ବୁଲିବାକୁ ଆସିଥିଲେ। ସୁଯୋଗ ପାଇ ଯୁବକ ଜଣକ ନାବାଳିକାକୁ ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଅଞ୍ଚଳରେ ଏକ ସ୍ଥାନରେ ଅନ୍ୟ ଦୁଇ ସହଯୋଗୀଙ୍କ ସହ ମିଶି ରାତିରେ ଗଣ ଦୁଷ୍କର୍ମ କରିଥିଲେ।

author-image
Sujit kumar Swain
Minor Girl Allegedly Gangraped

Minor Girl Allegedly Gangraped

ରାଉରକେଲା ବ୍ରାହ୍ମଣୀ ଥାନା ଅନ୍ତର୍ଗତ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ। ଏ ନେଇ ରବିବାର ଦିନ ପିଡିତାଙ୍କ ପରିବାର ଲୋକ ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡିରେ ଏତଲା ଦେବା ପରେ ପୋଲିସ ଏ ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ସୂଚନା ମୁତାବକ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଜନୈକା ପିଡିତା ତାଙ୍କ ଜଣେ ପୂର୍ବ ପରିଚିତ ଯୁବକଙ୍କ ସହ କିଛି ଦିନ ତଳେ ଏକ ସ୍କୁଟିରେ କାଂଶବାହାଲ ପଟକୁ ବୁଲିବାକୁ ଆସିଥିଲେ। ସୁଯୋଗ ପାଇ ଯୁବକ ଜଣକ ନାବାଳିକାକୁ ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଅଞ୍ଚଳରେ ଏକ ସ୍ଥାନରେ ଅନ୍ୟ ଦୁଇ ସହଯୋଗୀଙ୍କ ସହ ମିଶି ରାତିରେ ଗଣ ଦୁଷ୍କର୍ମ କରିଥିଲେ। ପରେ ପିଡିତାଙ୍କୁ ତାଙ୍କ ସମ୍ପର୍କୀୟଙ୍କ ନିକଟରେ ଛାଡ଼ି ଦେଇଥିଲେ। ଗଣ ଦୁଷ୍କର୍ମ ଶିକାର ପିଡିତା ଜଣକ ମାନସିକ ଚାପରେ ରହିଥିବା ବେଳେ ପରବର୍ତ୍ତୀ ସମୟରେ ପରିବାର ଲୋକ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଘଟଣା ଜଣା ପଡିବା ପରେ ପିଡିତାଙ୍କ ପରିବାର ଲୋକ ରବିବାର ଦିନ ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ରେ ଏ ନେଇ ଏତଲା ଦେଇଥିଲେ। ଗିରଫ ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ନାବାଳକ ଥିବା ବେଳେ ରାଜଗାଙ୍ଗପୁର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି।

Gangraped Minor Girl
Advertisment
Advertisment